ମୁମ୍ବାଇ: ଘରକୁ ସୁନ୍ଦର କରି ସଜାଇବା ପାଇଁ ବଡ ଯୋଜନା କରୁଛି ରିଲାଏନ୍ସ ଇଣ୍ଡଷ୍ଟ୍ରି(Reliance Industries) । ହୋମ୍ ଷ୍ଟାଇଲିଙ୍ଗ ବ୍ରାଣ୍ଡ୍ ପୋର୍ଟିକୋ(Portico) କିଣିବ ରିଲାଏନ୍ସ ।
କ୍ରିଏଟିଭ ଗ୍ରୁପର ଏହି ବ୍ରାଣ୍ଡ୍ 2005ରୁ ବେଡସିଟ, ଟାୱେଲ୍ସ ଆଦି ହୋମ ଫର୍ନିସିଙ୍ଗ ପ୍ରଡକ୍ଟରେ କରିଆସୁଛି ଡିଲ । ଏହି ବ୍ରାଣ୍ଡ୍ର ଜିନିଷ ସମଗ୍ର ଦେଶର 200ରୁ ଅଧିକ ଆଉଟଲେଟରେ ଉପଲବ୍ଧ ଅଛି । ବଜାରରେ ହୁଏତ ପୋର୍ଟିକୋ ବ୍ରାଣ୍ଡ୍ର ଏଣ୍ଟ୍ରି ବିଳମ୍ବ ହୋଇଥାଇପାରେ, ହେଲେ ବର୍ତ୍ତମାନ ସମୟରେ ହୋମ ଷ୍ଟାଇଲିଙ୍ଗର ଏହା ଦ୍ବିତୀୟ ସର୍ବବୃତ ବ୍ରାଣ୍ଡ୍ ।
ଟେକ୍ସଟାଇଲରୁ ନିଜ କାରବାର ଆରମ୍ଭ କରିଥିବା କମ୍ପାନୀ ରିଲାଏନ୍ସ ଗତବର୍ଷ ଟେକ୍ସଟାଇଲ କମ୍ପାନୀ ଆଲୋକ ଇଣ୍ଡଷ୍ଟ୍ରିରୁ ସେୟାର କିଣିଥିଲା ।
ରିଟେଲ ସେକ୍ଟରକୁ ନେଇ ବଡ ଗୋଟିଚାଳନା କରୁଛି ରିଲାଏନ୍ସ । ବିଗବଜାର ଓ ଫ୍ୟୁଚର ରିଟେଲ କିଣିବା ପାଇଁ ଏହା ଗତବର୍ଷ ବଡ ଡିଲ କରିଥିଲା । ବର୍ତ୍ତମାନ ସମୟରେ ରିଲାଏନ୍ସ ଫ୍ରେସ( Reliance Fresh) ନାଁରେ ରାସନ ଓ ଗ୍ରୋସୋରୀ ମାର୍କେଟରେ କାମ କରୁଛି । ସେହିପରି ଇଲେକ୍ଟ୍ରୋନିକ୍ସରେ ରିଲାଏନ୍ସ କନେକ୍ଟ, କପଡାରେ ଟ୍ରେଣ୍ଡ୍ସ୍ସ ଓ ଗହଣାରେ ରିଲାଏନ୍ସ ଜୁଏଲରୀ ଭଳି ବ୍ରାଣ୍ଡ ସାମିଲ ରହିଛି ।