ନୂଆଦିଲ୍ଲୀ: ବଜେଟ ପରେ ଦେଶର ଅର୍ଥନୈତିକ ସ୍ଥିତି ସୁଦୃଢ ହେବାକୁ ଲାଗିଛି । କାରବାର ବୃଦ୍ଧି ସାଙ୍ଗକୁ ହ୍ରାସ ପାଇଛି ତେଲ ଦର । ଗତ 4ଦିନରେ ପେଟ୍ରୋଲ 32ପଇସା ଓ ଡିଜେଲ 2ପଇସା କମିଛି । ଏଥିପାଇଁ ଗ୍ରାହକ ଆଶ୍ବସ୍ତିର ନିଶ୍ବାସ ମାରିଛନ୍ତି । ସୋମବାର ଲିଟର ପିଛା ପେଟ୍ରୋଲ ଦର 70.59 ପଇସା ରହିଥିବା ବେଳେ ଡିଜେଲ 65.61 ପଇସା ରହିଛି ।
ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 15 ପଇସା ହ୍ରାସ ପାଇ 70.59 ପଇସା ରହିଛି । ସେହିପରି ଡିଜେଲ ଦର ଲିଟର ପିଛା 11 ପଇସା ତଳକୁ ଖସି 65.61 ପଇସା ପହଞ୍ଚିଛି ।
ଆଗକୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖାଯିବ ।
ପ୍ରକାଶ ଥାଉ କି, ଫେବୃଆରୀ ପହିଲାରେ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ 2019-20 ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ଉପସ୍ଥାନ କରିଛନ୍ତି । ଏହି ବଜେଟଟି ମୋଦି ସରକାରଙ୍କ ଅନ୍ତିମ ବଜେଟ ରହିଥିଲା ।