ETV Bharat / briefs

ବୁଢୀ ଠାକୁରାଣୀ ଯାତ୍ରା: ମନ ମୋହୁଛି ମା'ଙ୍କ ରଥ ଓ କଳାକୁଞ୍ଜ ସମ୍ଭାର - jatra

ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା ଅନ୍ୟତମ ଆକର୍ଷଣ ସାଜିଛି ବିଭିନ୍ନ ସାହିରୁ ବାହାରିଥିବା ରଥ ଓ କଳାକୁଞ୍ଜ ବେଶର ସମ୍ଭାର । ବର୍ଷ ବର୍ଷ ଧରି ରହି ଆସିଥିବା ଏହି ପରମ୍ପରାକୁ ସହରବାସୀ ବେଶ ପରିବ୍ୟାପ୍ତ କରୁଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 27, 2019, 3:18 PM IST

ବ୍ରହ୍ମପୁର: ରଙ୍ଗବେରଙ୍ଗ ପୌରାଣିକ ବେଶର ସମ୍ଭାର । ଯେଉଁଠି ବିଭିନ୍ନ ପାରମ୍ପରିକ ବେଶ ପଟୁଆରରେ ସଜ୍ଜିତ ହୁଅନ୍ତି ଠାକୁରାଣୀ । ଏହି ଦୃଶ୍ୟ ହେଉଛି ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରାର । ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ବିଭିନ୍ନ ସାହିରୁ ବାହାରିଥିବା ରଥ ଓ କଳାକୁଞ୍ଜ ବେଶର ସମ୍ଭାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ତେବେ ମା'ଙ୍କ ଏହି ଯାତ୍ରା ଉଦଯାପିତ ହେବାକୁ ଆଉ ଦୁଇ ଦିନ ବାକି ରହିଛି । ଏହି ଅବସରରେ ବିଭିନ୍ନ ସ୍ଥାନରୁ ବାହାରିଥିବା ରଥ ଓ କଳାକୁଞ୍ଜ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଗୋଟିଏ ପଟେ ମା'ଙ୍କୁ ଦର୍ଶନ କରିବା ପାଇଁ ଅସ୍ଥାୟୀ ମନ୍ଦିରରେ ଭକ୍ତଙ୍କ ଭିଡ ଜମୁଥିବାବେଳେ ଅନ୍ୟପଟେ ସନ୍ଧ୍ୟା ସମୟରେ ଚିତାକର୍ଷକ ଆଲୋକମାଳା ଶ୍ରଦ୍ଧାଳୁଙ୍କ ମନ ମୋହୁଛି ।

ପ୍ରତିବର୍ଷ ମାଙ୍କ ଯାତ୍ରା ସମୟରେ କେଉଁ ସାହିରେ କେଉଁ ରଥ ବାହାରିବ ତାହାର ତାଲିକା ପ୍ରସ୍ତୁତ କରାଯାଇଥାଏ । ଯାତ୍ରା ଶେଷ ପର୍ଯ୍ୟାୟରେ ବିଭିନ୍ନ ସାହିରେ ବାହାରିଥିବା ରଥ ଓ କଳାକୁଞ୍ଜକୁ ଦେଖିବାକୁ ଭିଡ ଜମାଇଥାନ୍ତି ସହରକୁ ଆସୁଥିବା ଶ୍ରଦ୍ଧାଳୁ । ଏହି ରଥ ଗୁଡିକ ମଧ୍ୟରେ ବାଚୁବାରି ସାହିର ବିଛଣା ରଥ ଓ ସନ୍ତରଣି ସାହିର ଦୋଳି ରଥ ମା'ଙ୍କ ପ୍ରିୟ ରଥ ବୋଲି କୁହାଯାଏ । ସେହିପରି କାଳୁପାତ୍ର ସାହିରେ ମା'ଙ୍କ ଜ୍ୱାଳା ମୁଖୀ ରଥ, ଚନ୍ଦ୍ରମା ସାହିର ବୋଇତ ରଥ, ଷଣ୍ଡ ମହାନ୍ତି ସାହିର ଶିବରୁଢା କାଳୀ ରଥ, କେଦାରେଶ୍ୱର ମନ୍ଦିର ରୋଡରେ ଜ୍ୱାଳା ରଥ, ବଡବଜାରରେ ବୀର ଲକ୍ଷ୍ମଣ ରଥ, କୁମ୍ଭାର ସାହିର ଧନଲକ୍ଷ୍ମୀଙ୍କ ରଥ, ଆଗା ସାହିର କନକ ଦୁର୍ଗା ରଥ, ବଡରେଡିକା ସାହିରେ କାମଧେନୁ ରଥ, ବାଲୁଙ୍କେଶ୍ୱର ମନ୍ଦିର ଛକର ଶ୍ୟାମ କାଳୀ ରଥ, ସୀତାରାମ ସାହିର ନାଗାର୍ଜ୍ଜୁନ ରଥ, ଶଙ୍କରପୁର ସାହିର ରାମଚନ୍ଦ୍ର ରଥ, ମାର୍ଥାପେଟା ସାହିର ନାରାୟଣ ରଥ, ଶ୍ରୀକୃଷ୍ଣ ରଥ , ମହାଦେବ ରଥ ଏମାନଙ୍କ ମଧ୍ୟରେ ସାମିଲ ରହିଛି ।

ବର୍ତ୍ତମାନ ସମୟରେ ସହରରେ ରଥ ପ୍ରସ୍ତୁତି ଏକ ବ୍ୟୟବହୁଳ କୁହାଯାଉଥିବା ବେଳେ ବର୍ଷ ବର୍ଷ ଧରି ରହି ଆସିଥିବା ଏହି ପରମ୍ପରାକୁ ସହରବାସୀ ବେଶ ପରିବ୍ୟାପ୍ତ କରୁଥିବା ଦେଖିବାକୁ ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.