ନୂଆଦିଲ୍ଲୀ: ଭାରତୀୟ ରେଳର ହେବ ନବକଳେବର । ଟ୍ରାକରେ ଗଡିବ ହାଇସ୍ପିଡ୍ ଟ୍ରନ । ଏଥିପାଇଁ ଜାପାନ ଠାରୁ 24ଟି ବୁଲେଟ ଟ୍ରେନ ଆଣିବ ଭାରତ । ଏଥିସହ ଲମ୍ବା ଯାତ୍ରା କରୁଥିବା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ସିସିଟିଭି କ୍ୟାମେରା ଲଗାଯିବ । ଏହା ବ୍ୟତିତ ରାଜଧାନୀ ଓ ଶତାବ୍ଦୀ ଭଳି ଟ୍ରେନର ଘରୋଇକରଣକୁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ସେଥିରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।
ମୁମ୍ବାଇ- ଅହମ୍ମଦାବାଦ ହାଇସ୍ପିଡ୍ ଲେଳ ଚଳାଚଳ ଯୋଜନକାକୁ ସଫଳ କରିବା ଲକ୍ଷ୍ୟରେ ଭାରତ ସରକାର ଜାପାନ ସହ ଏ ନେଇ ବୁଝାମଣା କରିଛନ୍ତି । ଜାପାନ କମ୍ପାନୀ ସହ ହୋଇଥିବା ଚୁକ୍ତି ଅନୁସାରେ ଭାରତ 24ଟି ବୁଲେଟ ଟ୍ରେନ କିଣିବ । ସେଥିରୁ ମେକ ଇନ ଇଣ୍ଡିଆକୁ ପ୍ରୋତ୍ସାହିତ କରି ଆଗକୁ ନେବା ଉଦ୍ଦେଶ୍ୟରେ 6ଟି ଟ୍ରେନକୁ ଭାରତରେ ତିଆରି କରାଯିବ । ଏଥିପାଇଁ ଆନୁମାନିକ ବ୍ୟୟବରାଦ 1.08 ଲକ୍ଷ କୋଟି ଟଙ୍କା ରହିଛି ।
ଏଥିମଧ୍ୟରୁ 81 ପ୍ରତିଶତ ଅର୍ଥ ଜାପାନ ଇଣ୍ଟରନ୍ୟସନାଲ କୋ-ଅପରେସନ ଏଜେନ୍ସୀ(ଜୀକା) ମାଧ୍ୟମରେ କରାଯିବ । ଏହି ପ୍ରକଳ୍ପକୁ ଆଗମୀ 3 ବର୍ଷ(2023) ମଧ୍ୟରେ ଶେଷ କରିବାକୁ ଟାର୍ଗେଟ ରହିଛି । ଶୁକ୍ରବାର ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏ ନେଇ ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ବୁଲେଟ ଟ୍ରେନ ପ୍ରକଳ୍ପକୁ ନେଇ ଜମି ଅଧିଗ୍ରହଣ ମାମଲା ଏବେ ବି ତୁଟିନି । ଆବଶ୍ୟକ ହେଉଥିବା 1380 ହେକ୍ଟର ଭୂମି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର 39 ପ୍ରତିଶତ ଅଧିଗ୍ରହଣ ହୋଇପାରିଛି ବୋଲ ବିଭାଗ ପକ୍ଷରୁ କୁହାଯାଇଛି ।