ETV Bharat / bharat

ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌

ଜାତିଭିତ୍ତିକ ସାର୍ଟିଫିକେଟରେ ଜାଲିଆତି ପ୍ରସଙ୍ଗ । NCBର ପୂର୍ବତନ ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କୁ ମିଳିଲା କ୍ଲିନଚିଟ୍‌ । ଅଧିକ ପଢନ୍ତୁ

ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌
ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ମିଳିଲା କ୍ଲିନଚିଟ୍‌
author img

By

Published : Aug 13, 2022, 2:27 PM IST

ମୁମ୍ବାଇ: NCBର ପୂର୍ବତନ ଜୋନାଲ ଅଫିସର ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି । ସମୀରଙ୍କୁ ଜାତିଭିତ୍ତିକ ସାର୍ଟିଫିକେଟ ମାମଲାରେ ମିଳିଲା କ୍ଲିନଚିଟ୍‌ । ସରକାରୀ ଚାକିରି କରିବା ଲାଗି ୱାଙ୍ଖଡେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିବା ଅଭିଯୋଗ ଆଣିଥିଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ମଲ୍ଲିକ ଅଭିଯୋଗ ଆଣିଥିଲେ ଯେ, "ୱାଙ୍ଖଡେ ହେଉଛନ୍ତି ଜଣେ ମୁସଲିମ । ମାତ୍ର ସରକାରୀ ଚାକିରି ଲାଗି ସେ ମିଥ୍ୟା ଜାତିଭିତ୍ତିକ ସାର୍ଟିଫିକେଟ ତିଆରି କରିଥିଲେ । ସଂରକ୍ଷିତ ବର୍ଗରେ ତାଙ୍କୁ ଚାକିରି ମିଳିଛି ।"

ନୱାବଙ୍କ ଏହି ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଥିଲା । ମାତ୍ର କାଷ୍ଟ କମିଟି ତାଙ୍କୁ ଆଜି କ୍ଲିନଚିଟ୍‌ ଦେଇଛି । ସେ ଜନ୍ମରୁ ମୁସଲିମ ନଥିଲେ ବୋଲି କହିଛି କମିଟି । କମିଟି କହିଛି, "ୱାଙ୍ଖଡେ ଓ ତାଙ୍କ ପିତା ଜନ୍ମରୁ ମୁସଲିମ ଥିଲେ ବୋଲି ଏହା ପ୍ରମାଣିତ ହୋଇନାହିଁ । ମାତ୍ର ଏହା ପ୍ରମାଣିତ ହୋଇଛି ଯେ ସେମାନେ ମହାର- ୩୭ (Mahar-37) ଜାତି ମଧ୍ୟରେ ଅନ୍ତର୍ଭୁକ୍ତ ।"

ତେବେ ସୂଚନା ଥାଉ କି ଏହି ଅଭିଯୋଗ ପରେ ସମୀର ୱାଙ୍ଖଡେ ଗତବର୍ଷ ନଭେମ୍ବରରେ ଦିଲ୍ଲୀରେ ଥିବା ନାସନାଲ ସବମିଶନ ଫର୍‌ ସେଡ୍ୟୁଲ୍ଡ କାଷ୍ଟକୁ ଯାଇଥିଲେ ଏବଂ ନିଜର ଜାତିଭିତ୍ତିକ ସାର୍ଟିଫିକେଟ ଦାଖଲ କରିଥିଲେ । ଏହି ଦସ୍ତାବିଜ ମିଥ୍ୟା ପ୍ରମାଣିତ ହୋଇଥିଲେ ସମୀରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ବୋଲି କହିଛନ୍ତି କମିଶନର ଚେୟାରମ୍ୟାନ ବିଜୟ ସାମ୍ପଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.