ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଏଣିକି ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କୁ ଟୀକାଦାନ କରିବ ସ୍ୱତନ୍ତ୍ର ଗାଡି । ବିଭିନ୍ନ କାରଣରୁ ଘରେ ରହି ଟୀକାଦାନ କେନ୍ଦ୍ରକୁ ଯାଇପାରିନଥିବା ସହରର ବରିଷ୍ଠ ନାଗରିକମାନଙ୍କୁ ମହାନଗର ନିଗମର ଏହି ସ୍ୱତନ୍ତ୍ର ଗାଡି ପହଞ୍ଚି ପ୍ରଦାନ କରିବ କୋରୋନା ସୁରକ୍ଷା କବଚ ଭ୍ୟାକ୍ସିନେସନ । ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ବୋଲି କୁହାଯାଇଥିବାବେଳେ ଏଥିପାଇଁ ଖୁବ୍ ଶ୍ରୀଘ୍ର ଏକ ଏସ୍.ଓ.ପି ପ୍ରସ୍ତୁତ କରି ଜନସାଧାରଣଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ମହାନଗର ନିଗମର କମିଶନର ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।
ବ୍ରହ୍ମପୁର ସହରରେ ଘରକୁ ଘର ବୁଲି ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ଏବଂ ବହୁଳ ମାତ୍ରାରେ ସଂକ୍ରମିତ ଅଞ୍ଚଳରେ କୋଭିଡ ପରୀକ୍ଷା କରିବା ପାଇଁ ସ୍ବତନ୍ତ୍ର ଭ୍ୟାନ ବୁଲିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ