ETV Bharat / briefs

ଭୁଲ ଚିକିତ୍ସା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ !

ଚିକିତ୍ସା ଅବହେଳାରୁ ଚାଲିଗଲା ଜଣେ ପ୍ରସୂତୀଙ୍କ ଜୀବନ । ବାଲେଶ୍ବର ଜିଲ୍ଲା ବଣିଆ ଗାଁରେ ଘଟିଛି ଏମିତି ଏକ ଅଭାବନୀୟ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 15, 2019, 11:19 AM IST

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ କୁଞ୍ଚି ବଣିଆ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଜନ୍ମଦାତ୍ରୀ ନିଜ ସନ୍ତାନକୁ ଜନ୍ମ ଦେଇ ମୃତ୍ୟୁ ବରଣ କରିଛି । ବଣିଆ ଗ୍ରାମର ଝୁନୁ ସିଂଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସେଠାରେ ତାଙ୍କୁ ଡାକ୍ତର ଯନ୍ତ୍ରଣା ଉପଶମ ପାଇଁ ଇଞ୍ଜେକସନ ଦେଇଥିଲେ । ପରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ହେଲେ ପ୍ରସବ ପରେ ଝୁନୁ ଗୁରୁତ୍ବର ଅସୁସ୍ଥ ହୋଇ ପଡିଥିଲେ ତାଙ୍କ ଛାତିରେ ଯନ୍ତ୍ରଣା ହେବା ସହ ଗଳା ମଧ୍ୟ ଫୁଲିଯାଇଥିଲା । ଫଳରେ ତାଙ୍କୁ ତୁରନ୍ତ ନୀଲଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସେପଟେ ଝୁନୁଙ୍କ ଏପରି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ । ଭୁଲ ଚିକିତ୍ସା ଯୋଗୁଁ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ପ୍ରସୂତୀଙ୍କ ମୃତ୍ୟୁ ଇଞ୍ଜେକ୍ସନ ପ୍ରତିକ୍ରିୟା ଯୋଗୁଁ ହୋଇଥିବା ଅଭିଯୋଗ ହୋଇଛି।
Body:ବରହମପୁର ଥାନା ଅନ୍ତର୍ଗତ କୁଞ୍ଚି ବଣିଆ ଗ୍ରାମର ଝୁନୁ ସିଂଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ବରହମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଝୁନୁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଚିକିତ୍ସିତ ହେଉଥିବା ବେଳେ ଝୁନୁଙ୍କୁ ଇଞ୍ଜେକସନ୍ ଦିଆଯାଇଥିଲା। ଫଳରେ ଗଳା ଫୁଲିବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ନୀଳଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। Conclusion:ଚିକିତ୍ସା ଅବହେଳା ସହ ଭୁଲ ଚିକିତ୍ସା ପାଇଁ ତାଙ୍କର ମୃତ୍ଯୁ ଘଟି ଥିବା ଅଭିଯୋଗ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.