ETV Bharat / bharat

ଶରଦ ପାୱାରଙ୍କ ସଙ୍ଗୀନ ଅଭିଯୋଗ, ମହିଳା ସାଂସଦଙ୍କ ସହ ହୋଇଛି ମାରପିଟ !

ବଡ ଅଭିଯୋଗ ଆଣିଛନ୍ତି ଏନସିପି ନେତା ଶରଦ ପାୱାର । ମହିଳା ସାଂସଦଙ୍କ ସହ ମାରପିଟ ହୋଇଥିବା କହିଛନ୍ତି ଶରଦ । ଅଧିକ ପଢନ୍ତୁ...

ଶରଦ ପାୱାରଙ୍କ ସଙ୍ଗୀନ ଅଭିଯୋଗ, ମହିଳା ସାଂସଦଙ୍କ ସହ ହୋଇଛି ମାରପିଟ !
ଶରଦ ପାୱାରଙ୍କ ସଙ୍ଗୀନ ଅଭିଯୋଗ, ମହିଳା ସାଂସଦଙ୍କ ସହ ହୋଇଛି ମାରପିଟ !
author img

By

Published : Aug 11, 2021, 10:32 PM IST

ନୂଆଦିଲ୍ଲୀ: ପେଗାସସ ଜାସୁସି ସହ ବିଭିନ୍ନ ମାମଲା ଉପରେ ବିରୋଧୀଙ୍କ ହଙ୍ଗାମା କାରଣରୁ ଧୋଇଗଲା ମୌସୁମୀ ଅଧିବେଶନ । ଶେଷରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସଂସଦକୁ କରାଯାଛି ମୁଲତବୀ ଘୋଷଣା । ଗୃହରେ 'ସମ୍ବିଧାନ (127 ତମ ସଂଶୋଧନ) ବିଲ୍, 2021' ପାରିତ ହେବା ପରେ ସାଧାରଣ ବୀମା ବ୍ୟବସାୟ ଜାତୀୟକରଣ ସଂଶୋଧନ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଏହି ସମୟରେ ବିରୋଧୀ କରିଥିଲେ ଜୋରଦାର ହଙ୍ଗାମା ।

ସରକାରଙ୍କ ପକ୍ଷରୁ ଦାବି କରାଯାଇଛି ଯେ ବିରୋଧୀ ସାଂସଦମାନେ ଗୃହରେ ଉପସ୍ଥିତ ଥିବା ମାର୍ଶଲ ଏବଂ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏଥି ସହିତ ବିରୋଧୀ ସାଂସଦମାନେ ସରକାରଙ୍କ ବିରୋଧରେ ଆଣିଛନ୍ତି ଅସଦାଚରଣର ଅଭିଯୋଗ ।

ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟ ପ୍ରଥମ 15 ମିନିଟ ପାଇଁ ମୁଲତବୀ ରଖାଯାଇଥିଲା । ପରେ ବୀମା ବିଲ୍ ପାରିତ ହେବା ପରେ ଗୃହ କାର୍ଯ୍ୟ ଅଧ ଘଣ୍ଟା ପାଇଁ ଅର୍ଥାତ ସନ୍ଧ୍ୟା 7ଟା 4 ପର୍ଯ୍ୟନ୍ତ ମୁଲତବୀ ରଖାଗଲା। ଯେଉଁ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ ସେମାନେ ପୋଡିୟମ ସାମ୍ନାକୁ ଆସି କାଗଜ ପତ୍ର ଚିରି ଫୋପଡା ଫିଙ୍ଗା କରିଥିଲେ । ଏହାରି ମଧ୍ୟରେ ବଡ ଅଭିଯୋଗ ଆଣିଛନ୍ତି ଏନସିପି ନେତା ଶରଦ ପାୱାର ।

ଏନସିପି ଅଧ୍ୟକ୍ଷ ଶରଦ ପାୱାର କହିଛନ୍ତି ଯେ ରାଜ୍ୟସଭାରେ ମହିଳା ସାଂସଦଙ୍କ ଉପରେ ଯେଉଁଭଳି ଆକ୍ରମଣ ହୋଇଛି, ତାହା ସେ 55 ବର୍ଷର ସଂସଦୀୟ କ୍ୟାରିୟରରେ କେବେ ଦେଖିନାହାଁନ୍ତି। 40 ରୁ ଅଧିକ ପୁରୁଷ ଓ ମହିଳାଙ୍କୁ ବାହାରୁ ଗୃହ ଭିତରକୁ ଅଣାଯାଇଥିଲା । ଏହା ଯନ୍ତ୍ରଣାଦାୟକ ଅଟେ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଛନ୍ତି ଶରଦ ।

ପାୱାରଙ୍କ ଅଭିଯୋଗ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲଦ ଯୋଶୀ କହିଛନ୍ତି ଯେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ । ବିରୋଧୀ ସଦସ୍ୟମାନେ ମହିଳା ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି କରିଥିବା ପାଲଟା ଅଭିଯୋଗ କରିଛନ୍ତି ଗୋଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.