ETV Bharat / briefs

ବିଜେଡି କର୍ମୀଙ୍କ ଆକ୍ରମଣରେ କଂଗ୍ରେସ କର୍ମୀ ଗୁରୁତର

ବଚସା ପରେ ବିଜେଡି କର୍ମୀର ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର
author img

By

Published : May 17, 2019, 12:10 AM IST

ନବରଙ୍ଗପୁର: ଜିଲ୍ଲାରେ ରାଜନୈତିକ ହିଂସାକାଣ୍ଡ । ବିଜେଡି କର୍ମୀର ଆକ୍ରମଣରେ ଜଣେ କଂଗ୍ରେସ କର୍ମୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଗାଁର କଂଗ୍ରେସ କର୍ମୀ ସଞ୍ଜୀବ ମିଶ୍ର ସେହି ଗ୍ରାମର ବିଜେଡି କର୍ମୀ ସନ୍ତୋଷ ମିଶ୍ରଙ୍କ ଛୁରାମାଡରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।

ଆହତ କଂଗ୍ରେସ କର୍ମୀ ସଂଜୀବ କହିବାନୁସାରେ,ପୂର୍ବରୁ ସେ ଛାତ୍ର କଂଗ୍ରେସର ସଭାପତି ଥିବାବେଳେ ବିଜେଡି କର୍ମୀ ସନ୍ତୋଷ ମିଶ୍ର ତାଙ୍କୁ ବାରମ୍ବାର ଧମକ ଦେଉଥିଲେ । ଗୁରୁବାର ସେ କିଛି ଗ୍ରାମବାସୀଙ୍କ ସହ ଗାଁର ତ୍ରିନାଥ ମଣ୍ଡପରେ ବସି କଥା ହେଉଥିବା ସମୟରେ ସନ୍ତୋଷ ମିଶ୍ର ଆସି ତାଙ୍କ ସହ କୌଣସି ଏକ କଥାକୁ ନେଇ ବଚସା ହୋଇଥିଲା । ଏହି ସମୟରେ ସେ ଆଗାମୀ ୨୩ ନିର୍ବାଚନ ଫଳାଫଳରେ ଉଚିତ ଜବାବ ମିଳିବ ବୋଲି କହିଥିଲେ । ଏହା ପରେ ଉତ୍ୟକ୍ତ ଅବସ୍ଥାରେ ସନ୍ତୋଷ ଘରକୁ ଯାଇ ସାଥିରେ ଏକ ଛୁରୀ ଆଣି ତାଙ୍କୁ ପଛପଟୁ ମୁଣ୍ଡରେ ଆକ୍ରମଣ କରିଥିଲେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ନବରଙ୍ଗପୁର
ଏହାପରେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ପ୍ରଥମେ ସଂଜୀବଙ୍କୁ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏନେଇ ସଂଜୀବଙ୍କ ପରିବାର ତରଫରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ବିଜେଡି ଇସ୍ତାହାରରେ କାଳିଆ କମିଶନ ଗଠନ ପ୍ରତିଶ୍ରୁତି କୁ ନେଇ ପ୍ରଶ୍ନବାଚୀ ଉଠାଇଛି ବିଜେପି ।ବିଜେପି କୃଷକ ମୋର୍ଛା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ ରାଜ୍ୟ  ସରକାରଙ୍କ ପାଖରେ କାଳିଆ ହିତାଧିକାରିଙ୍କ ତାଲିକା ନାହିଁ ଟଙ୍କା ମଧ୍ୟ ନାହିଁ ।କେବଳ କମିଶନ ନାଁ ରେ ଚାଷୀ ଙ୍କୁ ଭୁଆଁ ବୁଲେଇବା ପାଇ ଏଭଳି ଭେଳକି କରୁଛନ୍ତି ।ନିର୍ବାଚନ ରେ ବର୍ତିବା ପାଇଁ ଏଭଳି ପ୍ରୟାସ କରିଛନ୍ତି ।ଏହା ସହ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ଵାରା ବସାଯାଇଥିବା କମିଶନ ର କୈଣସି ରିପୋର୍ଟ ଆସିନଥିବା ବେଳେ ।ଏବେ କାଳିଆ କମିଶନ କରି ଠକିବା ଟୁ ପ୍ରୟାସ କରୁଛନ୍ତି ।ରାଜ୍ୟ ସରକାର କମିଶନ ଓ କମିଶନି ର ପାହାଡ ଉପରେ ଚିଡା ହୋଇଛନ୍ତି ।କେବଳ ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି କରୁଛନ୍ତି ଏହାର ଜବାନ ଚାଷୀ  ଦେବେ  ,ଚାଷୀଙ୍କ ଏ ସରକାର ଉପରେ ଭରଷା ନାହିଁ ,୧୯ବର୍ଷ ଶାସନ କ୍ଷମତା ରେ ରହିବା ପରେ ମଧ୍ୟ ଶିତଳ ଭଣ୍ଡାର କଲେ ନାହିଁ ,ଚାଷୀର ଜମିକୁ ପାଣି ଦେଇନଥିବା ସରକାର ଏବେ କମିଶନ ଭେଳକି ଦେଖାଉଛି ବୋଲି କହିଛନ୍ତି ବିଜେପି କୃଷକ ମୋର୍ଛା ସଭାପତି ସୁରଥ ବିଶ୍ଵାଳ 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.