ETV Bharat / business

ରିଲିଫ ପ୍ୟାକେଜ: ଆର୍ଥିକ ଚିନ୍ତା ପରେ ବି ଠିକ ସମୟରେ ନିଆଯାଇଛି ଉଚିତ ପଦକ୍ଷେପ

ବର୍ତ୍ତମାନର ସଙ୍କଟ ସମୟରେ ଆର୍ଥିକ ପ୍ୟାକେଜ ଏକ ଯୁଗନ୍ତାକାରୀ ପଦକ୍ଷେପ । ଭାରତକୁ ବୈଶ୍ବିକ ନିବେଶକର ଏକ ଆକର୍ଷଣ ହବ୍‌ ଭାବେ ପରିବର୍ତ୍ତନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ପଢନ୍ତୁ ଆର୍ଥିକ ପ୍ୟାକେଜର ବିଭିନ୍ନ ଦିଗ ଉପରେ ପ୍ରତୀମ ରଞ୍ଜନ ବୋଷଙ୍କ ଲିଖିତ ଏହି ସ୍ତମ୍ଭ...

Concerns on finances apart, right move at right time
ରିଲିଫ ପ୍ୟାକେଜ: ଆର୍ଥିକ ଚିନ୍ତା ପରେ ବି ଠିକ ସମୟରେ ନିଆଯାଇଛି ଉଚିତ ପଦକ୍ଷେପ
author img

By

Published : May 18, 2020, 9:39 PM IST

ନୂଆଦିଲ୍ଲୀ: ସ୍ୱଳ୍ପ ସମୟର ଆବଶ୍ୟକତାକୁ ବଜାୟ ରଖିବାକୁ, ବ୍ୟବସ୍ଥାରେ ପର୍ଯ୍ୟାପ୍ତ ଲିକ୍ୟୁଡିଟି ଏବଂ ଭବିଷ୍ୟତର ସମସ୍ତ ବିକାଶକୁ ସୁନିଶ୍ଚିତ ପାଇଁ ଦୀର୍ଘ ଦିନର ବିଚାରାଧୀନ ସଂସ୍କାରକୁ ରୂପରେଖ ଦେବା ଲାଗି କୋରୋନାର ଫାଇଦା ନେବାକୁ ଭାରତ ସରକାର ସୁନିଶ୍ଚିତ କରିଛନ୍ତି ।

ଭାରତକୁ ବୈଶ୍ବିକ ନିବେଶକର ଏକ ଆକର୍ଷଣ ହବ୍‌ ଭାବେ ପରିବର୍ତ୍ତନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ଯାହା ସବୁଠୁ ଅଧିକ ସମୟରେ ଚୀନରେ କେନ୍ଦ୍ରୀଭୂତ ହୋଇଥିବା ମୂଲ୍ୟ ଶୃଙ୍ଖଳାର ଏକ ବୃହତ ଅଂଶକୁ ଆକର୍ଷିତ କରିବା ପାଇଁ ଏକ ସ୍ବତନ୍ତ୍ର ସୁଯୋଗର ସନ୍ଧାନ ହେଉଛି ।

ସରକାର ଗ୍ରାମୀଣ ଓ ସହରୀ ଗରିବଙ୍କ ସଙ୍କଟକୁ ଦୂର କରିବା ପାଇଁ ଆର୍ଥିକ ପ୍ୟାକେଜରେ ବଡ ଘୋଷଣା କରିଛନ୍ତି । ନଗଦ, ମନରେଗାରେ କାମ, ମାଗଣା ରାସନ, ରନ୍ଧନ ଗ୍ୟାସ ଆଦି ମାଧ୍ୟମରେ ଗରିବଙ୍କୁ ସହଯୋଗର ହାତ ବଢାଇଛନ୍ତି । ଲକଡାଉନ ଘୋଷଣାର ଆରମ୍ଭରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅଧିନରେ ଏହାର ଅଧିକାଂଶ ଘୋଷଣା କରିଥିଲେ ।

20 ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଅନୁଯାୟୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବାରା ପ୍ରଥମ 3ଟି ପର୍ଯ୍ୟାୟରେ ବିଭିନ୍ନ ନୂଆ ଘୋଷଣା ଆଗକୁ ବଢାଯାଇଛି । ସେହିଭଳି କିଛିଟା ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ କରାଯାଇଛି । ମୂଲ୍ୟ ଦୃଷ୍ଟିରୁ ଏହି ସବୁ ବଜେଟ ଅଟକଳ ମୋଟ ଜିଡିପିର 2 ପ୍ରତିଶତ ହେବ ।

ବାକି ଘୋଷଣା ମଧ୍ୟରେ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ପାଇଁ ଫାଇନାନ୍ସ ୱିଣ୍ଡୋ ତିଆରି, ଘରୋଇ କ୍ଷେତ୍ରର ଉଦ୍ୟୋଗ ବିକାଶ ପାଇଁ ଇକୋ-ସିଷ୍ଟମ୍ ସୃଷ୍ଟି ଏବଂ ଅଣକୁଶଳୀ କିମ୍ବା ଅଣ-ରଣନୀତିକ ସରକାରୀ କ୍ଷେତ୍ରକୁ ଘରୋଇକରଣ ନେଇ ଯୋଜନା ଆଦି ସାମିଲ ରହିଛି ।

ରାଜସ୍ବ ଉତ୍ସ ଅସ୍ପଷ୍ଟ

କୋଭିଡ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଉଚିତ ଜବାବ ରଖିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ 1.7 ଲକ୍ଷ କୋଟି ଟଙ୍କା ପ୍ରୋତ୍ସାହନ ଅନ୍ତର୍ଗତ ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର ଯୋଜନା ଅଧୀନରେ ବିତରଣର ଗତିରେ ଏହା ପରିଲିଖିତ ହୋଇଛି ।

କ୍ୟାଚ ହ୍ୟାଣ୍ଡଆଉଟ ଖାରଜ କରିବା ସହଜ ନୁହେଁ । ଆମେରିକାର ନାଗରିକମାନଙ୍କୁ କୋରୋନା ପାଇଁ ପଞ୍ଜୀକରଣ କରିବାକୁ କୁହାଯାଇଥିଲା ଏବଂ ପ୍ରାୟ ପ୍ରତ୍ୟେକ ରାଜ୍ୟକୁ ବିପଦର ସାମ୍ନା କରିବାକୁ ପଡ଼ିଥିଲା। ତୁଳନାତ୍ମକ ଭାବେ ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ଭାରତର କାର୍ଯ୍ୟକଳାପ ସୁରୁଖୁରୁରେ ହୋଇଥିଲା ।

ଜିଡିପି ଅନୁପାତରେ 70 ପ୍ରତିଶତ ଋଣ ଏବଂ 6.5 ପ୍ରତିଶତ ମୋଟ ରାଜକୋଷୀୟ ଘାଟା (ରାଜ୍ୟ ସମେତ) ସହିତ ଭାରତୀୟମାନେ ନଗଦ ହ୍ୟାଣ୍ଡଆଉଟ ଦେଇ ପାରିବେ । ଡେଲାଇଟ ଇଣ୍ଡିଆର ପାର୍ଟନର , ସରକାର ଓ ସେବା ସହଭାଗୀ ଅରିନ୍ଦମ୍ ଗୁହା ଖୁସି ଯେ, ଆମେରିକା କିମ୍ବା ଜାପାନ ପରି ଧନୀ ଅର୍ଥନୀତିକୁ ଅନୁକରଣ କରିବାକୁ ସରକାର ଚେଷ୍ଟା କରିନାହାଁନ୍ତି ।

ତେବେ ସରକାର କିପରି ଅତିରିକ୍ତ ବଜେଟ ଆର୍ଥିକ ବ୍ୟବସ୍ଥା କରିବେ ତାହା ସ୍ପଷ୍ଟ ହୋଇନାହିଁ । ରାଜ୍ୟକୁ ଦେଖିବାକୁ ଗଲେ ସୁଧାର ଲିଙ୍କ ୱିଣ୍ଡୋକୁ 4.28 କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । କାରଣ କେନ୍ଦ୍ର ପାଖରେ ଅତିରିକ୍ତ ଋଣ ନେବା ପାଇଁ ବହୁତ କମ ସ୍ଥାନ ବଞ୍ଚିଛି ।

ଭାରତ ଟଙ୍କା ମୁଦ୍ରଣ ପାଇଁ ଯାଇ ଏହାର ନକାରାତ୍ମକ ପ୍ରଭାବକୁ ଆମନ୍ତ୍ରଣ କରିବ କି? ପାଞ୍ଚ ଦିନିଆ ଉପସ୍ଥାପନାରେ ଅର୍ଥମନ୍ତ୍ରୀ ରାଜସ୍ୱ ଉତ୍ସ ସ୍ପଷ୍ଟ କରିନାହାଁନ୍ତି ।

ତେବେ କେନ୍ଦ୍ର ଶେଷ ଉପାୟ ସ୍ବରୂପ ୱିଣ୍ଡୋକୁ ଖୋଲା ରଖାଯାଇଛି । ହେଲେ ବିନିବେଶ ଆଦି ମାଧ୍ୟମରେ ପୁଞ୍ଜି ଯୋଗାଣ କରାଯିବ କି, ତେବେ ରାଜସ୍ବ ସଂଗ୍ରହରେ ସାମଗ୍ରିକ ଅନିଶ୍ଚିତତା ବିଷୟରେ କୌଣସି ସ୍ପଷ୍ଟିକରଣ ଦିଆଯାଇନି ।

ଏହି ଆର୍ଥିକ ଅନିଶ୍ଚିତତା ହେତୁ ହେଇପାରେ ସରକାର ରାଜପଥ ଭିତ୍ତିଭିମି ନିର୍ମାଣ ଉପରେ କୌଣସି ନୂଆ ଘୋଷଣାକୁ ଏଡାଇପାରନ୍ତି । ତେବେ ରାଜପଥ ନିର୍ମାଣ ନିଯୁକ୍ତିରେ ଏକ ପ୍ରମୁଖ ଯୋଗଦାନ ରଖିଥାଏ । ଏଥିସହ ଜିଡିପି ଗୁଣକର୍ତ୍ତା ମନେ କରାଯାଏ ।

ତେବେ ଭାରତମାଲା ଯୋଜନା ଅଧୀନରେ ସରକାର ଏକ ବୃହତ ପାଇପଲାଇନ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସମ୍ଭବତଃ ଏବେ ଏଭଳି ଯୋଜନା ନେଇ ତାଜା ଘୋଷଣାକୁ ମଞ୍ଜୁରୀ ମିଳିବ ।

ବାସ୍ତବରେ ଏକ ସାହାସିକ ପଦକ୍ଷେପ

ଏ ସବୁର ନିଷ୍କର୍ଷ କି କେନ୍ଦ୍ର ସରକାର ରିସ୍କ ନେଇଛନ୍ତି । ଯଦି ଏଭଳି ହୋଇଥାଏ, ତେବେ ବିଏହି ବିପଦ ଗ୍ରହଣଯୋଗ୍ୟ ।

କୋରୋନା ପ୍ରଭାବରେ ଅର୍ଥନୀତି ଦୁର୍ବଳ, ସ୍ଥାଣୁ କାରବାର, ଜନଜୀବନ ଅସ୍ତବ୍ୟସ୍ତତା ଭିତରେ ବିଶ୍ବ ବିପଦରେ ପଡିଛି । କୋରାନା ଭାଇରସ ଭ୍ୟାକ୍ସିନ ସହ ଏହା ଆଗକୁ ବଢିବା ନେଇ ଦର୍ଶାଇଯାଇଛି ।

କଡା ପଦକ୍ଷେପ ଜରୁରୀ

ଫାର୍ମଗେଟ ପ୍ରକ୍ରିୟାକରଣ ସୁବିଧାରେ ନିବେଶ ସହିତ କୃଷକଙ୍କୁ ମାର୍କେଟିଂ ସ୍ୱାଧୀନତାର ମାମଲା ନିଆଯାଇଥିଲା । ଯଦି ଏହାକୁ ଲାଗୁ କରାଯାଏ ତେବେ ବର୍ତ୍ତମାନର ବ୍ୟାପାର ପ୍ରଥା ସମ୍ପୂର୍ଣ୍ଣ ମରାମତି ହୋଇଯିବ ଯେଉଁଠାରେ ଅତି କମରେ 40 ପ୍ରତିଶତ ଉଦ୍ୟାନ କୃଷି ଉତ୍ପାଦନ ନଷ୍ଟ ହେବ ।

ଯେତେବେଳେ କି ତାମିଲନାଡୁ ପରି ପ୍ରଗତିଶୀଳ ରାଜ୍ୟଗୁଡ଼ିକ ସମ୍ପୃକ୍ତ ଆଇନଗତ ବ୍ୟବସ୍ଥାରେ ସଂଶୋଧନ କରିସାରିଛନ୍ତି । ବର୍ତ୍ତମାନର ନ୍ୟସ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଏହି ପଦକ୍ଷେପକୁ ବିରୋଧ କରିଥାଇ ପାରନ୍ତି । ପଶ୍ଚିମବଙ୍ଗ ଭଳି ଆର୍ଥିକ ଦୁର୍ବଳ ରାଜ୍ୟରେ ସର୍ବଦା ଏଭଳି ସୁଧାରକୁ ରୋକିବାକୁ ଆଗରେ ରହିଥାଏ ।

ଏଭଳି ସଂସ୍କାରର ଏକ ଭଲ ପଦକ୍ଷେପ । ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଆଞ୍ଚଳିକ ଅସମାନତା ଦୂର ହେବା ସହ ଏବଂ ଭାରତର ନିବେଶର ଗନ୍ତବ୍ୟ ସ୍ଥଳରେ ଭାବେ ପରିଚିତ ହେବ ।

(ଲେଖକ - ପ୍ରତୀମ ରଞ୍ଜନ ବୋଷ , ଉପରୋକ୍ତ ବିଚାର ଲେଖକଙ୍କ ବ୍ୟକ୍ତିଗତ ଅଟେ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.