ମୁମ୍ବାଇ: ଧାରା 144 ଲାଗୁ ପରେ ମରୂଭୂମି ପାଲଟିଲା ମୁମ୍ବାଇ । ମହାରାଷ୍ଟ୍ରରେ କୋରୋନାକୁ ରୋକିବା ପାଇଁ ରାଜ୍ୟ ସରକାର କଡା ପଦକ୍ଷେପ ନେଇଛନ୍ତି । ଧାରା 144 ଲାଗୁ ପରେ ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ସାଧାରଣ ଜୀବନ ଯାପନ ପ୍ରଭାବିତ ହୋଇଛି । ମହାମାରୀ କୋରୋନାର ଭୟାବହତାକୁ ଦେଖି ରାଜ୍ୟ ସରକାର ସାରା ରାଜ୍ୟରେ ଧାରା 144 ଲାଗୁ କରିଛନ୍ତି । ରାଜ୍ୟରେ ରାତି 8 ରୁ ସକାଳ 7 ପର୍ଯ୍ୟନ୍ତ ଧାରା 144 ଜାରୀ କରିଛନ୍ତି ।
କୋରୋନାର ଭୟାବହତାକୁ ରୋକିବା ପାଇଁ ମହାରାଷ୍ଟ୍ର ସରକାର ଗତ ମଙ୍ଗଳବାର ତଥା 14 ତାରିଖ ଦିନ ମୁଖ୍ୟମନ୍ତ୍ର ଉଦ୍ଧବ ଠାକରେ ସାରା ରାଜ୍ୟରେ 144 ଧାରା ଘୋଷଣା କରିଥିଲେ । ରାଜ୍ୟରେ ରାତି 8 ରୁ ସକାଳ 7 ପର୍ଯ୍ୟନ୍ତ ଧାରା 144 ଜାରୀ କରିଛନ୍ତି ଏହା ଆସନ୍ତା ମେ 1 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସମୟରେ ଖାଲି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିୟମ କୋହଳ କରାଯାଇଛି । ରାଜ୍ୟରେ ସମସ୍ତ ପ୍ରକାର ସେବାକୁ ବନ୍ଦ କରିଦିଆଯାଇଛି । ରାଜ୍ୟରେ ନୂତନ କାଇଡଲାଇନ ଅନୁଯାୟୀ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ସାଧାରଣ ସ୍ଥାନରେ ବିଭିନ୍ନ କାର୍ଯ୍ୟକୁ ବନ୍ଦ କରିଦିଆଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସମସ୍ତ ସେବାକୁ ପ୍ରତିବନ୍ଧକ ଲଗାଯାଇଛି ।
ରାଜ୍ୟ ଜାରି କରଥିବା ଗାଇଡଲାଇନ ଅନୁଯାୟୀ ସିନେମାହୋଲ,ଥିଏଟର,ଅଟିଟିରିଅମ,ମ୍ୟୁଜିୟମ,ଜିମ,କ୍ରୀଡା ସମସ୍ତଙ୍କୁ ବନ୍ଦ କରିଦିଆଯାଇଛି । ରାଜ୍ୟରେ ସମସ୍ତ ସେବା କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି । ଧାରା 144 ଲାଗୁ ରହିଥିବା ପର୍ଯ୍ୟନ୍ତ ସମସ୍ତ ସେବା ବନ୍ଦ ପାଇଁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ମହାରାଷ୍ଟ୍ରରେ 68631 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । 503 ଜଣ ବ୍ୟକ୍ତି କୋରୋନା ଯୋଗୁଁ ପ୍ରାଣ ହରାଇଥିଲେ । ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ଅଧିକ ପରିମାଣରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
@ANI