ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଅନେକ ଯୋଜନା ପ୍ରସ୍ତୁତିରେ ଲାଗି ପଡିଛି ବିଜେପି । ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିଦ୍ୟନାଥ କୁଶିନଗରରେ ୧୨୦କୋଟି ଟଙ୍କାର ବିକାଶ ଯୋଜନା ଘୋଷଣା କରିଛନ୍ତି । ଏହି ସମୟରେ ଜନସଭା କରି ଲୋକଙ୍କ ସମ୍ବୋଧିତ କରିବା ସହିତ କଂଗ୍ରେସ ଓ ସମାଜବାଦୀ ପାର୍ଟିକୁ ସମାଲୋଚନା କରିଛନ୍ତି ।
ଆବାଜାନ ଆଳରେ ସମାଜବାଦୀ ପାର୍ଟି ଉପରେ ଆକ୍ରମଣ....
ସିଏମ ଯୋଗୀ କହିଛନ୍ତି ଆବ୍ବାଜାନ ସମସ୍ତ ଗରିବଙ୍କ ରାସନ ହଜମ କରୁଛନ୍ତି । ତେଣୁ କୁଶୀନଗରର ରାସନ ନେପାଳ ଓ ବାଂଲାଦେଶରେ ପହଞ୍ଚୁଛି । ପୂର୍ବରୁ ଗରିବଙ୍କ ଚାକିର ଉପରେ ଆବାଜାନ ସମସ୍ତ ଡକାୟତି କରୁଥିଲେ । ଚାକିରିକୁ ୫ ଲକ୍ଷ ଓ ୧୦ ଲକ୍ଷରେ ବିକ୍ରି କରୁଥିଲେ । ପଇସା ତ ମିଳୁଥିଲା ମାତ୍ର ଚାକିର କାହାକୁ ମିଳୁ ନଥିଲା । ଏଥିପାଇଁ ଗତ ୪ବର୍ଷ ହେବ ସାଢେ ଚାରି ଲକ୍ଷରୁ ଅଧିକ ଯୁବକଙ୍କୁ ଚାକିରି ଦିଆଯାଇଛି ।
କଂଗ୍ରେସ ଉପରେ ରାମଭକ୍ତଙ୍କୁ ଅପମାନ ଆରୋପ...
କଂଗ୍ରେସକୁ ବି ଛାଡି ନାହାନ୍ତି ଯୋଗୀ । କଂଗ୍ରେସ ଉପରେ ଆକ୍ରମଣ କରି ଯୋଗୀ କହିଛନ୍ତି କଂଗ୍ରେସ ଆତଙ୍କବାଦୀଙ୍କ ମାଆ । ଲୋକଙ୍କ ଜୋର ଦେଇ ଯୋଗୀ କହିଛନ୍ତି ଯେଉଁ ଲୋକ ତୁମକୁ ଜନ୍ମ ଦେଇଛି ତାଙ୍କୁ ସହିବା କିଛି ଆବଶ୍ୟକ ନାହିଁ । ଯୋଗୀ କହିବା ଆନୁସାରେ କଂଗ୍ରେସ ରାମଭକ୍ତଙ୍କୁ ଅପମାନ ଦେଇଛି, ରୋଗ ଦେଇଛି ଏବଂ ବିକାଶ ନାମରେ କିଛି କରିନାହିଁ ବୋଲି କହିଛନ୍ତି ଯୋଗୀ ।
ସେ ଆହୁରି କହିଛନ୍ତି କୁଶୀନଗର ଧର୍ମ ଆଉ ଶ୍ରଦ୍ଧା ପାଇଁ ପରିଚିତ । ଏଠାରେ ଅନେକ ଆନ୍ଦୋଳନ ହୋଇଛି । ଏହି ମାଟିରେ ସଂଘର୍ଷର ଲମ୍ବା କାହାଣୀ ଲେଖା ଅଛି । ଏଠାକାର ବିକାଶ ଆମ ସରକାରଙ୍କ ପ୍ରଥମ ପ୍ରାଥମିକତା । ଏଠାରେ ବହୁତ କରିଛି ହେବ । କାନୁନ ବ୍ୟବସ୍ଥା ଉପରେ ଯୋଗୀ କହିଛନ୍ତି ଆଜି ଏଠାରେ ଅପରାଧ, ଦଙ୍ଗା ଶୂନ୍ୟ ଅଛି । ଦଙ୍ଗା ଜାଣିଛି, ଦଙ୍ଗା କଲେ ସାତ ପିଢି ପାଇଁ ଜୋରିମାନା ଭରିବାକୁ ପଡିବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ