ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ ଓ ଇରାନ ମଧ୍ୟରେ ତେଲ ଆମଦାନୀକୁ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ 2ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ମହମ୍ମଦ ଜୱାଦ ଜରିଫ ।
ଇରାନ ଉପରେ ଆମେରିକା ଲଗାଇଥିବା ପ୍ରତିବନ୍ଧକ ଓ ଏହାର ସମାଧାନ ପାଇଁ ତାଙ୍କର ପ୍ରତିପକ୍ଷ ତଥା ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ଆଲୋଚନା କରିବେ । ବିଦେଶ ମନ୍ତ୍ରଣାଳୟର ସୂଚନା ମୁତାବକ ଇରାନ ପାଖରୁ ଅଶୋଧିତ ତେଲ ଆମଦାନୀ କରିବା ପାଇଁ ଆମେରିକା ଭାରତ ସମେତ 7ଟି ଦେଶ ଉପରେ କଟକଣା ଲଗାଇଛି ।
ଭାରତ ପୂର୍ବରୁ କହିସାରିଛି ଦେଶର ଶକ୍ତି, ବାଣିଜ୍ୟ ଓ ଆର୍ଥିକ ପରିସ୍ଥିତିକୁ ଦେଖି ଯାହା କିଛି ନିଷ୍ପତ୍ତି ନେବ । ଏହି ଆଲୋଚନାରେ ଚାବହାର ବନ୍ଦରକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।