ETV Bharat / briefs

ପ୍ରଥମ ଦିନରେ କବୀର ସିଂହର 20କୋଟି ବ୍ୟବସାୟ

ପ୍ରଥମ ଦିନରେ ବକ୍ସ ଅଫିସକୁ ଗରମ କରିଛି ଶାହିଦ କପୁରଙ୍କ ‘କବୀର ସିଂହ’ । ପ୍ରାୟ 20.21କୋଟିର ବ୍ୟବସାୟ କରିଛି ଫିଲ୍ମ ‘କବୀର ସିଂହ’ ।

biggest opening of kabir singh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 22, 2019, 1:51 PM IST

Updated : Jan 11, 2020, 4:44 PM IST

ହାଇଦ୍ରାବାଦ: ବକ୍ସ ଅଫିସରେ କବୀର ସିଂହ ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ବ୍ୟବସାୟ କରିଛି । ଶାହିଦଙ୍କ ପାଗଳାମୀକୁ ଖୁବ ପସନ୍ଦ କରିଛନ୍ତି ଯୁବପିଢି । ଶାହିଦଙ୍କ କ୍ୟାରିୟରରେ କବୀର ସିଂହ ସବୁଠୁ ବଡ ଓପନିଂ । ‘ପଦ୍ମାବତ’ର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନକୁ ପଛରେ ପକାଇଛି କବୀର ସିଂହ । ପ୍ରଥମ ଦିନରେ ପ୍ରାୟ 20.21କୋଟିର ବ୍ୟବସାୟ କରିଛି ଏହି ଫିଲ୍ମ ।

kabir singh
ଫଟୋ ସୌଜନ୍ୟ: ଟ୍ବିଟର/@taran_adarsh

ତେବେ ଏହି ସାନଦାର ଓପନିଂ ସହ 2019ର ସବୁଠୁ ବଡ ଓପନିଂ ଫିଲ୍ମ ଭିତରେ ସାମିଲ ହୋଇଛି । ପ୍ରକାଶଥାଉକି, 21 ଜୁନରେ ଭାରତରେ ପ୍ରାୟ 3123 ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଗ୍ଲୋବାଲି ଫିଲ୍ମକୁ 3616 ସ୍କ୍ରିନରେ ରିଲିଜ କରାଯାଇଥିଲା । ଶ୍ରେଷ୍ଠ ପାଞ୍ଚ ଓପନିଂ ଭିତରେ କବୀର ସିଂହ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପକ୍ଷେ ପ୍ରଥମ ସ୍ଥାନରେ ‘ଭାରତ’ ରହିଥିବା ବେଳେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ‘କଳଙ୍କ’ ଓ ‘କେଶରୀ’ ରହିଛି ।

box office
ଫଟୋ ସୌଜନ୍ୟ: ଟ୍ବିଟର/@taran_adarsh

ତେବେ କବୀର ସିଂହ, ତାମିଲ ଫିଲ୍ମ ଅର୍ଜୁନ ରେଡ୍ଡିର ହିନ୍ଦୀ ଭର୍ସନ । ଫିଲ୍ମରେ ଶାହିଦଙ୍କ ଲେଡି ଲଭ ସାଜିଛନ୍ତି କିୟାରା ଆଡଭାନୀ ।

Intro:Body:Conclusion:
Last Updated : Jan 11, 2020, 4:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.