ETV Bharat / bharat

ଭାରତକୁ ତିନୋଟି ଅକ୍ସିଜେନ ଜେନେରେଟର ପଠାଇଲା ବ୍ରିଟେନ, ମିନିଟକୁ ଉତ୍ପାଦିତ ହେବ 500ଲିଟର

କୋରୋନା ମହାମାରୀରେ ଭାରତର ଲଢେଇରେ ଭାରତକୁ ତିନୋଟି ଅମ୍ଳଜାନ ଜେନେରେଟର ପଠାଇଛି ଇଂଲଣ୍ଡ । ଅଧିକ ପଢନ୍ତୁ...

ଭାରତକୁ ତିନୋଟି ଅକ୍ସିଜେନ ଜେନେରେଟର ପଠାଇଲା ବ୍ରିଟେନ, ମିନିଟକୁ ଉତ୍ପାଦିତ ହେବ 500ଲିଟର
ଭାରତକୁ ତିନୋଟି ଅକ୍ସିଜେନ ଜେନେରେଟର ପଠାଇଲା ବ୍ରିଟେନ, ମିନିଟକୁ ଉତ୍ପାଦିତ ହେବ 500ଲିଟର
author img

By

Published : Apr 29, 2021, 8:29 AM IST

ନୂଆଦିଲ୍ଲୀ: ଭାରତକୁ ସହଯୋଗର ହାତ ବଢାଇଲା ଇଂଲଣ୍ଡ । କୋରୋନା ମହାମାରୀରେ ଭାରତର ଲଢେଇରେ ଭାରତକୁ ତିନୋଟି ଅମ୍ଳଜାନ ଜେନେରେଟର ପଠାଇଛି ଇଂଲଣ୍ଡ । ଏହି ଜେନେରେଟରେ ପ୍ରତି ମିନିଟରେ 500ଲିଟର ଅକ୍ସିଜେନ ଉତ୍ପାଦନ କରିବାର କ୍ଷମତା ରହିଛି ।

ଭାରତରେ କୋରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ସହିତ ଅମ୍ଳଜାନର ଅଭାବ ଚିନ୍ତାର କାରଣ ପାଲଟିଛି । ଭାରତର ଏହି ସମସ୍ୟାକୁ ଦୂର କରିବାକୁ ଅମ୍ଳଜାନ ଉପକରଣ ପଠାଇବା ମୁଖ୍ୟ କରାଣ ବୋଲି ବୁଧବାର ସୂଚନା ଦେଇଥିଲେ ବ୍ରିଟେନ ହାଇ କମିଶନ ।

ଭାରତରେ ପୀଡିତ କୋରୋନା ରୋଗୀଙ୍କୁ ଅଧିକ ଅକ୍ସିଜେନ ଯୋଗାଇବା ପାଇଁ ଉତ୍ତର ଆୟର୍ଲାଣ୍ଡର ଷ୍ଟକରୁ ତିନୋଟି ଅକ୍ସିଜେନ ଉତ୍ପାଦନ ପଠାଇଛି ଇଂଲଣ୍ଡ । ଯାହା ପ୍ରତି ମିନିଟରେ 500 ଲିଟର ଅମ୍ଳଜାନ ଉତ୍ପାଦନ କରିପାରିବ । ଯାହା ଏକା ସମୟରେ 50 ଲୋକଙ୍କ ପାଇଁ ଯଥେଷ୍ଟ । ଭାରତ ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ଅମ୍ଳଜାନ ହିଁ ହେଉଛି ଏକମାତ୍ର ମୁଖ୍ୟ ଆବଶ୍ୟକତା ।

ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡୋମିନିକ ରାବ କହିଛନ୍ତି ଭାରତରେ ଏପରି ଘଡିସନ୍ଧି ସମୟେର ଆମ ଭାରତୀୟ ବନ୍ଧୁଙ୍କ ସହିତ ରହିଛୁ । ସେ ଆହୁରି କହିଛନ୍ତି, ଆମେ ଆମ ଭାରତୀୟ ବନ୍ଧୁଙ୍କ ସହିତ ସବୁବେଳେ ରହିଛୁ । ପୂର୍ବ ଅପେକ୍ଷା ବର୍ତ୍ତମାନ ଅନ୍ତର୍ଜାତୀୟ ସହେଯୋଗର ଅଧିକ ଆବଶ୍ୟକତା ରହିଛି । ବିଶେଷ କରି ଅମ୍ଳଜାନ ଅଭାବ ସମସ୍ୟା ଦୂର କରିବାକୁ ଭାରତକୁ ସହୋଯୋଗ କରିବାର ନିହାତି ଆବଶ୍ୟକତା ରହିଛି ।

ଭାରତକୁ ସାହାଯ୍ୟ କରିବାର ସମୟ ଆସିଯାଇଛି ବୋଲି ନିକଟରେ ଘୋଷଣା କରିଥିଲା ୟୁକେ । ଏହା ସହିତ 495 ଅକ୍ସିଜେନ ଜେନେରେଟର ସହିତ 200 ଭେଣ୍ଟିଲେଟର ଯୋଗାଇବାକୁ କହିଥିଲା ବ୍ରିଟେନ । ପ୍ରଥମ ପର୍ଯ୍ୟାୟ ମେଡିକାଲ ଉପକରଣ ମଙ୍ଗଳାବାର ଦିଲ୍ଲୀରେ ପହଞ୍ଚି ସାରିଛି । ବାକି ଥିବା ସମସ୍ତ ଉପକରଣ ଶୁକ୍ରବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚି ଯିବ ବୋଲି ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.