ଶ୍ରୀନଗର: ଘାଟିରେ ଚଳିତ ବର୍ଷ ସେନା ଓ ସ୍ଥାନୀୟ ପୋଲିସର ଆତଙ୍କ ନିରୋଧୀ ଅଭିଯାନ ନେଇ ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ ଆଇଜିପି । ଗତବର୍ଷ ସୁରକ୍ଷା କର୍ମୀଙ୍କୁ ଭଲ ସଫଳତା ମିଳିଛି । ଘାଟିରେ ଆତଙ୍କୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ କମିବାରେ ଲାଗିଛି । ତେବେ ଚଳିତ ବର୍ଷ ସୁରକ୍ଷା ବଳ ଘାଟିରେ ଆତଙ୍କୀଙ୍କ ସଂଖ୍ୟା ମାତ୍ର ୧୦୦ ତଳକୁ ଆଣିବାକୁ ପ୍ରୟାସ କରାଯିବ । ଯାହା କାଶ୍ମୀର ଇତିହାସରେ ସୁରକ୍ଷା ବଳ ପାଇଁ ସବୁଠୁ ବଡ ସଫଳତା ହେବ । ଆଜି ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି କାଶ୍ମୀର ଆଜିପି ବିଜୟ କୁମାର ।
ଚଳିତ ବର୍ଷ ଘାଟିରେ ଆତଙ୍କୀ ନିରୋଧୀ ଅଭିଯାନ ସମ୍ପର୍କରେ ସୂଚନା ଦେଇ ବିଜୟ କହିଛନ୍ତି, ଜାନୁଆରୀ ମାସରେ 11 ଟି ଏନକାଉଣ୍ଟରରେ ହୋଇସାରିଲାଣି, ଯେଉଁଥିରେ 21 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ମଧ୍ୟରେ 8 ଜଣ ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି ଆଇଜିପି ସୂଚନା ଦେଇଛନ୍ତି । ସେହିିପରି ଗତ ୨୪ ଘଣ୍ଟା ମଧ୍ୟରେ ଘାଟିରେ ହୋଇଥିବା ଏନକାଉଣ୍ଟର ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ପୁଲୱାମା ଏବଂ ବୁଡଗାମରେ ଦୁଇଟି ପୃଥକ ଏନକାଉଣ୍ଟର ହୋଇଛି । ଏଥିରେ ୫ ଜଣ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବଳ ।
ପୁଲୱାମା ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ବରିଷ୍ଠ jem କମାଣ୍ଡର ଜାହିଦ ଅହମ୍ମଦ ୱାନି ସହ ପାକିସ୍ଥାନର ବିଦେଶୀ ଆତଙ୍କବାଦୀ କାଫିଲ ପ୍ରମୁଖ ରହିଛନ୍ତି । ଏହି ଆତଙ୍କୀମାନେ ଦୀର୍ଘ କିଛି ମାସ ଧରି ପୋଲିସ ତାଲିକାରେ ହିଟ ଲିଷ୍ଟରେ ଥିଲେ । 2017 ପର ଠାରୁ ଏହି ଆତଙ୍କବାଦୀମାନେ ଘାଟିରେ ଏକାଧିକ ହିଂସାକାଣ୍ଡରେ ସାମିିଲ ରହିଥିଲେ । କ୍ରମଶଃ ଆତଙ୍କବାଦୀଙ୍କ ସଂଖ୍ୟା କମିବାରେ ଲାଗିଛି । ଚଳିତବର୍ଷ ସଂଖ୍ୟା ଆହୁରି କମିବା ନେଇ ମଧ୍ୟ ରାଣନୀତି ପ୍ରସ୍ତୁତ କରୁଛି ସୁରକ୍ଷା ବଳ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ