ETV Bharat / business

ଭାଙ୍ଗିଲା ରେକର୍ଡ, 2020ରେ ସୁନା ଚାହିଦା 35% ହ୍ରାସ

କୋରୋନା ପ୍ରଭାବରେ ବଢିଛି ଆର୍ଥିକ ଅନିଶ୍ଚିତତା । ଏହାର ପ୍ରଭାବରେ ସୁନା ଚାହିଦା 35 ପ୍ରତିଶତ ହ୍ରାସ ହୋଇଛି । ଯାହାକି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

ଭାଙ୍ଗିଲା ରେକର୍ଡ,  2020ରେ  ସୁନା ଚାହିଦା  35  ପ୍ରତିଶତ ହ୍ଲାସ

author img

By

Published : Jan 28, 2021, 10:26 PM IST

ମୁମ୍ବାଇ: ଦେଶର ସୁନା ଚାହିଦା ଗତ ବର୍ଷ ଅର୍ଥାତ 2020ରେ 35 ପ୍ରତିଶତରୁ ଅଧିକ ହ୍ରାସ ହୋଇ 446.4 ଟନ ରହିଛି । ବିଶ୍ବ ସ୍ବର୍ଣ୍ଣ ପରିଷଦ ( WGC) ର ଏକ ରିପୋର୍ଟରେ ଏନେଇ ସୂଚନା ଦିଆଯାଇଛି । WGCର 2020ର ସୁନା ଚାହିଦା ଦୃଷ୍ଟିକୋଣ ଉପରେ ଜାରି ରିପୋର୍ଟରେ କୁହାଯାଇଛି କି କୋରୋନା ଯୋଗୁଁ ଲାଗୁ ଲକଡାଉନ ଓ ବହୁମୂଲ୍ୟ ଧାତୁର ଦାମ ଏହାର ସର୍ବକାଳୀନ ସ୍ତରରେ ପହଞ୍ଚିବା ମଧ୍ୟରେ ସୁନା ଚାହିଦାରେ ହ୍ରାସ ଆସିଛି ।

ଏଥିସହ ରିପୋର୍ଟରେ କୁହାଯାଇଛି କି ଏବେ ସ୍ଥିତି ସ୍ବାଭାବିକ ହେଉଛି । ଆଉ ଏଥିସହ ଶୀଘ୍ର ସୁଧାର ଦ୍ବାରା ଉଦ୍ୟୋଗ ମଜବୁତ ହୋଇଛି । ଏଭଳି ସ୍ଥିତିରେ ଏହି ବର୍ଷ 2021 ରେ ସୁନାର ଚାହିଦାରେ ସୁଧାର ଆଶା ରହିଛି ।

ରିପୋର୍ଟରେ ଦର୍ଶାଯାଇଛି କି 2020 ରେ ଭାରତର ସୁନା ଚାହିଦା 35.34 ପ୍ରତିଶତ ହ୍ରାସ ହୋଇ 446.4 ରହିଛି । ଯାହା 2019 ରେ 690.4 ଟନ ଥିଲା । WGCର ତଥ୍ୟ ଅନୁସାରେ ଗତ ବର୍ଷ ମୂଲ୍ୟ ହିସାବରେ ସୁନା ଚାହିଦାରେ 14 ପ୍ରତିଶତ ହ୍ରାସ ଆସିଛି । ଆଉ ଏହା ହ୍ରାସ ହୋଇ 1,88,280 କୋଟି ଟଙ୍କା ରହିଛି ।

2019 ରେ ମୂଲ୍ୟ ହିସାବରେ ସୁନାର ଚାହିଦା 2,17,770 କୋଟି ଟଙ୍କା ରହିଥିଲା । ଏଥିମଧ୍ୟରେ 2020 ରେ ଆଭୂଷଣର ମୋଟ ଚାହିଦା ପରିମାଣ ହିସାବରେ 42 ପ୍ରତିଶତ ହ୍ରାସ ହୋଇ 315.9 ଟନ ରହିଛି । ଯାହା 2019 ରେ 544.6 ଟନ ରହିଥିଲା ।

ମୂଲ୍ୟ ହିସାବରେ ଏହା 22.42 ପ୍ରତିଶତ କମି 1,33,260 କୋଟି ଟଙ୍କା ରହିଛି । ଯାହା ଏହା ପୂର୍ବ ବର୍ଷ 1,71,790 କୋଟି ଟଙ୍କା ରହିଥିଲା । କୋଭିଡ-19 ଯୋଗୁଁ ଲାଗୁ ପ୍ରତିବନ୍ଧକ କାରଣରୁ ଆଭୂଷଣର ଚାହିଦା ପ୍ରଭାବିତ ହୋଇଛି । ରିପୋର୍ଟରେ କୁହାଯାଇଛି କି 2020 ରେ ଦେଶର ସୁନାର ନିଟ ଆମଦାନୀ 47 ପ୍ରତିଶତ କମି 344.2 ଟନ ରହିଥିଲା । ଯାହା 2019 ରେ 646.8 ଟନ ଥିଲା ।

ଡବ୍ଲୁଜିସିର ପରିଚାଳନା ନିର୍ଦ୍ଦେଶକ ଭାରତ ସୋମସୁନ୍ଦରମ ପିଆର କହିଛନ୍ତି କି ଲକଡାଉନରେ କୋହଳ ଓ ପର୍ଯ୍ୟାୟକ୍ରମେ ସ୍ଥିତିକୁ ସ୍ବାଭାବିକ କରିବା ପ୍ରୟାସ ଦ୍ବାରା ଗତ ବର୍ଷ ଚତୁର୍ଥ କ୍ରୟମାସରେ ସୁନାର ଆମଦାନୀ ବାର୍ଷିକ ଆଧାରରେ 19 ପ୍ରତିଶତ ବଢିଛି । ଏହା ଚାପଗ୍ରସ୍ତ ଚାହିଦାର ସକରାତ୍ମକ ପ୍ରଭାବକୁ ଦର୍ଶାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.