ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଲୋକସଭାରେ ଜମ୍ମୁ କାଶ୍ମୀର ପାଇଁ ୧.୪୨ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ସହିତ ଅନୁମୋଦନ ପାଇଁ ସପ୍ଲିମେଣ୍ଟାରୀ ଦାବି, ଅନୁମୋଦନ ଦାବି ଏବଂ ଲୋକସଭାରେ ଜାମ୍ମୁ କାଶ୍ମୀର ପାଇଁ ଅଧିକ ଅନୁଦାନ ଦାବି ମଧ୍ୟ ଉପସ୍ଥାପନ କରିଛନ୍ତି । ଅନୁଦାନର ଚାହିଦା ଉପରେ ଆଲୋଚନା କରୁଥିବା ଷ୍ଟାଣ୍ଡିଂ କମିଟିର ଉଦ୍ୟମକୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରଶଂସା କରିଛନ୍ତି ।
ଜମ୍ମୁ-କଶ୍ମୀର ବିଧାନସଭା ଚାଲୁ ନଥିବାରୁ ୨୦୨୨-୨୩ ବର୍ଷର ବଜେଟ ଲୋକସଭାରେ ଉପସ୍ଥାପନ କରାଯାଇଛି।ଅର୍ଥମନ୍ତ୍ରୀ ୨୦୨୧-୨୨ ବର୍ଷ ପାଇଁ ସପ୍ଲିମେଣ୍ଟାରୀ ଡିମାଣ୍ଡ ବାବଦରେ ମୋଟ ୧୮,୮୬୦.୩୨ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାବାଦ କଶ୍ମୀର ପଣ୍ଡିତମାନେ ଜମ୍ମୁ-କଶ୍ମୀରକୁ ଫେରିବା ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ଯେମିତି ହେଲେ ବି ପୂରଣ କରାଯିବ ବୋଲି ସୀତାରମଣ ଗୃହକୁ ଅବଗତ କରାଇଛନ୍ତି । ବର୍ତ୍ତମାନ ସୁଦ୍ଧା କଶ୍ମୀର ପଣ୍ଡିତଙ୍କ ପାଇଁ ୧୦୨୫ଟି ଅସ୍ଥାୟୀ ଘର ତିଆରି କରାଯାଇଛି। ସେହିପରି ଆଉ ୧୪୮୮ ୟୁନିଟର କାମ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଜମ୍ମୁ-କଶ୍ମୀରରେ ୪,୬୭୮ ଜଣ କଶ୍ମୀର ପଣ୍ଡିତଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି । କଶ୍ମୀର ପଣ୍ଡିତଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ନିଶ୍ଚିତ ପୂରଣ କରିବେ ସେମାନେ ନିଶ୍ଚିତ କଶ୍ମୀରକୁ ଫେରିବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ସେ ଆହୁରି କହିଛନ୍ତି ଧାରା ୩୭୦ ଉଚ୍ଛେଦ ହେବା ପରେ ୮୯୦ଟି କେନ୍ଦ୍ରୀୟ ଆଇନ ସେଠାରେ କାର୍ଯ୍ୟକାରୀ ହୋଇପାରିଛି । ଦୀର୍ଘ ୭୦ ବର୍ଷ ହେଲା ଜମ୍ମୁ-କଶ୍ମୀର ଲୋକଙ୍କୁ ଯେଉଁ ସବୁ ସୁବିଧା ମିଳୁ ନଥିଲା, ଏବେ ସେଗୁଡ଼ିକ ଉପଲବ୍ଧ କରାଯାଉଛି । ଏହା ସହ ଜମ୍ମୁ-କଶ୍ମୀର ପାଇଁ ୧୩୫୩ କୋଟିର ଆର୍ଥିକ ପ୍ୟାକେଜ ଦିଆଯାଇଛି । ଏବେ ସୁଦ୍ଧା ୩.୪୪ ଲକ୍ଷ ଆକାଉଣ୍ଟକୁ ୭୫୦ କୋଟି ଟଙ୍କା ପଠାଯାଇଛି । ଏହି ଅର୍ଥରେ ସେମାନେ ନିଜର ବ୍ୟବସାୟକ ଆଗକୁ ନେଉଛନ୍ତି । ସେହିପରି ବିଜୁଳି ଓ ପାଣି ବିଲ୍ରେ ୫୦% ରିହାତି ପ୍ରଦାନ କରାଯାଇଥିବା କୁହାଯାଇଛି ।
ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଅବସରରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କହିଛନ୍ତି ରାଜ୍ୟସଭାର ୮ ଡିଆରଏସସି ସମୁଦାୟ ୭୩ ଘଣ୍ଟା ୩୩ ମିନିଟର ୨୧ ଥର ବୈଠକ କରଛନ୍ତି ଏବଂ ୩୨ ବିଭାଗର ୧୮ ମନ୍ତ୍ରୀଙ୍କ ଦାବିକୁ ଅନୁମୋଦନ ପାଇଁ ବିଚାର ବିମର୍ଷ କରିଛନ୍ତି । ମୁଁ ବହୁତ ଖୁସି ଯେ ହାରାହାରି ସମୟରେ ୨୧ ଥର ବୈଠକ ପ୍ରତି ମିଟିଙ୍ଗ୍ ୩ ଘଣ୍ଟା ୩୦ ମିନିଟରେ ଶେଷ ହୋଇଥିବା କହିଛନ୍ତି ଉପରାଷ୍ଟ୍ରପତି ।
ପ୍ରକାଶ ଥାଉ କି ଜାନୁଆରୀ ୨୯ରୁ ଫେବୃଆରୀ ୧୧ ଯାଏଁ ଭଭୟ ଗୃହରେ ଅଲଗା ଅଲଗା ସିଫ୍ଟରେ ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ହୋଇଥିଲା । ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ବେଜେଟ ଉପସ୍ଥାପନ କରିଥିଲେ । ଏଥିରେ ୧୦ଟି କାର୍ଯ୍ୟ ଦିବସ ରହିଥିଲା ।
@ANI