ETV Bharat / bharat

ତୈଳ ଦର ବୃଦ୍ଧିକୁ ନେଇ କେନ୍ଦ୍ରକୁ ଘେରିଲା ଶିବସେନା, ପମ୍ପରେ ଲଗାଇଲା ପୋଷ୍ଟର

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି । ତେବେ ମହାରାଷ୍ଟ୍ରର ଶିବସେନା ଏହି ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛନ୍ତି । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି
ତୈଳ ଦର ବୃଦ୍ଧି
author img

By

Published : Feb 22, 2021, 10:21 AM IST

ମୁମ୍ବାଇ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଆକାଶଛୁଆଁ ହୋଇଛି । ତେବେ ଦୁଇ ଦିନ ହେବ କିଛି ମାତ୍ରାରେ ଆରାମ ମିଳିଥିଲା କାରଣ ରବିବାର ଏବଂ ସୋମବାର ତେଲର ମୂଲ୍ୟ ବୃଦ୍ଧି ହୋଇନାହିଁ । ତେବେ ମହାରାଷ୍ଟ୍ରର ଶିବସେନା ଏହି ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛନ୍ତି।

ତୈଳ ଦର ବୃଦ୍ଧି ନେଇ ଶିବସେନା ମୁମ୍ବାଇ ଏବଂ ବାନ୍ଦ୍ରାଠାରେ ପୋଷ୍ଟର ଲଗାଇଛି । ମୁମ୍ବାଇର ପେଟ୍ରୋଲ ପମ୍ପରେ ଶିବସେନା ପୋଷ୍ଟର 2015 ଏବଂ 2020 ବର୍ଷ ପାଇଁ ଗ୍ୟାସ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ତୁଳନା କରି ପ୍ରଶ୍ନ କରିଥିଲେ କି ଏହା କଣ ଅଚ୍ଛେ ଦିନ୍ ? ମୁମ୍ବାଇର ପେଟ୍ରୋଲ ପମ୍ପରେ ଶିବସେନା ପୋଷ୍ଟର ମାରିଛି । 2015ରେ ପେଟ୍ରୋଲର ମୂଲ୍ୟ 64.60 ଟଙ୍କା ହୋଇଥିବାବେଳେ 2021 ମସିହାରେ ଏହା ଲିଟର ପିଛା 96.62 ଟଙ୍କାକୁ ବୃଦ୍ଧି କରାଯାଇଛି । ତେବେ ଆଜି ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 97 ଟଙ୍କା ରହିଛି । ଏଥିସହିତ ପୋଷ୍ଟରରେ ଡିଜେଲ ମୂଲ୍ୟର ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ।

2015ରେ ଡିଜେଲ ଲିଟର ପିଛା 52.11 ଟଙ୍କା ଥିଲା, 2021 ମସିହାରେ ଏହା 88.06 ଟଙ୍କାରେ ବିକ୍ରି ହେଉଛି । ଏଲପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇଛି । 2015ରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 572.50 ପଇସା ଥିଲା ମାତ୍ର ବର୍ତ୍ତମାନ ଏହା 791 ଟଙ୍କାକୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.