ETV Bharat / business

2 ମାସରେ କେନ୍ଦ୍ର ଟିକସରୁ ରାଜ୍ୟକୁ 92,077 କୋଟି ଟଙ୍କା ଜାରି

author img

By

Published : May 22, 2020, 12:50 AM IST

ଗତ 2 ମାସ ମଧ୍ୟରେ କେନ୍ଦ୍ର ଟିକସରୁ ରାଜ୍ୟରୁ 92,077 କୋଟି ଟଙ୍କା ଜାରି କରିଛନ୍ତି ସରକାର । ବର୍ତ୍ତମାନର ସଙ୍କଟ ସମୟରେ ନଗଦ ପ୍ରବାହ ଜାରି ରଖିବା ଏଭଳି ପଦକ୍ଷେପ ଗ୍ରହଣ ହୋଇଛି । ଅଧିକ ପଢ଼ନ୍ତୁ...

FinMin
2 ମାସରେ କେନ୍ଦ୍ର ଟିକସରୁ ରାଜ୍ୟକୁ 92,077 କୋଟି ଟଙ୍କା ଜାରି

ନୂଆଦିଲ୍ଲୀ: ଏପ୍ରିଲ ଓ ମେ ମାସର କିସ୍ତି ବାବଦରେ କେନ୍ଦ୍ର କରରୁ ରାଜ୍ୟର ଅଂଶ ରୂପେ ମୋଟ 92,077 କୋଟି ଜାରି କରିଛନ୍ତି ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି ।

ଏଥିମଧ୍ୟରେ ଏପ୍ରିଲ ମାସର 46,038.10 କୋଟି ଟଙ୍କା ଓ ମେ ମାସ ପାଇଁ 46,038.70 କୋଟି ଜାରି ହୋଇଛି ବୋଲି ମନ୍ତ୍ରାଣଳୟ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ବିଟରେ କୁହାଯାଇଛି ଯେ, ଜାରି ହୋଇଥିବା ରାଶି ବଜେଟ 2020-21ର ପ୍ରାପ୍ତି ଅନୁମାନ ଉପରେ ଆଧାରିତ । ଏହି ଟଙ୍କା ବାସ୍ତବ କର ଆଦାୟ ଅନୁରୂପ ଦିଆଯାଇନାହିଁ ।

ସଙ୍କଟର ଏଭଳି ଘଡିସନ୍ଧି ମୂହୂର୍ତ୍ତରେ ରାଜ୍ୟର ନଗଦ ପ୍ରବାହ ଜାରି ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । 2020-21 ବଜେଟରେ କେନ୍ଦ୍ର କର ମଧ୍ୟରୁ ରାଜ୍ୟର ଅଂଶ 7.8 ଲକ୍ଷ କୋଟି ଟଙ୍କା ରହିବା ନେଇ ଆକଳନ କରାଯାଇଥିଲା ।

ପଞ୍ଚଦଶ ଅର୍ଥଆୟୋଗ ରାଜ୍ୟ ପାଇଁ 41 ପ୍ରତିଶତ ଓ ନୂଆରେ ଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁକାଶ୍ମୀର ଓ ଲଦାଖ ପାଇଁ 1 ପ୍ରତିଶତ ପାଇଁ ସୁପାରିଶ କରିଛି । ସେପଟେ ଚତୁର୍ଦ୍ଦଶ ଅର୍ଥ ଆୟୋଗ କର ମଧ୍ୟରୁ ରାଜ୍ୟକୁ 42 ପ୍ରତିଶତ ଦେବା ପାଇଁ ପରାମର୍ଶ ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.