ବାଲେଶ୍ବର: ସାମ୍ବାଦିକଙ୍କୁ ଧମକ ଏବଂ ପରେ ହୋଇଥିବା ଆକ୍ରମଣ ଘଟଣାରେ ସମୂହ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ । ତୁରନ୍ତ ନ୍ୟାୟ ଦାବି କରି ସାମ୍ବାଦିକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଗତ 30 ତାରିଖରେ ବାଲିଆପାଳର ସାମ୍ବାଦିକ ପ୍ରତାପ ପାତ୍ରଙ୍କୁ ପ୍ରଥମେ ହତ୍ୟା ଧମକ ମିଳିଥିଲା । ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ଉକ୍ତ ଘଟଣାକୁ 2ଦିନ ବିତିଯାଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ବାଲିଆପାଳ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ।
ଗତ 8 ମାସ ବ୍ୟବଧାନରେ 2 ଜଣ ସାମ୍ବାଦିକଙ୍କୁ ହତ୍ୟା ଉଦ୍ୟମ, ସହରର ଗୁଳି ଫୁଟିବା, ବାଲାଂଦେଶୀ ଯୁବତୀ ଦେହ ଵ୍ୟବସାୟରେ ଲିପ୍ତ ରହିବା, ବେଆଇନ ବାଲି ଉଠାଣ ଭଳି ଅପରାଧ ବାଲିଆପାଳ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ଏସବୁ ଅପରାଧିକ ଘଟଣା, ଦୁର୍ନୀତି, କଳା ବଜାରୀ ସହିତ ମାଫିଆଙ୍କ ସମ୍ପୃକ୍ତିର ଖବର ପ୍ରକାଶ କରୁଥିବାରୁ ଅନେକ ସମୟରେ ସାମ୍ବାଦିକ ଆକ୍ରମଣର ଶିକାର ହେଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ ବାରମ୍ବାର ଏହି ଅପରାଧିକ ଘଟଣା ପାଇଁ ପୋଲିସ ଓ ପ୍ରଶାସନର ସ୍ଥାଣୁତାକୁ ଦାୟୀ କରିଛନ୍ତି ସାମ୍ବାଦିକ ।
ତୁରନ୍ତ ଏହି ଅଭିଯୁକ୍ତଙ୍କୁ ଗିରଫ କରି ସାମ୍ବାଦିକଙ୍କୁ ସାମାଜିକ ସୁରକ୍ଷାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ବିଡ଼ିଓ ଏବଂ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ