ETV Bharat / bharat

ନିଆରା ମନ୍ଦିର, ମାନସିକ ପୂରଣ ପାଇଁ ପୂଜା ହୁଏ ଚପଲ - ମାଆ ଗୋଲା ଲୋକ୍କମାଙ୍କ ନିିଆରା ନୀତି

କର୍ଣ୍ଣାଟକର ଏକ ମନ୍ଦିରରେ ଦେବୀ ମାଆଙ୍କ ପୂଜା କରିବା ପରେ ଶ୍ରଦ୍ଧାଳୁ ଜୋତା ଉତ୍ସର୍ଗ କରନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି କଥା ଟି ସତ । ଅଧିକ ପଢ଼ନ୍ତୁ

Unique tradition of tying shoes in front of temple in Karnataka
ନିଆରା ମନ୍ଦିର, ମାନସିକ ପୂରଣ ପାଇଁ ପୂଜା ହୁଏ ଚପଲ
author img

By

Published : Nov 12, 2022, 6:55 AM IST

ବେଙ୍ଗାଲୁରୁ: ସଂସ୍କୃତିର ଦେଶ ଭାରତ । ଏଠାରେ ଥିବା ମନ୍ଦିରରୁ ଆମ ସଂସ୍କୃତି ତଥା ରୀତିନୀତିର ପରିଚୟ ମିଳେ । ଏଠାକାର ମନ୍ଦିର ବୁଲିବାକୁ ବିଦେଶରୁ ପର୍ଯ୍ୟଟକ ଛୁଟି ଆସନ୍ତି । କାରଣ ପ୍ରତ୍ୟେକ ମନ୍ଦିରର ରହିଛି ନିଆରା ମାହାତ୍ମ୍ୟ । ବିଭିନ୍ନ ମନ୍ଦିରର ରହିଛି ନିଆରା ପୂଜା ନୀତି । ଏଇ ଯେମିତି କର୍ଣ୍ଣାଟକର ଏକ ମନ୍ଦିରରେ ଦେବୀ ମାଆଙ୍କ ପୂଜା କରିବା ପରେ ଶ୍ରଦ୍ଧାଳୁ ଜୋତା ଉତ୍ସର୍ଗ କରନ୍ତି । ଶୁଣିବାକୁ ଅଜବ ଲାଗୁଥିଲେ ବି କଥା ଟି ସତ ।

ନିଆରା ମନ୍ଦିର, ମାନସିକ ପୂରଣ ପାଇଁ ପୂଜା ହୁଏ ଚପଲ

କଲାବୁରାଗୀ ଜିଲ୍ଲାରେ ଥିବା ଦେବୀ ଗୋଲା ଲୋକ୍କମା ମନ୍ଦିରରେ ପୂଜା କରିବା ପରେ ମାଆଙ୍କ ଉଦ୍ଦେଶ୍ୟରେ ଚପଲ ହଳ ସମର୍ପଣ କରାଯାଉଛି । ଚପଲ ଦାନ କଲେ ହିଁ ଏଠାରେ ମନୋସ୍କାମନା ପୂରଣ ହେଉଥିବା ଲୋକ ବିଶ୍ବାସ ରହିଛି । ଗୋଲା ଲୋକ୍କମା ମାଆ କାଳୀଙ୍କ ରୂପ ଭାବରେ ପୂଜା ପାଉଛନ୍ତି । ଦୀପାବଳିଠାରୁ ଆରମ୍ଭ କରି ପରବର୍ତ୍ତୀ ପଞ୍ଚମୀ ପର୍ଯ୍ୟନ୍ତ ମାଆଙ୍କ ମନ୍ଦିରରେ ଏକ ମେଳା ଅନୁଷ୍ଠିତ ହୁଏ । ଏହି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି ସମୟରେ ମନ୍ଦିରକୁ ହଜାରହଜାର ଶ୍ରଦ୍ଧାଳୁ ନଡ଼ିଆ ଓ ଚପଲ ନେଇ ମାଆଙ୍କ ପୂଜା କରିବାକୁ ଚାଲି ଆସନ୍ତି ।

ଏଭଳି ପୂଜା କରିବା ଦ୍ବାରା ମାଆ ପ୍ରସନ୍ନ ହୁଅନ୍ତି ବୋଲି କହିଛନ୍ତି ସ୍ଥାନୀୟ ଶ୍ରଦ୍ଧାଳୁ । ଭକ୍ତମାନେ ମନ୍ଦିର ସାମ୍ନାରେ ଥିବା ଗଛରେ ଚପଲ ବାନ୍ଧି ଦିଅନ୍ତି । ଏଭଳି କରିବା ଦ୍ବାରା ସେମାନେ ମାଆଙ୍କ ଆଶୀର୍ବାଦ ପାଇଥାଆନ୍ତି । ମାଆ ଗୋଲା ଲୋକ୍କମା କେବଳ କଲାବୁରାଗୀ ଜିଲ୍ଲାରେ ନୁହେଁ ବରଂ ପଡ଼ୋଶୀ ମହାରାଷ୍ଟ୍ର, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ପୂଜା ପାଆନ୍ତି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । କଲାବୁରାଗୀ ଜିଲ୍ଲାରେ ମାଆ ଗୋଲା ଲୋକ୍କମାଙ୍କ ନିକଟରେ ବଳି ମଧ୍ୟ ପଡ଼ୁଛି । ମେଳା ଶେଷ ବେଳକୁ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରା ବାହାରି ଥାଏ । ଦୀର୍ଘ ବର୍ଷ ହେଲା ଏହ ପରମ୍ପରା ପାଳିତ ହୋଇ ଆସୁଛି ।

ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ପ୍ରଥମେ ମାନସିକ କରିଥାଆନ୍ତି । ମାନସିକ ପୂରଣ ହେଲେ ଆସି ମନ୍ଦିର ସାମ୍ନାରେ ଚପଲ ଅର୍ପଣ କରିଥାଆନ୍ତି । ପ୍ରତିବର୍ଷ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଶେଷ କରି ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ ମହାରାଷ୍ଟ୍ରରୁ ଅଧିକାଂଶ ଶ୍ରଦ୍ଧାଳୁ ଏଠାକୁ ଆସୁଛନ୍ତି । ଅତି ଶ୍ରଦ୍ଧାର ସହ ଏଠାରେ ଚପଲ ଅର୍ପଣ କରି ଆସୁଛନ୍ତି ଭକ୍ତ । ତେବେ କେଉଁ କାରଣରୁ ଏଭଳି ପୂଜା କରାଯାଉଛି, ତାହାକୁ ନେଇ କୌଣସି ସୂଚନା ମିଳି ପାରିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.