ନୂଆଦିଲ୍ଲୀ: ଗୌହାଟୀରେ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ପୁରା ପ୍ରସ୍ତୁତ ଅଛନ୍ତି ବକ୍ସିଂ ମମ ମେରି କମ । ମେରୀ ଏହି ଟୁର୍ଣ୍ଣାମେଣ୍ଟରେ 51 କେଜି ବର୍ଗରେ ଅଂଶ ଗ୍ରହଣ କରିବେ ।
ଏନେଇ ମେରି କହିଛନ୍ତି ଏଥିପାଇଁ ସେ ପୁରା ପ୍ରସ୍ତୁତ ଅଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି । ଆଗକୁ ଆସୁଥିବା ବିଶ୍ବକପ ପାଇଁ ମୋର ଏହା ପ୍ରଥମ ପରୀକ୍ଷା ହେବ ବୋଲି ସେ କହିଛନ୍ତି । ଆସାମରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହେଉଥିବାରୁ ସେ ବହୁତ ଖୁସି ବୋଲି ସେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଏହି ଟୁର୍ଣାମେଣ୍ଟ ମେରୀଙ୍କ ପାଇଁ ଚଳିତ ବର୍ଷର ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ । ତେବେ ଗତବର୍ଷ ଦିଲ୍ଲୀରେ ହୋଇଥିବା ଚାମ୍ପିଅନସିପରେ ମେରୀ 48କେଜି ବର୍ଗରେ ଷଷ୍ଠତମ ବିଶ୍ବ ବିଜେତା ହୋଇଥିଲେ । ସେହିପରେ ମେରୀ ଲଣ୍ଡନ ଅଲମ୍ପିକ ଓ ବିଶ୍ବ ଚାମ୍ପିଅନସିପରେ କାଂସ୍ୟ ପଦକ ମଧ୍ୟ ଜିତିଥିଲେ ।