ETV Bharat / business

ବଢୁଛି ଚାହିଦା, 55 ହଜାର ଟପିଲା ରୂପା

ରୂପାର ଔଦ୍ୟୋଗିକ ଚାହିଦା ବଢିବା ଆଶା ମଧ୍ୟରେ କ୍ରମାଗତ ଦାମ ବୃଦ୍ଧି ପାଇ ଚାଲିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୂପା ଦାମ 55 ହଜାର ପାର କଲାଣି । ଅଧିକ ପଢନ୍ତୁ..

ବଢୁଛି ଚାହିଦା , 55 ହଜାର ଟପିଲାଣି ରୂପା
ବଢୁଛି ଚାହିଦା , 55 ହଜାର ଟପିଲାଣି ରୂପା
author img

By

Published : Jul 21, 2020, 1:22 PM IST

ମୁମ୍ବାଇ: ଅନ୍ତରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ଜୋରଦାର ଅଭିବୃଦ୍ଧି ଯୋଗୁଁ ମଙ୍ଗଳବାର ଭାରତୀୟ ଫ୍ୟୁଚର ବଜାରରେ ରୂପା କିଲୋଗ୍ରାମ ପିଛା 55 ହଜାର ଟଙ୍କା ଟପିଛି । ତେବେ ସୁନା ଦାମରେ ସେଭଳି କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ ।

କମୋଡିଟି ବଜାରର ବିଶେଷଜ୍ଞ କହିଛନ୍ତି କି, ରୂପାର ଔଦୌଗିକ ଚାହିଦା ବଢିବା ଆଶା ମଧ୍ୟରେ କ୍ରମାଗତ ଦାମ ବୃଦ୍ଧି ପାଇଚାଲିଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୂପା 1275 ଟଙ୍କା ବା 2.36 ପ୍ରତିଶତ ବୃଦ୍ଧି ପାଇ କିଲୋଗ୍ରାମ ପିଛା 55,280 ଟଙ୍କା ରହିଛି ।

ଯେତେବେଳେ କି ଏହା ପୂର୍ବ କାରବାର ମଧ୍ୟରେ ରୂପା ଦାମ MCX ରେ ରୂପା ଦାମ କିଲୋ ପିଛା 55,465 ଟଙ୍କାକୁ ଉଛୁଳିଥିଲା । ଯାହାକି 2013 ପରଠାରୁ ସର୍ବୋଚ୍ଚ ସ୍ତର ଅଟେ । MCX ରେ ସୁନାର ଅଗଷ୍ଟ ଫ୍ୟୁଚର ଅନୁବନ୍ଧରେ ଗତ କାରବାର ତୁଳନାରେ 113 ଟଙ୍କା ବଢିବା ସହ 10 ଗ୍ରାମ ପିଛା 49,140 ଟଙ୍କାରେ କାରବାର କରୁଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ରୂପା ଦାମ 2.68 ପ୍ରତିଶତ ବୃଦ୍ଧି ସହ ଆଉନ୍ସ ପ୍ରତି 20.733 ଡଲାରରେ କାରବାର କରୁଛି । ତେବେ କାରବାର ସମୟରେ ରୂପା ଆଉନ୍ସ ପ୍ରତି 20.848 ଡଲାର ସହ 2016 ପରର ରେକର୍ଡ ଭାଙ୍ଗିଥିଲା ।

ରୂପା କେବଳ ମହଙ୍ଗା ଧାତୁ ନୁହେଁ ବରଂ ଏହା ଏକ ଔଦୌଗିକ ଧାତୁ । ଏହାର ବ୍ୟବହାର ଗହଣା ସହ ଉଦ୍ୟୋଗରେ ମଧ୍ୟ କରାଯାଇଥାଏ । ଏହାର ବ୍ୟବହାର ଇଲୋକ୍ଟ୍ରନିକ୍ସ ଓ ଫୋଟୋଗ୍ରାଫି ବ୍ୟତିତ ଅନ୍ୟ ସେକ୍ଟରରେ ମଧ୍ୟ ହୋଇଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.