ETV Bharat / bharat

ବିପତ୍ତି କାଳରେ ସାମାନ୍ୟ ଆଶ୍ବସ୍ତି, ଗୋଟିଏ ଦିନରେ ୩ ଲକ୍ଷ କୋରୋନା ରୋଗୀ ସୁସ୍ଥ

ମହାମାରୀ କୋରୋନା ଭଳି ବିପର୍ଯ୍ୟୟ ସମୟରେ ସାମାନ୍ୟ ଆଶ୍ବସ୍ତି । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନାରୁ ହେଲେ ସୁସ୍ଥ । ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷ ଲୋକ କୋରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ଅଧିକ ପଢନ୍ତୁ...

ବିପତ୍ତି କାଳରେ ସାମାନ୍ୟ ଆଶ୍ବସ୍ତି, ଗୋଟିଏ ଦିନରେ ୩ ଲକ୍ଷ କୋରୋନା ରୋଗୀ ସୁସ୍ଥ
ବିପତ୍ତି କାଳରେ ସାମାନ୍ୟ ଆଶ୍ବସ୍ତି, ଗୋଟିଏ ଦିନରେ ୩ ଲକ୍ଷ କୋରୋନା ରୋଗୀ ସୁସ୍ଥ
author img

By

Published : May 2, 2021, 4:51 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ଭଳି ବିପର୍ଯ୍ୟୟ ସମୟରେ ସାମାନ୍ୟ ଆଶ୍ବସ୍ତି । ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନାରୁ ହେଲେ ସୁସ୍ଥ । ଗତ ୨୪ ଘଣ୍ଟା ମଧ୍ୟରେ ତିନି ଲକ୍ଷ ଲୋକ କୋରୋନା ଯୁଦ୍ଧରେ ବିଜୟୀ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ଏକ ସକରାତ୍ମକ ଧାରା ବୋଲି ବିବେଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୯୯୯୮୮ ରୋଗୀ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଫେରିଆସିଛନ୍ତି। ଗତ କିଛି ଦିନ ଧରି ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ଯଦି ଆପଣ ଗତ ପାଞ୍ଚ ଦିନର ତଥ୍ୟକୁ ଦେଖନ୍ତି, ତେବେ ୩୦ ଏପ୍ରିଲରେ ୨୯୭୫୪୦ ଓ ୨୯ ଏପ୍ରିଲରେ ୨୬୯୫୦୭, ୨୮ ଏପ୍ରିଲରେ ୨୬୧୧୬୨, ୨୭ ଏପ୍ରିଲରେ ୨୫୧୮୨୭ ଏବଂ ୨୬ ଏପ୍ରିଲରେ ୨୧୯୨୭୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏହି ଧାରା ସକରାତ୍ମକ ବୋଲି ଭର୍ଦ୍ଦନ ମହାବୀର ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଜୁଗଲ କିଶୋର କହିଛନ୍ତି। ଯଦି ଏହି ଧାରା ଏମିତି ଆଗକୁ ବଢେ, ତେବେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ହେବାର ପର୍ଯ୍ୟାୟ ଆରମ୍ଭ ହେବ ବୋଲି ସେ କହିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, କୋରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା 10 ଟି ରାଜ୍ୟ ସମୁଦାୟ ସୁସ୍ଥ ଲୋକଙ୍କ ମଧ୍ୟରୁ 76 ପ୍ରତିଶତ ଅଟେ। ଏହି ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର, ୟୁପି, ଦିଲ୍ଲୀ, କେରଳ, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ବିହାର ଅନ୍ତର୍ଭୁକ୍ତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.