ETV Bharat / business

ପୁଣି ବଢିଲା ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି

କରଦାତାଙ୍କ ସୁବିଧାକୁ ନଜରରେ ରଖି ପୁଣି ବଢିଲା ଜିଏସଟି ବାର୍ଷିକ ରିଟର୍ଣ୍ଣ ଦାଖଲ ଅବଧି । ଜାଣନ୍ତୁ କେବେ ଯାଏ ଆପଣ ଭରିପାରିବେ ଜିଏସଟି ରିଟର୍ଣ୍ଣ।

ପୁଣି ବଢିଲା ଜିଏସଟି ରିଟର୍ଣ୍ଣ ଦାଖଲ ଅବଧି
author img

By

Published : Nov 15, 2019, 7:57 AM IST

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର(ଜିଏସଟି) ରିଟର୍ଣ୍ଣ ଭରିନାହାନ୍ତି କି? ତେବେ ଚିନ୍ତା କରନ୍ତୁ ନାହିଁ । କରଦାତାଙ୍କ ସୁବିଧାକୁ ନଜରରେ 2017-18 ଏବଂ 2018-19 ଆର୍ଥିକ ବର୍ଷ ପାଇଁ ଜିଏସଟି ରିଟର୍ଣ୍ଣ ଅବଧିକୁ ବଢାଯାଇଛି। କେନ୍ଦ୍ରୀୟ ପରୋକ୍ଷ ଏବଂ ସୀମା ଶୁଳ୍କ ବୋର୍ଡ(ସିବିଆଇସି) ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

2017-18 ବର୍ଷ ପାଇଁ ଫର୍ମ ଜିଏସଟିଆର-9 ଏବଂ ଫର୍ମ ଜିଏସଟିଆର -9 ସି ଲାଗି ଚଳିତ ବର୍ଷ ଶେଷ ଅର୍ଥାତ 2019 ଡିସେମ୍ବର 31 ପର୍ଯ୍ୟନ୍ତ ରିଟର୍ଣ୍ଣ ଭରିପାରିବେ। ପୂର୍ବରୁ ଏହି ଅବଧି ନଭେମ୍ବ 30 ଯାଏ ଥିଲା। ସେହିଭଳି 2018-19 ଆର୍ଥିକ ବର୍ଷ ପାଇଁ ଜିଏସଟିଆର-9 ଏବଂ ଫର୍ମ ଜିଏସଟିଆର -9 ଦାଖଲ ଅବଧି 2020 ମାର୍ଚ୍ଚ 31କୁ ବୃଦ୍ଧି ପାଇଛି। ପୂର୍ବରୁ ଏହାର ସମୟସୀମା ଡିସେମ୍ବର 31 ପର୍ଯ୍ୟନ୍ତ ରହିଥିଲା।

କେବଳ ଅବଧି ବଢିନି ଏଥିସହ ବାର୍ଷିକ ରିଟର୍ଣ୍ଣ ଫର୍ମକୁ ଆହୁରି ସରଳ କରାଯାଇଛି। ଏହି ସବୁ ପରିବର୍ତ୍ତନ ଦ୍ବାରା ଜିଏସଟି କରଦାତା ନିର୍ଦ୍ଦିଷ୍ଟ ସମୟ ଭିତରେ ରିଟର୍ଣ୍ଣ ଭରିବା ସହଜ ହେବ ବୋଲି ବୋର୍ଡ ପକ୍ଷରୁ ଆଶା କରାଯାଇଛି।

Intro:Body:

hnmhjm

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.