ETV Bharat / bharat

ଓଡିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଗୁପ୍ତ ଶ୍ରୀକ୍ଷେତ୍ରବାସୀ

ଓଡିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଗୁପ୍ତ ଶ୍ରୀକ୍ଷେତ୍ରବାସୀ । ସାମ୍ନାକୁ ଆସିଲା ଭାବବିହ୍ବଳ ଦୃଶ୍ୟ ।

ଓଡିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଗୁପ୍ତ ଶ୍ରୀକ୍ଷେତ୍ରବାସୀ
ଓଡିଶାବାସୀଙ୍କ ପାଇଁ ଦୀପ ଜାଳିଲେ ଗୁପ୍ତ ଶ୍ରୀକ୍ଷେତ୍ରବାସୀ
author img

By

Published : Jul 16, 2023, 2:25 PM IST

Updated : Jul 16, 2023, 5:03 PM IST

ସୌଜନ୍ୟ: @sabyaactor

ଡେରାଡୁନ: ଉତ୍ତରକାଶୀରେ ଥିବା ଗୁପ୍ତ ଶ୍ରୀକ୍ଷେତ୍ରର ବିକାଶ ହେବ । ବିଭିନ୍ନ ସମସ୍ୟା ଯୋଗୁଁ ସପ୍ତାହକୁ ମାତ୍ର ତିନି ଦିନ ପୂଜା ହେଉଥିବା ଏହି ମନ୍ଦିରକୁ ପର୍ଯ୍ୟଟନ ସ୍ଥଳୀ ରୂପେ ବିକାଶ କରିବା ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପ୍ରତିଶ୍ରୁତି ଦେବାପରେ ଗୁପ୍ତ ଶ୍ରୀକ୍ଷେତ୍ରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଖୁସିରେ ସାଲ୍ଡ ଗ୍ରାମର ଲୋକେ ଏକାଠି ହୋଇ ଓଡିଶାବାସୀଙ୍କ ମଙ୍ଗଳ ପାଇଁ ଜୀପ ଜାଳି ପ୍ରାର୍ଥନା କରିଛନ୍ତି କରିଛନ୍ତି । ଏହାସହିତ ମନ୍ଦିରର ବିକାଶ ପାଇଁ ପ୍ରୟାସ କରିଥିବା ସବ୍ୟସାଚ୍ଚୀ ଓ ଅର୍ଚ୍ଚିତାଙ୍କ ସମେତ ଅନ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଗ୍ରାମବାସୀମାନେ ଏକାଠି ହୋଇ ପ୍ରାର୍ଥନା କରିବାର ହୃଦୟସ୍ପର୍ଶୀ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।

ଏହାମଧ୍ୟ ପଢନ୍ତୁ: ବାଜିଲା "ମେରି ଇଷ୍ଟ ଦେବ ଜଗନ୍ନାଥ ତେରୀ ଜୟ ଜୟ କାରା", ଶାଶୁଘରକୁ ବିଦା ହେଲେ ଅର୍ଚ୍ଚିତା

ନିକଟରେ ଓଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତା ଉତ୍ତରକାଶୀର ଏହି ଜଗନ୍ନାଥ ମନ୍ଦିରକୁ ଲୋଚଲୋଚନକୁ ଆଣିଥିଲେ । ସେମାନେ ମନ୍ଦିରର ମନୋରମ ଦୃଶ୍ୟ ସେୟାର କରିବା ପରେ ଏହି ପ୍ରାଚୀନ ମନ୍ଦିର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ସବ୍ୟର୍ଚ୍ଚିତା ଶ୍ରୀମନ୍ଦିର ସେବାୟତ ଜନାର୍ଦ୍ଦନ ପାଟଯୋଶୀଙ୍କ ଠାରୁ ମନ୍ଦିର ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ଦୁହେଁ ସାଲ୍ଡ ଗ୍ରାମକୁ ଯାଏଁ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ବିଭିନ୍ନ ସମସ୍ୟା ଯୋଗୁଁ ମନ୍ଦିରରେ ପ୍ରଭୁ କାଳିଆ ସାଆନ୍ତେ ମାତ୍ରେ ସପ୍ତାହକୁ ତିନି ଦିନ ପୂଜା ପାଉଥିଲେ । ଏହି ଘଟଣା ଜାଣି ସବ୍ୟସାଚୀ ପ୍ରତିଦିନ କିଭଳି ଏଠାରେ ପୂଜାର୍ଚ୍ଚନା କରାଯିବ ତାହାର ଦାୟିତ୍ବ ନେଇଥିଲେ ।

ଏହାମଧ୍ୟ ପଢନ୍ତୁ: ଉତ୍ତରକାଶୀ ଜଗନ୍ନାଥ ମନ୍ଦିର ହେବ ପର୍ଯ୍ୟଟନ ସ୍ଥଳୀ, ଉତ୍ତରାଖଣ୍ଡ ସିଏମଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ମନ୍ଦିରରେ ଥିବା ସମସ୍ୟାର ସମାଧାନ ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଖୁସିରେ ସାଲ୍ଡ ଗ୍ରାମବାସୀ ଏକାଠି ହୋଇ ଦୀପ ଜାଳିବା ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସବ୍ୟସାଚ୍ଚୀ, ଅର୍ଚ୍ଚିତା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସ୍ଥାନୀୟ ବାସିନ୍ଦା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ଗ୍ରାମର ଝିଅ ଓ ଜ୍ବାଇଁର ଆଖ୍ୟା ଦେଇଛନ୍ତି । ଗୁପ୍ତ ଶ୍ରୀକ୍ଷେତ୍ରବାସୀ ଏକାଠି ପ୍ରାର୍ଥନା ସମୟର ଭିଡିଓ ଅଭିନେତା ସବ୍ୟସାଚ୍ଚୀ ନିଜ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2023, 5:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.