ନୂଆଦିଲ୍ଲୀ: ଏତେ ସବୁ କୋହଳ ଓ ଚେତାବନୀ ସତ୍ତ୍ବେ ମଧ୍ୟ ଶେଷ ଦିନରେ 13.30 ଲକ୍ଷ ଜିଏସଟି ରିଟର୍ଣ୍ଣ ଭରିଛନ୍ତି କରଦାତା। ଏହା ମୋଟ ଜିଏସଟିଆର 3ବି ରିଟର୍ଣ୍ଣର 20 ପ୍ରତିଶତ ବୋଲି ଜଣାପଡିଛି। ମଙ୍ଗଳବାର ଜିଏସଟି ନେଟୱର୍କି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।
ନେଟୱର୍କର କହିବା ଅନୁଯାୟୀ, ଏବେ ସୁଦ୍ଧା ଏ ମାସରେ କରାଯାଇଥିବା ରିଟର୍ଣ୍ଣରୁ ଜଣାପଡିଛି କି ଜିଏସଟିଏନ ରିଟର୍ଣ୍ଣ ଫାଇଲ କରିବା ପ୍ରଣାଳୀ ନିର୍ଦ୍ଧିଷ୍ଟ ସୀମା ଭିତରେ କାମ କରୁଛି। ଏହା ସ୍ପଷ୍ଟ ହେଉଛି ଯେ ଜାନୁଆରୀ 14 ସୁଦ୍ଧା 24.6 ଲକ୍ଷ ଜିଏସଟିଆର-3ବି ଫର୍ମ ଭରାଯାଇଛି।
ଡିସେମ୍ବରରେ ମୋଟ 65.65 ଲକ୍ଷ ଜିଏସଟିଆର-3ବି ରିଟର୍ଣ୍ଣ ଫାଇଲ କରାଯାଇଛି। ଏଥିରେ 13.30 ଲକ୍ଷ ଜିଏସଟିଆର 3ବି ରିଟର୍ଣ୍ଣର ଶେଷ ତାରିଖ ଚଳିତ ଜାନୁଆରୀ 20ରେ ଭରାଯାଇଛି। ଏନେଇ ବହୁ କରଦାତା ସୋସିଆଲ ମିଡିଆରେ ଟେକନିକ ଗଡବଡ ନେଇ ଅଭିଯୋଗ କରିଥିଲେ।
‘ୱାନ ଟାଇମ ପାସୱାର୍ଡ’ ପାଇଁ କିଛି ସମସ୍ୟା ରହିଛି । ଏଥିଯୋଗୁଁ ଇ-ମେଲ ସେବା ପ୍ରଦାନ ବା ସ୍ଥାନୀୟ ସ୍ତରରେ ଇଣ୍ଟରନେଟ ସମସ୍ୟା ହୋଇପାରେ ବୋଲି କୁହାଯାଇଛି।