ETV Bharat / bharat

ନିର୍ବାଚନ ପୂର୍ବରୁ ଜଗା ଶରଣରେ ଦିଦି, ପଶ୍ଚିମବଙ୍ଗରେ ପୁରୀ ସେବାୟତଙ୍କ ମହାଯଜ୍ଞ - କେନ୍ଦ୍ର ନିର୍ବାଚନ ଆୟୋଗ

ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ଏହା ପୂର୍ବରୁ ଭଗବାନଙ୍କ ଶରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ନିର୍ବାଚନ ପୂର୍ବରୁ ଜଗା ଶରଣରେ ଦିଦି, ପଶ୍ଚିମବଙ୍ଗରେ ପୁରୀ ସେବାୟତଙ୍କ ମହାଯଜ୍ଞ

author img

By

Published : Feb 26, 2021, 3:42 PM IST

Updated : Feb 26, 2021, 8:25 PM IST

କୋଲକାତା: ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ଏନେଇ ଶୁକ୍ରବାର ଅପରାହ୍ନ 4ଟା 30ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି EC । ପଶ୍ଚିମବଙ୍ଗ ସମେତ ଆସାମ, ତାମିଲନାଡୁ, କେରଳ, ପୁଡୁଚେରୀରରେ ହେବ ନିର୍ବାଚନ । ଏଥର ପଶ୍ଚିମବଙ୍ଗରେ ରହିଛି ସବୁଠୁ କଡା ଟକ୍କର । ତେବେ ଏହା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଶରଣରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀଙ୍କ ଘରେ ହୋଇଛି ପୂଜାର୍ଚ୍ଚନା । ଏହି ଆୟୋଜନ ସିଏମଙ୍କ ବାସଭବନରେ ହୋଇଛି । ଆଉ ପୂଜା କରିଛନ୍ତି ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ । ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମମତାଙ୍କ ଘରେ ପହଞ୍ଚି ପୂଜା କରିଛନ୍ତି ।

ଖାସ କରି 5 ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗକୁ ନେଇ ରହିଛି ସବୁଠୁ ଅଧିକ ରାଜନୈତିକ ଚର୍ଚ୍ଚା । କାରଣ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସର ଗଡରେ ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ଭାରତୀୟ ଜନାତା ପାର୍ଟି ।

ନିର୍ବାଚନର ଅବ୍ୟବହିତ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହାରି ମଧ୍ୟରେ ଦିଦିଙ୍କ ଘରେ ପୂଜାର ଆୟୋଜନ କରାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଦିଦିଙ୍କ କାଳୀଘାଟ ସ୍ଥିତ ବାସଭବନରେ ପୁତୁରା ଅଭିଷେକ ବାନାର୍ଜୀ ଏହି ପୂଜାର ଆୟୋଜନ କରିଛନ୍ତି ।

ଏହି ନିର୍ବାଚନରେ ବିଜେପି କ୍ଷମତାସୀନ ଟିଏମସି ପାଇଁ ବଡ ଚ୍ୟାଲେଞ୍ଜ ପାଲଟିଛି । ରାଜ୍ୟରେ ଗୈରିକ ଦଳର ସକ୍ରିୟତା ସହିତ ଟିଏମସିର ଚିନ୍ତା ବଢି ବଢି ଚାଲିଛି । ଟିଏମସିର ଅନେକ ନେତା ଦଳକୁ ଅଲବିଦା କହି ବିଜେପିରେ ସାମିଲ ହୋଇସାରିଲେଣି । ସେପଟେ ରାଜ୍ୟରେ ଅଭିଷକ ଓ ତାଙ୍କ ପରିବାର କୋଇଲା ଘୋଟାଲା ମାମଲାରେ ସିବିଆଇର ରାଡାରରେ ରହିଛନ୍ତି । ଏସବୁକୁ ନଜରରେ ରଖି ପ୍ରଶ୍ନ ଉଠୁଛି କଣ ପଶ୍ଚିମବଙ୍ଗ ନିର୍ବାଚନରେ କ୍ଷମତା ବଞ୍ଚାଇପାରିବେ ଦିଦି ? ନା ଗଡ ଭାଙ୍ଗିବା ଭୟରେ ଭଗବାନଙ୍କ ଶରରଣରେ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଆଗାମୀ ନିର୍ବାଚନ ଫଳାଫଳ ପରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 26, 2021, 8:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.