ETV Bharat / business

ଟ୍ରେଡ ୱାର: ଚୀନକୁ ଆହୁରି 5 ବର୍ଷ ଆଣ୍ଟିଡମ୍ପିଂ ଶୁଳ୍କ ଦେବ ଭାରତ - ଅପ୍ଟିକାଲ ଫାଇବର ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ ଜାରି କଲା ଚୀନ

ସୀମାରେ ହିଂସାତ୍ମକ ସଂଘର୍ଷ ପରେ ଭାରତ ଓ ଚୀନ ମଧ୍ୟରେ ଟ୍ରେଡୱାର ପୁଣି ତେଜିଛି । ଭାରତ ଚୀନର କମ୍ପାନୀ ଲଗାମ କଷିବା ପରେ, ଚୀନ ଏହାର ଜବାବରେ ଭାରତରେ ତିଆରି ଅପ୍ଟିକାଲ ଫାଇବର ଉତ୍ପାଦ ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ 5 ବର୍ଷ ଯାଏଁ ବଢାଇଛି । ଅଧିକ ପଢନ୍ତୁ..

ଟ୍ରେଡ ୱାର : ଭାରତ ଉପରେ ଆହୁରୀ 5 ବର୍ଷ ଆଣ୍ଟି ଡମ୍ପିଂ ଶୁଳ୍କ ବଢାଇଲା ଚୀନ

author img

By

Published : Aug 14, 2020, 6:20 PM IST

ନୂଆଦିଲ୍ଲୀ: ଚୀନ ଭାରତରୁ ଆମଦାନୀ କରୁଥିବା ସିଙ୍ଗଲ ମୋଡ୍ ଅପ୍ଟିକାଲ ଫାଇବର ଉପରେ ଆଣ୍ଟି-ଡମ୍ପିଂ ଶୁଳ୍କ (ଡ୍ୟୁଟି) ପାଞ୍ଚ ବର୍ଷ ବୃଦ୍ଧି କରିଛି। ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟ ଦର୍ଶାଇଛି ଯେ ବାଣିଜ୍ୟ ମନ୍ତ୍ରଣାଳୟର ସଦ୍ୟ ନିଷ୍ପତ୍ତି ଅନୁଯାୟୀ ଶୁକ୍ରବାର (ଅଗଷ୍ଟ 14) ଠାରୁ ନୂଆ ଶୁଳ୍କ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲାଗୁ ହେବ ।

ନୂଆ ଆଦେଶ ଅନୁସାରେ ଭାରତୀୟ କମ୍ପାନୀଗୁଡିକର ଅପ୍ଟିକ ଫାଇବର ଉତ୍ପାଦ ଉପରେ 7.4 ରୁ 30.6 ପ୍ରତିଶତ ଯାଏଁ ଶୁଳ୍କ ଆଦାୟ କରାଯିବ । ବିଭିନ୍ନ ଭାରତୀୟ ଉତ୍ପାଦକଙ୍କ ପାଇଁ ହାର ଭିନ୍ନ ହେବ ।

ଆଣ୍ଟି-ଡମ୍ପିଂ ଶୁଳ୍କ ହଟାଇବା ଦ୍ବାରା ଚାଇନାର ଶିଳ୍ପଗୁଡିକର ସମ୍ଭାବ୍ୟ କ୍ଷୟକ୍ଷତି ସହିବ । ଏହାର ଆକଳନ କରି ଚୀନ ବାଣିଜ୍ୟିକ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ଭାରତରୁ ଆମଦାନୀ ସିଙ୍ଗଲ ମୋଡ ଅପ୍ଲିକାଲ ଫାଇବର ଦ୍ବାରା ଚୀନର ଘରୋଇ ଉଦ୍ୟୋଗ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏହାପୂର୍ବରୁ 2014 ଅଗଷ୍ଟ 13 ରେ ଚୀନ ବାଣିଜ୍ୟ ମନ୍ତ୍ରଣାଳୟ ଭାରତରୁ ସିଙ୍ଗଲ ମୋଡ ଅପ୍ଟିକ ଫାଇବର ଆମଦାନୀ ଉପରେ ପାଞ୍ଚ ବର୍ଷ ପାଇଁ ଆଣ୍ଟି-ଡମ୍ପିଂ ଶୁଳ୍କ ଲାଗୁ କରିବାକୁ ନିର୍ଣ୍ଣୟ ନେଇଥିଲା।

ସିଙ୍ଗଲ ମୋଡ ଅପ୍ଟିକାଲ ଫାଇବର ମୁଖ୍ୟତଃ ଦୀର୍ଘସ୍ଥାୟୀ ଯୋଗାଯୋଗ, ମହାନଗର ନେଟୱାର୍କ, କେବୁଲ ଟେଲିଭିଜନ ଏବଂ ଫାଇବର ଆକ୍ସେସ୍ ନେଟୱାର୍କ ପାଇଁ ବ୍ୟବହୃତ ହୁଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.