ନୂଆଦିଲ୍ଲୀ: ବହୁ ସମୟରେ ଏଟିଏମରୁ ଟଙ୍କା ଉଠାଣ ବେଳେ ଆପଣଙ୍କ ଟଙ୍କା ଅଟକି ଯାଇପାରେ । ତେବେ ଏଥିପାଇଁ ଟେନସନ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ । ଧୈର୍ଯ୍ୟର ସହ ଆପଣାନ୍ତୁ ଏହିସବୁ ଉପାୟ । ଭୋଗିବାକୁ ପଡିବନି କୌଣସି ଅସୁବିଧା..
- ସର୍ବପ୍ରଥମେ ATM ମେସିନରେ ଯେଉଁ ଟ୍ରାଞ୍ଜାକ୍ସନ ସ୍ଲିପ ଆସିଥାଏ , ତାକୁ ସମ୍ଭାଳିକି ରଖନ୍ତୁ । ତାହାର ଫଟୋକପି କାଢିନିଅନ୍ତୁ । କାରଣ ସେଥିରେ ଯେଉଁ ପ୍ରିଣ୍ଟ ରହିଥାଏ ତାହା ଅସ୍ଥାୟୀ ହୋଇଥାଏ ।
- ତେବେ ଯଦି କୌଣସି ସ୍ଲିପ ବାହାରିନଥାଏ ତେବେ ATMମେସିନର ନମ୍ବର ନୋଟ କରି ରଖନ୍ତୁ । ଏହା ଆପଣଙ୍କୁ ଅଭିଯୋଗ ଦାୟର କରିବା ସମୟରେ ଆବଶ୍ୟକତା ପଡିପାରେ ।
- ଏହି ଏଟିଏମ ମେସିନ ନମ୍ବର ନେଇ ଆପଣଙ୍କ ବ୍ୟାଙ୍କ (ଯେଉଁଠି ଆକାଉଣ୍ଟ ଥିବ)ରେ ଅଭିଯୋଗ ଫର୍ମ ଜମା କରନ୍ତୁ । ହଁ ଏହାର ଗୋଟିଏ କପି ପାଖରେ ରଖିବାକୁ ଭୁଲନ୍ତୁ ନାହିଁ ।
- ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ଅଧିନରେ ଅଭିଯୋଗ କରିବାର 7 କାର୍ଯ୍ୟଦିବସ ଭିତରେ ଆପଣଙ୍କ ଖାତାକୁ ଟଙ୍କା ଫେରସ୍ତ ଆସିଯିବ ।
- ଯଦି 7 ଦିନ ଭିତରେ ଟଙ୍କା ନ ଆସେ, ତେବେ ବ୍ୟାଙ୍କ ଆପଣଙ୍କୁ ଜୋରିମାନା ରୂପପ ଦୈନିକ ହିସାବରେ 100 ଟଙ୍କା ଲେଖାଏଁ ଦେବ ।