ETV Bharat / briefs

ରାସ୍ତାକଡରେ ବେଆଇନ ବିଜ୍ଞାପନ ହୋର୍ଡିଂ, ପ୍ରଶାସନ ନୀରବ

ବିନା ଟେଣ୍ଡର ଏବଂ ବିନା ଅନୁମତିରେ ରାସ୍ତାରେ ମନଇଚ୍ଛା ଲଗାଯାଇଛି ହୋର୍ଡିଂ । ଯାହା ଅନେକ ସମୟରେ ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Jun 23, 2019, 12:03 AM IST

ଯାଜପୁର: ବ୍ୟାସନଗର ପୌରାଞ୍ଚଳର ମୁଖ୍ୟ ରାସ୍ତାରେ ଲାଗିଛି ମାଳ ମାଳ ବିଜ୍ଞାପନ ହୋର୍ଡିଂ । ଯେଉଁଠି ବିନା ଟେଣ୍ଡର ଏବଂ ବିନା ଅନୁମତିରେ ରାସ୍ତାରେ ମନଇଚ୍ଛା ଲଗାଯାଇଛି ହୋର୍ଡିଂ । କେଉଁଠି ଇଲେକ୍ଟ୍ରି ଖୁଣ୍ଟ ତ ଆଉ କେଉଁଠି ବଡ଼ବଡ଼ ଷ୍ଟ୍ରକଚର ତିଆରି କରି ହୋଡ଼ିଂ ସବୁ ଲଗାଯାଇଛି । ଯାହା ଅନେକ ସମୟରେ ସହରବାସୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଆଉ ଏଥିପାଇଁ ପୌର ପ୍ରଶାସନ ବିପୁଳ ପରିମାଣର ରାଜସ୍ବ ହରାଉଛି । ସ୍ଥାନୀୟ ଲୋକେ ଏନେଇ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନିଘା ନାହିଁ ।

ସେପଟେ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଅବହେଳାର ଫାଇଦା ଉଠାଉଛନ୍ତି ପୌର ପ୍ରଶାସନର କିଛି ଅସାଧୁ କର୍ମଚାରୀ । ଗତ ଫନି ବାତ୍ୟାରେ ସହରରେ ଲାଗିଥିବା ଏହି ବଡ ବଡ ହୋର୍ଡିଂ ସବୁ ଖସି ପଡି ରାସ୍ତା ଅବରୋଧ କରିଥିଲା । ଆଉ ପୌର ପ୍ରଶାସନ ତାହା ସବୁ ନିଜେ ସଫା କରିଛି । ଏନେଇ ପୂର୍ବତନ ପୌରାଧ୍ୟକ୍ଷଙ୍କ କହିବାନୁଯାୟୀ, ତାଙ୍କ କାର୍ଯ୍ୟକାଳ ସମୟରେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇପାରିନଥିବା ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ତେବେ ଏଭଳି ବେଆଇନ ଭାବେ ହୋର୍ଡିଂ ଲଗାଇବା ଦ୍ବାରା ଗୋଟିଏ ପଟେ ପୌର କର୍ତ୍ତୃପକ୍ଷ ବିପୁଳ ରାଜସ୍ବ ହରାଉଥିବା ବେଳେ ଅନ୍ୟପଟରେ ବିଭାଗୀୟ ଅଧିକାରୀ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ପୌର ପ୍ରଶାସନର କିଛି ଆସାଧୁ କର୍ମଚାରୀ ବା ପଦାଧିକାରୀଙ୍କୁ ହାତଗୁଞ୍ଜା ଦେଇ ବିଭିନ୍ନ ବିଜ୍ଞାପନ ସଂସ୍ଥା ବା ଏଜେଣ୍ଟ ଏପରି ବେଆଇନ କାର୍ଯ୍ୟ କରି ଆସୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆମେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟିଥିଲୁ । ଖୁବଶୀଘ୍ର ଟେଣ୍ଡର ଡକାଯାଇ ଏହାକୁ କାର୍ଯ୍ୟକାରୀ କରାଯିବା ସହ ଯେଉଁମାନେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋର୍ଡିଂ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ବେଆଇନ ହୋର୍ଡିଂ ଲଗାଇ ନିୟମ ଭାଙ୍ଗୁଥିବା ଅପରାଧୀଙ୍କ ବିରୁଦ୍ଧରେ କେବେ କଡା କାର୍ଯ୍ୟାନୁଷ୍ଠାନ ହେବ ଆଉ କେବେ ଟେଣ୍ଡର ପ୍ରକ୍ରିୟା ସରିବ ଏବେ ତାକୁ ଅପେକ୍ଷା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳରେ ବେଧଡ଼କ ମାଳ ମାଳ ବିଜ୍ଞାପନ ହୋଡ଼ିଂ। ବିନା ଟେଣ୍ଡର ବେଆଇନ ଭାବେ ସହରର ରାସ୍ତାଘଟରେ ଲାଗିଛି ବଡ଼ ବଡ଼ ହୋଡ଼ିଂ। ଏଣେତେଣେ ମନଇଚ୍ଛା ଲଗାଯାଉଛି ହୋଡ଼ିଂ। ଯାହାକି ଅନେକ ସମୟରେ ଦୁର୍ଘଟଣା ଘଟିବା ସହିତ ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି ହେଉଛି। ନାଁ ପୌର ପ୍ରଶାସନ ନାଁ ଜିଲ୍ଲା ପ୍ରଶାସନ କାହାରି ବି ଏଥିପ୍ରତି ନିଘା ନାହିଁ । ବରଂ ଏହାର ଫାଇଦା ଉଠାଉଛନ୍ତି ପୌର ପ୍ରଶାସନର କିଛି ଆସାଧୁ କର୍ମଚାରୀ। ଯାହା ଫଳରେ ରାଜସ୍ବ ହରାଉଛି ପୌର ପ୍ରଶାସନ। ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଲେ ଖୁବ ଶୀଘ୍ର ଏଥିପାଇଁ ଟେଣ୍ଡର କରାଯିବ।

Body:ଭିଓ-୧-ଏ ହେଉଛି ଜନାକୀର୍ଣ୍ଣ ବ୍ୟାସନଗର ସହରର ମୁଖ୍ୟ ରାସ୍ତାର ଚିତ୍ର। ଦେଖନ୍ତୁ ରାସ୍ତା କଡରେ କିଭଳି ଏଣେତେଣେ ହୋଇ ବେଆଇନ ଭାବେ ଲଗାଯାଇଛି ହୋଡ଼ିଂ। ସହରର ରାସ୍ତାଘାଟ ଚାରିଆଡେ ଛାଇ ହୋଇଛି ବଡ଼ବଡ଼ ବିଜ୍ଞାପନ ହୋଡ଼ିଂ। ବିନା ଟେଣ୍ଡର ରେ ଏବଂ ବିନା ଅନୁମତି ରେ ବେଧଡ଼କ ଚାଲିଛି ଏହି ହୋଡ଼ିଂ ଲଗା କାରବାର।କେଉଁଠି ଇଲେକ୍ଟ୍ରିକ ଖୁଣ୍ଟରେ ତ ଆଉ କେଉଁଠି ବଡ଼ବଡ଼ ଷ୍ଟ୍ରକଚର ତିଆରି କରି ଏପରି ହୋଡ଼ିଂ ମାନ ଲଗାଯାଉଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟିବା ସହ ଯାହାକି ବିପଦ ସଙ୍କୁଳ ପରିସ୍ଥିତି ସୃଷ୍ଟି କରୁଛି। ଏ ନେଇ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଛନ୍ତି। ତେବେ ନାଁ ପୌର ପ୍ରଶାସନ ନାଁ ଜିଲ୍ଲା ପ୍ରଶାସନ କାହାର ବି ଏଥିପ୍ରତି ନିଘା ନାହିଁ। ଗତ ଫନି ବାତ୍ୟାରେ ସହରର କେତେକ ସ୍ଥାନରେ ବିରାଟ ବିରାଟ ହୋଡ଼ିଂ ମାନେ ଖସିପଡି ରାସ୍ତା ଅବରୋଧ ମଧ୍ଯ ହୋଇଥିଲା। ବିଗତ ପୋୖରାଧ୍ୟାକ୍ଷାଙ୍କ କାର୍ଯ୍ୟକାଳ ସମୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ହେଲେ ତାହା ଏଯାଏ କାର୍ଯ୍ୟକାରୀ ହୋଇପାରିଲାନାହଁ। ଏପରି ହେବା ଦ୍ବାରା ପୌର କର୍ତ୍ତୃପକ୍ଷ ମଧ୍ୟ ବହୁ ଅର୍ଥ ରାଜସ୍ବ ହରାଉଛନ୍ତି।
bite-୧-ଉମାକାନ୍ତ ରାଉତ, ସହର ବାସିନ୍ଦା ବ୍ୟାସନଗର
bite-୨-ସବିତା ରାଉତ, ପୂର୍ବତନ ପୋୖରାଧ୍ୟାକ୍ଷା ବ୍ୟାସନଗର ପୌର ପରିଷଦ
ଭିଓ-୨-ପ୍ରଶ୍ନ ଉଠୁଛି ଏସବୁ ପାଇଁ କିଏ ଦେଲା ଅନୁମତି ? ସହରର ଜନାକୀର୍ଣ୍ଣ ଅଞ୍ଚଳରେ ବା ରାସ୍ତାଘାଟରେ ବିନା ଟେଣ୍ଡରରେ ବେଆଇନ ଭାବେ ଲଗାଉଥିବା ସଂସ୍ଥା ବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ କାହିଁକି ? ଗୋଟିଏ ପଟେ ପୌର କର୍ତ୍ତୃପକ୍ଷ ବିପୁଳ ରାଜସ୍ବ ହରାଉଥିବା ବେଳେ ଅନ୍ୟପଟରେ ବିଭାଗୀୟ ଅଧିକାରୀ କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି? ପୌର ପ୍ରଶାସନର କିଛି ଆସାଧୁ କର୍ମଚାରୀ ବା ପଦାଧିକାରୀଙ୍କୁ ହାତଗୁଞ୍ଜ ଦେଇ ବିଭିନ୍ନ ବିଜ୍ଞାପନ ସଂସ୍ଥା ବା ଏଜେଣ୍ଟ ଏପରି ବେଆଇନ କାର୍ଯ୍ୟ କରିଆସୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଆମେ ପଚାରିଥିଲୁ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ । ସେ କହିଲେ ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ । ଯେଉଁମାନେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ହୋଡ଼ିଂ ଲଗାଉଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।
bite-3-ସପନ କୁମାର ନନ୍ଦ, ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ , ବ୍ୟାସନଗର ପୌର ପରିଷଦ।

Conclusion:ଏହାକୁ ରୋକିବା ପାଇଁ ତୁରନ୍ତ ଟେଣ୍ଡର କରାଯାଇ ନିୟମ ଉଲଂଘନ କାରୀ ସଂସ୍ଥା ବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ଏହା କେବେ କାର୍ଯ୍ୟକାରୀ ହେଉଛି ତାକୁ ହଁ କେବଳ ଅପେକ୍ଷା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.