କଟକ: ସାମୁଦ୍ରିକ ଝଡ ଫନି ଯିବାର ଆଜିକୁ 25ଦିନ ବିତିଯାଇଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପରିସ୍ଥିତ ସ୍ବାଭାବିକ ହୋଇ ପାରିନାହିଁ । କଟକରେ ସର୍ବାଧିକ କ୍ଷତିଗ୍ରସ୍ତ ବିଜୁଳି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ସଂଯୋଗ ହୋଇଛି ।
ସେପଟେ କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ଏବେବି ସେମିତି ପଡିରହିଛି । ଏହାସହ ତାର ଏବଂ ଅନ୍ୟାନ୍ୟ ବିଦ୍ୟୁତ ସାମଗ୍ରୀ ଏବେ କଟକବାସୀଙ୍କ ପାଇଁ ବିପଦ ଡାକିଆଣିଛି । କିଲ୍ଲା ପଡିଆରୁ ବାରବାଟି ଦୁର୍ଗକୁ ସଂଯୋଗ କରୁଥିବା ରାସ୍ତାରେ ଏବେବି 15ରୁ ଅଧିକ ବିଦ୍ୟୁତ ଖୁଣ୍ଟ ପଡିରହିଛି ।
ଯାହା ଦ୍ବାରା ଲୋକେ ନାନା ସମସ୍ୟା ଭୋଗିବା ସହ ଛୋଟ ମୋଟ ଦୁର୍ଘଟଣା ମାନ ଘଟିବାର ଆଶଙ୍କା ରହିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଯଥା ସମ୍ଭବ ଏହିସବୁ ଖୁଣ୍ଟକୁ ସ୍ଥାନାନ୍ତର କରିବା ପାଇଁ ଲୋକେ ଦାବି କରୁଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ