ETV Bharat / business

ଭାରତର କୋପ, ଦିନକୁ 80କୋଟି କ୍ଷତି ସହୁଛି ପାକିସ୍ତାନ - india

ଏମଏଫଏନ ଟ୍ୟାଗକୁ ପ୍ରତ୍ୟାହୃତ ପରେ ପାକିସ୍ତାନ ରୋଗାଗ୍ରସ୍ତ । ଦିନକୁ ହେଉଛି 80 କୋଟିର କ୍ଷତି । ଯାହାକି ଦେଶର ମେରୁଦଣ୍ଡକୁ ଭାଙ୍ଗିଦେଲାଣି ।

ପ୍ରତିକାତ୍ମକ ଫଟୋ
author img

By

Published : Feb 21, 2019, 7:18 PM IST

ନୂଆଦିଲ୍ଲୀ: ଭାରତ ସହ ଶତ୍ରୁତା ପାକିସ୍ତାନଙ୍କୁ ପଡିଛି ମହଙ୍ଗା । ବରବାଦ ସ୍ଥିତିରେ ଆତଙ୍କବାଦୀଙ୍କ ଉପତ୍ୟକା । ବାଣିଜ୍ୟ କଟକଣା ମଧ୍ୟରେ ଆବଦ୍ଧ ଦେଶ । କାଙ୍ଗାଳ ହେବାକୁ ବସିଛି ଅବସ୍ଥା । ଦେବାଳିଆ ମୁହାଁ ଅର୍ଥବ୍ୟବସ୍ଥା । ଏମଏଫଏନ ଟ୍ୟାଗକୁ ପ୍ରତ୍ୟାହୃତ ପରେ ରାଜକୋଷ ରୋଗାଗ୍ରସ୍ତ । ଦିନକୁ ହେଉଛି 80 କୋଟିର କ୍ଷତି । ଯାହାକି ଦେଶର ମେରୁଦଣ୍ଡକୁ ଭାଙ୍ଗିଦେଲାଣି ।

ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ପ୍ରତି ଭାରତର କଠୋରତା ବଢିବାକୁ ଲାଗିଛି । ଭାରତର ଟମୋଟୋ ଓ ଚା ଚାଷୀ ପାକିସ୍ତାନକୁ ଦ୍ରବ୍ୟ ରପ୍ତାନୀ ଉପରେ ରୋକ ଲଗାଇ ଦେଇଛନ୍ତି । ସେହିପରି ପାକିସ୍ତାନରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ଭାରତ ଟିକସ 200%ବୃଦ୍ଧି ପାଇଛି । ଫଳରେ ପାକିସ୍ତାନର ଶହ ଶହ ଟ୍ରକ ସୀମା ପାଖରେ ଅଟକି ରହିଛନ୍ତି । ଏଥିଯୋଗୁଁ ଦେଶକୁ ଦୈନିକ 80 କୋଟିର କ୍ଷତି ସହିବାକୁ ପଡୁଛି ।

ଏପରି ସ୍ଥିତିରେ ଚାହିଦା ପୂରଣ ହେଉନଥିବାରୁ ଚିନ୍ତାରେ ପାକ୍‌ବାସୀ । ପ୍ରକାଶ ଥାଉ ଯେ, ଫେବୃଆରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣରେ ଭାରତର 40 ବୀରପୁଅ ସହିଦ ହୋଇଛନ୍ତି । ପାକିସ୍ତାନର ଏହି କୁକର୍ମ ପାଇଁ ଭାରତ ଅଣ୍ଟା ଭିଡିସାରିଛି । ପାକକୁ ତଳିତଳାନ୍ତ କରିବାକୁ ସବୁ ଦିଗରୁ ପ୍ରଚେଷ୍ଟା କରିଛି । ପାକିସ୍ତାନ ସହ ସବୁ ବାଣିଜ୍ୟିକ ସମ୍ପର୍କ ତୁଟାଇ ସହ ସୀମା ଶୁଳ୍କ(କଷ୍ଟମ ଡ୍ୟୁଟି)କୁ ବଢାଇଦେଇଛି । ଏହାଦ୍ବାରା ଭାରତକୁ ସାମଗ୍ରୀ ରପ୍ତାନୀ କଲେ ପାକିସ୍ତାନକୁ ଅଧିକ କର ଦେବାକୁ ପଡ଼ିବ ।

undefined

Intro:Body:

ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଅବିଚାର , ସୁରକ୍ଷା ଦାବିରେ ବିଧାନସଭାରେ ଆଗରେ ଧାରଣା

ଭୁବନେଶ୍ବର: ଦିନ ରାତି 24ପ୍ରହର, ଦେଶର କୋଣଅନୁକୋଣର ଟିକିନିଖି ଖବର ଦେଉଥିବା ଖବରଦାତା ଏବେ ନିଜେ ପାଲଟି ଯାଇଛନ୍ତି ଏକ ଖବର । ପାଦେପାଦେ ଗୋଡାଉଛି ଆକ୍ରମଣର ଭୟ । କାଳେ କିଏ କେତେବେଳେ ଆସି ମାରିଦେବ କି? ଏପରି ଅନେକ ଆଶଙ୍କା ଓ ଆତଙ୍କରେ କର୍ତ୍ତବ୍ୟ କରୁଛନ୍ତି ଜନପ୍ରତିନିଧି । ଏହି ଅତ୍ୟାଚାର ବିରୋଧରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ ଆସି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି ।

ଜନତାଙ୍କ ପାଇଁ ଗର୍ଜନ କରୁଥିବା କର୍ତ୍ତବ୍ୟନିଷ୍ଠ ସାମ୍ବାଦିକ ଏବେ ନିଜ ସୁରକ୍ଷା ପାଇଁ ତଣ୍ଟି ଫଟେଇ ଗର୍ଜୁଛନ୍ତି । ଦେଶ ପାଇଁ ନିଜ ଜୀବନକୁ ପାଣି ଛଡାଇଦେଇଥିବା ଜନପ୍ରତିନିଧିଙ୍କ ସୁରକ୍ଷିତ ଜୀବନ ପାଇଁ ସରକାର କୌଣସି ବ୍ୟବସ୍ଥା କରୁନାହାନ୍ତି । ସରକାରଙ୍କ ଏହି ବାଛବିଚାରକୁ ବିରୋଧ କରି ରାଜ୍ୟର ହଜାର ହଜାର ଗଣପ୍ରତିନିଧି ତାତିଛନ୍ତି ।

ସାମ୍ବାଦିକଙ୍କ ସୁରକ୍ଷା ଆଇନ, ଅବସରକାଳୀନ ଭତ୍ତା ଓ ରାଜ୍ୟର କାର୍ଯ୍ୟରତ ସାମ୍ବାଦିକଙ୍କୁ ଚିହ୍ନଟ ଆଦିକୁ ସରକାର ଯଥାସମ୍ଭବ କାର୍ଯ୍ୟକାରୀ କରିବାକୁ ସଂଘର ସଭାପତି ବିଭୁତି ଭୂଷଣ କର ଦାବି କରିଛନ୍ତି ।

ଏଥିସହ ଚଳିତ କାର୍ଯ୍ୟାଳୟ ଶେଷ କରିବା ପୂର୍ବରୁ ସରକାର ସାମ୍ବାଦିକଙ୍କ ପ୍ରତି ଦୃଷ୍ଟି ଦେବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଏତେ ସବୁ ପରେ ବି ଯଦି ସରକାର କିଛି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ, ରାଜ୍ୟବ୍ୟାପୀ ସାମ୍ବାଦିକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ସୂଚନା ପ୍ରଚାର ପ୍ରସାରକୁ ସମ୍ପୂର୍ଣ୍ଣ ଅକାମୀ କରିଦେବେ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.