ETV Bharat / bharat

ଗର୍ଜିଲେ ମମତା: ସବୁ ବିକି ଦେଲେ, ହଳଦିଆ ବି ବିକିଦେବେ ମୋଦି

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ହଳଦିଆ ସମେତ ଏହାର ଆଖପାଖ ସ୍ଥାନରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି ।ଏହି ନିର୍ବାଚନୀ ସଭାରେ ସେ ମୋଦିଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

ହଳଦିଆରେ ଗର୍ଜିଲେ ମମତା,  ସବୁ ବିକି ଦେଲେ, ହଳଦିଆ ବି ବିକିଦେବେ ମୋଦି

author img

By

Published : Mar 20, 2021, 4:49 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ହଳଦିଆ ସମେତ ଏହାର ଆଖପାଖ ସ୍ଥାନରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ଏହି କ୍ରମରେ ସେ ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିକୁ ଭିନ୍ନ ଢଙ୍ଗରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶର ବ୍ୟାଙ୍କ ଗୁଡିକୁ ବିକ୍ରି କରିବାରେ ଲାଗିଛନ୍ତି । ହଳଦିଆକୁ ମଧ୍ୟ ଖୁବଶୀଘ୍ର ବିକ୍ରି କରିବାର ଯୋଜନା ରଖିଛନ୍ତି ।

ହଳଦିଆରେ ଗର୍ଜିଲେ ମମତା, ସବୁ ବିକି ଦେଲେ, ହଳଦିଆ ବି ବିକିଦେବେ ମୋଦି

ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏକ ଜଘନ୍ୟ ରାଜନୈତିକ ଦଳ । ଯାହା କେବଳ ମିଛ ପ୍ରତିଶୃତି ଦିଏ । ନିର୍ବାଚନ ପରେ ସେ ସବୁକୁ ବିଜେପି ଭୁଲିଯାଏ । କେନ୍ଦ୍ର ସରକାରଙ୍କ NRC ଓ NPRକୁ କଡା ସମାଲୋଚନା କରିଛନ୍ତି ମମତା । ମମତା କହିଛନ୍ତି କୌଣସି ପରିସ୍ଥିତିରେ ବଙ୍ଗରେ ଏହି ଦୁଇ ଆଇନକୁ ଲାଗୁ କରାଯିବାକୁ ଦିଆଯିବ ନାହିଁ । ଅନ୍ୟ କିଛି ରାଜ୍ୟରେ ଏହି ଆଇନ ଉପରେ କାର୍ଯ୍ୟକାରିତା ଆରମ୍ଭ ହୋଇଥିଲା ସୁଦ୍ଧା ବଙ୍ଗରେ ଟିଏମସି ସରକାର କାର୍ଯ୍ୟକାରୀ କରାଇ ଦେଇନାହିଁ । ଆଗାମୀ ଦିନରେ ମଧ୍ୟ ଏହି ଆଇନ ବଙ୍ଗରେ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ବୋଲି ମମତା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପ୍ରଧାମମନ୍ତ୍ରୀଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଦେଶର ମୁଖିଆ ସବୁ ରାଷ୍ଟ୍ରାୟତ ସଂସ୍ଥାକୁ ବିକ୍ରି କରିବାରେ ଲାଗିଛନ୍ତି । ବ୍ୟାଙ୍କ ଘରୋଇକରଣ , ବିଏସଏନଏଲ ବିକ୍ରି କରିବା ଇତ୍ୟାଦି କେନ୍ଦ୍ରର କାମ । ଆଉ କିଛି ଦିନ ପରେ ମୋଦି ସରକାର ହଳଦିଆ ବନ୍ଦରକୁ ମଧ୍ୟ ବିକ୍ରି କରିବାର ଷଡଯନ୍ତ୍ର ଆରମ୍ଭ କରିବ ବିଜେପି ବୋଲି କହିଛନ୍ତି ମମତା । କିନ୍ତୁ କେନ୍ଦ୍ରର ଏହି ସବୁ ନୀତି ବଙ୍ଗଳରେ କାର୍ଯ୍ୟକାରୀ ହୋଇପାରିନାହିଁ । ଆଗାମୀ ଦିନରେ ମଧ୍ୟ ବଙ୍ଗଳାରେ ବିଜେପିର ଏପ୍ରକାର ଷଡଯନ୍ତ୍ର ସଫଳ ହେବ ନାହିଁ ବୋଲି ମମତା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.