କୋଲକାତା: ରାଜ୍ୟସଭା ଗଲେ ନିକଟରେ ଟିଏମସିରେ ଯୋଗ ଦେଇଥିବା ମହିଳା ନେତ୍ରୀ ସୁସ୍ମିତା ଦେବ। ଏନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ତୃଣମୂଳ କଂଗ୍ରେସ ମହିଳାଙ୍କୁ ରାଜନୀତିରେ ପ୍ରବେଶ ପାଇଁ ପ୍ରାଧାନ୍ୟ ଦେଉଛି ବୋଲି କହିଛି ।
ନିକଟରେ ଟିଏମସିରେ ଯୋଗ ଦେଇଥିବା ଆସାମର କଂଗ୍ରେସ ନେତ୍ରୀ ସୁସ୍ମିତା ଦେବଙ୍କୁ ସଂସଦର ଉଚ୍ଚ ସଦନ ରାଜ୍ୟସଭା ପାଇଁ ମନୋନୀତ କରିଛି ତୃଣମୂଳ କଂଗ୍ରେସ। ଏନେଇ ତୃଣମୂଳ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ଟିଏମସି ପକ୍ଷରୁ ଟ୍ବିଟ କରି କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଲକ୍ଷ୍ୟ ହେଉଛି ଦେଶରେ ମହିଳାମାନେ ରାଜନୀତିରେ ପ୍ରବେଶ କରନ୍ତୁ । ଦେଶ ଓ ସମାଜ ଗଠନର ମହିଳାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମହିଳା ସଶକ୍ତିକରଣ ସହ ସମାଜ ଗଠନରେ ଏକ ସହାୟକ ହେବେ ବୋଲି କହିଛନ୍ତି ।
ଗଣମାଧ୍ୟମକୁ ସୁସ୍ମିତା ଦେବକିହଛନ୍ତ ଯେ ' ମୁଁ ମୋର ଆଦର୍ଶ ସହିତ ସାଲିସ କରି ଟିଏମସିରେ ଯୋଗ ଦେଇନାହିଁ । ଟିଏମସିରେ ଯୋଗଦେବା ପାଇଁ ମୁଁ କୌଣସି ଡିଲ କରିନାହିଁ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯାହା ବି ଦାୟିତ୍ବ ଦେବେ ତାହା ନିର୍ବାହ କରିବି'।
ଟିଏମସିରେ ଯୋଗଦେବା ପରେ ସୁସ୍ମିତା ଦେବଙ୍କୁ ଆସାମ ଓ ତ୍ରିପୁରାର ଦାୟିତ୍ବ ଦେଇଛି ତୃଣମୂଳ କଂଗ୍ରେସ । ସେ ଆସାମରେ ସିଲଚେର ଆସନରୁ କଂଗ୍ରେସରୁ ୨୦୧୪ରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେ ସର୍ବଭାରତୀୟ ମହିଳା କଂଗ୍ରେସର ସଭାପତି ଦାୟିତ୍ବ ମଧ୍ୟ ତୁଲାଇଛନ୍ତି।
@ANI