ହାଇଦ୍ରାବାଦ: ଦେଶ ତାର ସୀମା ଓ ଭୌଗଳିକ ପରିସ୍ଥିତି ଯୋଗୁଁ ଚିହ୍ନିତ ହୋଇଥାଏ । ଏହା ପରେ ଏହାର ସବୁଠାରୁ ବଡ ପରିଚୟ ହେଉଛି ତାର ଭାଷା । ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ । ସଂସ୍କୃତିର ଅତୁଟ ଅଂଶ ହିନ୍ଦୀ । ଶତାବ୍ଦୀ ଧରି ସମଗ୍ର ଦେଶକୁ ଏକୀକରଣ କରିବା ପାଇଁ 'ହିନ୍ଦୀ' କାର୍ଯ୍ୟ କରିଆସୁଛି । ଆଜି ହେଉଛି ବିଶ୍ବ ହିନ୍ଦୀ ଦିବସ (World Hindi Day) । ପ୍ରତିବର୍ଷ ସେପ୍ଟେମ୍ବର ୧୪କୁ ଜାତୀୟ ହିନ୍ଦୀୟ ଦିବସ ଭାବେ ପାଳନ କରାଯାଉଥିବାବେଳେ ଜାନୁଆରୀ ୧୦କୁ ବିଶ୍ବ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।
ବିଶ୍ବର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଭାଷା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ହିନ୍ଦୀ । ଏହା ଭାରତର କୋଟି କୋଟି ଲୋକଙ୍କର ମାତୃଭାଷା ଅଟେ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ପ୍ରତି ବର୍ଷ ଆଜିର ଦିନକୁ ବିଶ୍ବ ଦିନ୍ଦୀ ଦିବସ ଭାବରେ ପାଳନ କରାଯାଏ ।ବିଶ୍ବରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ଏହି ଦିବସର ମୁଖ୍ୟ ଲକ୍ଷ୍ୟ । ଏହିଦିନ ବିଶ୍ବରେ ନିବନ୍ଧ ପ୍ରତିଯୋଗିତା ସହିତ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜିତ କରାଯାଏ ।
୧୯୭୫ରେ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପ୍ରଥମ ବିଶ୍ବ ହିନ୍ଦୀ ଦିବସ ସମ୍ମିଳନୀର ଉଦଘାଟନ କରିଥିଲେ । ସେହି ବର୍ଷ ଭାରତ, ମରିସିସ, ୟୁନାଇଟେଡ କିଙ୍ଗଡମ, ଟୋବେଗୋ, ଆମେରିକା ଭଳି ଦେଶରେ ବିଶ୍ବ ହିନ୍ଦୀ ସମ୍ମିଳନୀ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୨୦୦୬ରେ ବିଶ୍ବ ହିନ୍ଦୀ ଦିବସ ପାଳନ ହୋଇଥିଲା । ସେବେଠୁ ସବୁ ବର୍ଷ ଆଜିର ଦିନରେ ଏହି ଦିବସ ପାଳନ ହେଉଛି ।
ଜାତୀୟ ହିନ୍ଦୀ ଦିବସ ଓ ବିଶ୍ବ ହିନ୍ଦୀ ଦିବସ ମଧ୍ୟରେ ଫରକ...
ହିନ୍ଦୀ ଦିବସ ଓ ବିଶ୍ବ ହିନ୍ଦୀ ଦିବସକୁ ନେଇ ଅନେକ ଲୋକ ଦ୍ବନ୍ଦରେ ପଡନ୍ତି । ଦୁଇଟି ଯାକ ଦିବସର ମୁଖ୍ୟ ଲକ୍ଷ୍ୟ ହେଉଛି ହିନ୍ଦୀ ଭାଷାର ପ୍ରଚାର ପ୍ରସାର । ରାଷ୍ଟ୍ରୀୟ ହିନ୍ଦୀ ଦିବସ ୧୪ ସେପ୍ଟେମ୍ବରରେ ପାଳନ ହେଉଥିବାବେଳେ ବିଶ୍ବ ହିନ୍ଦୀ ଦିବସ ଜାନୁଆରୀ ୧୦ରେ ପାଳନ କରାଯାଏ ।
ଭାରତ ସ୍ବାଧୀନତା ହେବା ପରେ ଭାଷାକୁ ନେଇ ବଡ ପ୍ରଶ୍ନ ଉଠିଥିଲା କାରଣ ଭାରତ ଭଳି ବିବିନ୍ନତା ମଧ୍ୟରେ ଏକତା ଦେଶରେ ଅନେକ ଭାଷାଭାଷୀର ଲୋକ ରହିଛନ୍ତି । ଅନେକ ବିଚାର ବିମର୍ଷ ପରେ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷାର ମାନ୍ୟତା ମିଳିଳା ।
ସମ୍ବିଧାନ ସଭା ଦେବନଗରୀ ଲିପିରେ ଲେଖା ଯାଇଥିବା ହିନ୍ଦୀ ଭାଷାକୁ ରାଷ୍ଟ୍ରର ଭାଷା ରୂପେ ସ୍ବାକାର କରିଥିଲେ । ଆଜି ଆମେ ଯେଉଁ ଭାଷାକୁ ହିନ୍ଦୀ ରୂପେ ଜାଣିଛୁ, ତାହା ଆଧୁନିକ ଆର୍ଯ୍ୟ ଭାଷା ମଧ୍ୟରୁ ଗୋଟିଏ । ଭାରତରେ ଆହୁରି ଅନେକ ଭାଷା ରହିଛି ଯାହା ବିଲୁପ୍ତ ହେବାକୁ ବସିଲାଣି । ଯାହା ଏକ ଚିନ୍ତାର କରାଣ ନିଶ୍ଚୟ । ହିନ୍ଦୀର ମହତ୍ତ୍ବ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ପାଇଁ ହିନ୍ଦୀ ଦିବସ ପାଳନ କରାଯାଏ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ