ETV Bharat / bharat

ପାଲେଷ୍ଟାଇନକୁ ସମର୍ଥନ, ଗିରଫ ହେଲେ କାଶ୍ମୀରର ଯୁବ ଚିତ୍ରଶିଳ୍ପୀ - Palestine against Israel

ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗ୍ରାଫିଟି ଆଙ୍କି ଗିରଫ ହେଲେ ଜାମ୍ମୁ-କାଶ୍ମୀରର ଯୁବ ଚିତ୍ରଶିଳ୍ପୀ । ଅଧିକ ପଢନ୍ତୁ...

pro-Palestine graffiti
pro-Palestine graffiti
author img

By

Published : May 15, 2021, 10:16 PM IST

ଶ୍ରୀନଗର: ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ଉଭୟ ଦେଶ ପରସ୍ପର ଉପରେ ରକେଟ ଆକ୍ରମଣ କରିଛନ୍ତି । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସଂଘର୍ଷକୁ ନେଇ ଜାମ୍ମୁ-କାଶ୍ମୀରର ଜଣେ ଯୁବ ଚିତ୍ରଶିଳ୍ପୀ ପାଲେଷ୍ଟାଇନକୁ ସମର୍ଥନ ଜଣାଇ ଇସ୍ରାଏଲ ବିରୁଧରେ ଏକ ଗ୍ରାଫିଟ ବା କାନ୍ଥରେ ଚିତ୍ର ଆଙ୍କିଥିଲେ । ଯେଉଁ କାରଣରୁ ସମ୍ପୃକ୍ତ ଚିତ୍ରଶିଳ୍ପୀକୁ ପବ୍ଲିକ ସେଫ୍ଟି ଆକ୍ଟ ଅନୁଯାୟୀ ଗିରଫ କରାଯାଇଛି ।

ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଚିତ୍ରଶିଳ୍ପୀ ଜଣକ ପଦଶାହି ବାଗ ନିବାସୀ ମୁଦାଶିର ଗୁଲ ଅଟନ୍ତି । ସେ ପାଲେଷ୍ଟାଇନ ବିଷୟରେ ଏକ ଗ୍ରାଫିଟି ଆଙ୍କିଥିଲେ । ତାଙ୍କର ଏହି ଗ୍ରାଫିଟି ସ୍ଥାନୀୟ ଅଞ୍ଚଳରେ ଦଙ୍ଗା ସୃଷ୍ଟି କରିଥିଲା ଓ ଆଇନଶୃଙ୍ଖଳା ନଷ୍ଟ କରିଥିଲା । ତେଣୁ ତାଙ୍କ ଗିରଫ କରାଯାଇଛି ।

ଶୁକ୍ରବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ପାଲେଷ୍ଟାଇନ ସପକ୍ଷରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଗୁଲଙ୍କ ଗ୍ରାଫିଟିରେ ‘ଆମେ ପାଲେଷ୍ଟାଇନ’ ଲେଖିଯାଇ ଜଣେ ପାଲେଷ୍ଟାଇନ ମହିଳାଙ୍କ ମୁହଁ ଅଙ୍କା ଯାଇଥିଲା । ପରେ ପ୍ରଶାସନ ଗ୍ରାଫିଟିଟିକୁ ହଟାଇ ଦେଇଥିଲେ । ତେବେ ପୂର୍ବରୁ ଗୁଲ ଜାମ୍ମୁ-କାଶ୍ମୀର ସଂସ୍କୃତି ଓ ସଭ୍ୟତାକୁ ନେଇ ଅନେକ ଗ୍ରାଫିଟି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.