ETV Bharat / bharat

Maharashtra Crisis: ସଂଧ୍ୟା 5 ପର୍ଯ୍ୟନ୍ତ ଦଳୀୟ ବିଧାୟକଙ୍କୁ ମହଲତ, ରାଜ୍ୟବାସୀଙ୍କୁ ସମ୍ବୋଧନ ମାଧ୍ୟମରେ ଇସ୍ତଫା ଦେବେ କି ଉଦ୍ଧବ ! - ମହାରାଷ୍ଟ୍ର ରାଜନୈତିକ ସଙ୍କଟ

ଶିବସେନା ବିଧାୟକଙ୍କୁ ସଂଧ୍ୟା 5 ଯାଏଁ ମହଲତ ଦେଲେ ଉଦ୍ଧବ ଠାକରେ । ଅନୁପସ୍ଥିତ ରହିଲେ ଦଳରୁ ବାହାର । ଗୌହାଟୀ ଅଭିମୁଖେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ । ସଂଧ୍ୟା 5ରେ ରାଜ୍ୟବାସୀଙ୍କୁ ଉଦ୍ଧବଙ୍କ ସମ୍ବୋଧନ । ଅଧିକ ପଢନ୍ତୁ

ସଂଧ୍ୟା 5 ପର୍ଯ୍ୟନ୍ତ ବିଧାୟକଙ୍କୁ ଉଦ୍ଧବଙ୍କ ମହଲତ

author img

By

Published : Jun 22, 2022, 4:51 PM IST

ମୁମ୍ବାଇ: ସମୟ ବଢିବା ସହ ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସଂଧ୍ୟାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି । ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏହି ସମ୍ବୋଧନରେ ସେ ନିଜ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

  • Maharashtra BJP chief Chandrakant Patil arrives in Surat, Gujarat on a chartered flight. He will reach Guwahati, Assam along with 4 MLAs. pic.twitter.com/SvwywhTefu

    — ANI (@ANI) June 22, 2022 " class="align-text-top noRightClick twitterSection" data=" ">

ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ପ୍ରାୟ 8 ଜଣ ମନ୍ତ୍ରୀ ସାମିଲ ହୋଇନଥିବାର ସୂଚନା ରହିଛି । ଆଜି ସଂଧ୍ୟା 5 ରେ ଶିବସେନା ବିଧାୟକ ଦଳ ବୈଠକ ହେବାକୁ ସ୍ଥିର କରାଯାଇଛି । ଦଳରୁ ବିଦ୍ରୋହ କରିଥିବା ବରିଷ୍ଠ ନେତା ତଥା ଉଦ୍ଧବଙ୍କ ସହଯୋଗୀ ଏକନାଥ ସିନ୍ଧେ ନିଜ ପାଖରେ ଶିବସେନା ଓ ଅନ୍ୟ ସ୍ବାଧୀନ ବିଧାୟକଙ୍କୁ ସଂଖ୍ୟା ମିଶାଇ ପ୍ରାୟ 45 ବିଧାୟକ ଥିବା ଦାବି କରିଛନ୍ତି । ସିନ୍ଧେଙ୍କ ଦାବିରେ ସତ୍ୟତା ଥିଲେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତନ ଏକପ୍ରକାର ସ୍ପଷ୍ଟ । ଦଳୀୟ ମୋଟ ବିଧାୟକଙ୍କ ସଂଖ୍ୟାର 2 ତୃତୀୟାଂଶ ବିଧାୟକ ଦଳ ତ୍ୟାଗ କଲେ ଦଳ ବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବ ନାହିଁ । ତେଣୁ ସିନ୍ଧେ ଉକ୍ତ ବିଧାୟକଙ୍କୁ ନେଇ ନୂଆ ଦଳ ଗଠନ କରିବା ସହ ବିଜେପିକୁ ସମର୍ଥନ ଦେଇ ନୂଆ ସରକାର ଗଠନ ମଧ୍ୟ କରିପାରନ୍ତି ।

ତେବେ ଶିବସେନା ପକ୍ଷରୁ ଦଳୀୟ ବିଧାୟକଙ୍କୁ ଅଲ୍ଟିମେଟମ ଦିଆଯିବା ପରେ ସଂଧ୍ୟାର ହେବାକୁ ଥିବା ବୈଠକରେ ଉଦ୍ଧବ ସରକାରଙ୍କ ଅସ୍ତିତ୍ବର ଚିତ୍ର ସ୍ପଷ୍ଟ ହେବ । ଉକ୍ତ ବୈଠକ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଇସ୍ତଫା ପତ୍ର ଦେବା ସହ ବିଧାନସଭା ଭଙ୍ଗ କରିବା ନେଇ ରାଜ୍ୟପାଳଙ୍କୁ ସୁପାରିଶ ମଧ୍ୟ କରିପାରନ୍ତି । ଅନ୍ୟ ଏକ ବିଶେଷ ସୂତ୍ର ଅନୁସାରେ ରାଜ୍ୟପାଳ ବିଧାନସଭା ଭଙ୍ଗ ପ୍ରସ୍ତାବ ଗ୍ରହଣ କରି ନପାରନ୍ତି ବୋଲି ମଧ୍ୟ ସୂଚନା ମିଳିଛି ।

  • Maharashtra | Union minister Narayan Rane & his son Nitesh Rane visit the residence of BJP leader Devendra Fadnavis in Mumbai pic.twitter.com/lCNYrNjag9

ଅନ୍ୟପଟେ ମହାରାଷ୍ଟ୍ର ପ୍ରଦେଶ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲ ଏକ ଚାଟାର୍ଡ ଫ୍ଲାଇଟରେ ପ୍ରଥମେ ସୁରଟ ଓ ପରେ ବିଦ୍ରୋହୀ ବିଧାୟକ ଥିବା ଗୌହାଟୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଚନ୍ଦ୍ରକାନ୍ତଙ୍କ ସହ 4 ବିଧାୟକ ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି । ଉକ୍ତ ବିଧାୟକ ଗୋଷ୍ଠୀଙ୍କ ସହ ଆଲୋଚନା ପରେ ବିଜେପି ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିପାରେ । ମୁମ୍ବାଇରେ କେନ୍ଦ୍ରମନ୍ତ୍ରୀ ନରାୟଣ ରାଣେ ଓ ତାଙ୍କ ପୁଅ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ସାକ୍ଷାତ କରି ଆଲୋଚନା ଜାରି ରଖିଛନ୍ତି । ଆଉ କିଛି ସମୟ ପରେ ଉଦ୍ଧବ ରାଜ୍ୟବାସୀଙ୍କୁ କଣ ସମ୍ବୋଧନ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.