ETV Bharat / bharat

ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ବାଧ୍ୟତାମୂଳକ କଲା ତାଲିବାନ - ତାଲିବାନ ନୂଆ ନିର୍ଦ୍ଦେଶ

ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳା ପିନ୍ଧିବେ ସମ୍ପୂର୍ଣ୍ଣ ବୁର୍ଖା । ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କଲା ତାଲିବାନ । ଅଧିକ ପଢନ୍ତୁ

ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ବୁର୍ଖା ବାଧ୍ୟତାମୂଳକ କଲା ତାଲିବାନ

author img

By

Published : May 7, 2022, 5:36 PM IST

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ମୌଳବାଦୀ ଶାସନରେ ମହିଳାଙ୍କ ଅଧିକାର ସଙ୍କୁଚିତ ହେବାର ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା କ୍ରମାଗତ ଭାବେ ବାସ୍ତବରେ ପରିଣତ ହେବାରେ ଲାଗିଛି । ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ପରିଧାନ କରିବା ବାଧ୍ୟତାମୂଳକ କରିଛି ତାଲିବାନ ସରକାର । ମହିଳାମାନେ ସମ୍ପୂର୍ଣ୍ଣ ବୁର୍ଖା chadori (head-to-toe burqa) ପରିଧାନ କରିବା ନେଇ ତାଲିବାନ ମୁଖ୍ୟ ହବିତୁଲ୍ଲା ଅଖୁନ୍ଦଜାଦା ଏକ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଏପରି ନିୟମକୁ ଉଲଙ୍ଘନ କଲେ କଠୋର ଦଣ୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କ୍ଷମତାକୁ ଆସିବା ପରେ ତାଲିବାନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା, ଯେଉଁଥିରେ ମହିଳାମାନେ ଦୂରଯାତ୍ରା କରିବାକୁ ଥିଲେ ଏକାକି ନୁହଁନ୍ତି ବରଂ ଜଣେ ସମ୍ପର୍କୀୟ ପୁରୁଷଙ୍କ ସାଥିରେ ଯିବା ବାଧ୍ୟତାମୂଳକ କରାଯାଇଥିଲା । ସେହିପରି ଉଚ୍ଚଶିକ୍ଷା ପାଇଁ କଲେଜ କିମ୍ବା ବିଶ୍ବ ବିଦ୍ୟାଳୟ ଯାଉଥିବା ମହିଳାଙ୍କୁ ପୁରୁଷଙ୍କ ସହ ଗୋଟିଏ ଶ୍ରେଣୀରେ ବସି ପାଠ ପଢିବା ପରବର୍ତ୍ତେ ପରଦା ଟାଣିବାକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା । ପୁଣି ଏପରି ଏକ କଠୋର ନିୟମ ପ୍ରଣୟନ କରି ମହିଳାଙ୍କ ମାନବାଧିକାରକୁ ସଙ୍କୁଚିତ କରିବାରେ ଲାଗିଛି ତାଲିବାନ ।

ଗତବର୍ଷ (2021) ଅଗଷ୍ଟରେ ଆଫଗାନିସ୍ତାନରେ ଅସରଫ ଘନି ସରକାରକୁ କ୍ଷମତାଚ୍ୟୁତ କରିବା ପରେ କ୍ଷମତାକୁ ଆସିଥିବା ତାଲିବାନ ସରିଆ କାନୁନ ଅନୁସାରେ ମହିଳାଙ୍କ ଉପରେ ଏକାଧିକ କଟକଣା ଲାଗୁ କରିସାରିଛି । ମହିଳାଙ୍କ ମାନବାଧିକାର ଓ ଶିକ୍ଷାଗତ ଅଧିକାର କ୍ଷୂର୍ଣ୍ଣ ହେବା ନେଇ ବିଭିନ୍ନ ଦେଶସମୂହ ଆପତ୍ତି ଉଠାଇଥିବା ବେଳେ ମହିଳାଙ୍କୁ ସେମାନଙ୍କ ସ୍ବାଭିମାନ ସହ ବଞ୍ଚିବାକୁ ଦିଆଯିବ ବୋଲି ତାଲିବାନ ଘୋଷଣା କରିିଥିଲା । କିନ୍ତୁ କାଳକ୍ରମେ ଏକାଧିକ ଇସଲାମୀୟ ମୌଳବାଦୀ କଟକଣା ଲଗାଇବାରେ ଲାଗିଛି ତାଲିବାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.