ETV Bharat / bharat

ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌ - ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଅନୁରୋଧ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7500ତମ ଜନଔଷଧୀ ଦିବସକୁ ସମ୍ବୋଧିତ କରିଛନ୍ତି । ଏହି ଦିବସରେ ଲୋକମାନଙ୍କୁ ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଅନୁରୋଧ କରିଛନ୍ତି ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 7, 2021, 12:44 PM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7500ତମ ଜନଔଷଧୀ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଦିବସରେ ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଔଷଧଗୁଡିକ ବହୁତ ମହଙ୍ଗା । ଗରିବ ଲୋକମାନେ କିପରି ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଆରମ୍ଭ କରିଛୁ । ଫଳରେ ଗରିବ ଲୋକ ତାଙ୍କର ଟଙ୍କା ସଞ୍ଚୟ କରିପାରିବେ । ଗରିବ ଶ୍ରେଣୀର ଲୋକମାନେ ତାଙ୍କର 9000କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି କାରଣ ସେମାନେ କମ୍ ମୂଲ୍ୟରେ ଔଷଧ ପାଇଛନ୍ତି । କିଛି ଲୋକ ଔଷଧର ଅଧିକ ମୂଲ୍ୟ ଥିବାରୁ ଔଷଧ କିଣି ପାରି ନାହାନ୍ତି କିନ୍ତୁ ବର୍ତ୍ତମାନ କିଣିବାକୁ ସକ୍ଷମ ହୋଇଛନ୍ତି । ଜନଔଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯଦି ଲୋକମାନେ ଏହାକୁ ମୋଦି କି ଦୋକାନ ଡାକନ୍ତି ତେବେ ସେହି କେନ୍ଦ୍ରରୁ ଔଷଧ କିଣନ୍ତୁ ବୋଲି କହିଛନ୍ତି ମୋଦି ।

ଜନଔଷଧି ଦିବସରେ ମଧ୍ୟପ୍ରଦେଶର ରୁବିନା ନାମକ ଜଣେ ମହିଳା ଯୋଗ ଦେଇ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ସେ କହିଛନ୍ତି ମୋ ପୁଅର ସ୍ବାସ୍ଥ୍ୟବସ୍ଥା ଖରାପ ଥିଲା । ତାର ଚିକିତ୍ସା ପାଇଁ ମାସକୁ 5ହଜାର ଟଙ୍କାର ଔଷଧ କିଣୁଥିଲି ଯାହା ମୋ ପାଇଁ ବହୁତ କଷ୍ଟକର ଥିଲା । ଯେବେଠୁ ମୁଁ ମୋଦି ଜୀ କି ଦୋକାନ ବିଷୟରେ ଜାଣିଲି ସେହି ଦିନଠୁ 2ହଜାର ଟଙ୍କାରେ ଔଷଧ କିଣୁଛି । ମୋଦି ଜୀଙ୍କର ଆମକୁ ଏହି ସାହାଯ୍ୟରେ ବହୁତ ଖୁସି ।

ଜନଔଷଧି ଦିବସ ଅବସରରେ ସିଲଂରେ 7500ତମ ଜନଔଷଧି କେନ୍ଦ୍ର(ଏନଇଆଇଜିଆରଆଇଏଚଏମଏମ)କୁ ଦେଶ ପାଇଁ ଉସର୍ଗ କରିଛନ୍ତି ମୋଦି । ଏହା ସହିତ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନା କାର୍ଯ୍ୟକ୍ରମରେ ଉନ୍ନତ କାର୍ଯ୍ୟ କରିଥିବା ହିତାଧିକାରୀଙ୍କୁ ପୁରସ୍କୃତ କରାଯାଇଛି । ସାରା ଦେଶରେ ଏହି ଯୋଜନା ଅଧିନରେ 7499ଟି ଜନଔଷଧି କେନ୍ଦ୍ର ସ୍ଥାପନ କରାଯାଇଛି । ଆଗକୁ 10ହଜାର ଜନଔଷଧି କେନ୍ଦ୍ର ସ୍ଥାପନ କରିବାରୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ମୋଦି ।

ଏହି ଦିବସର ମୂଖ୍ୟ ଲକ୍ଷ ହେଲା ଅପହଞ୍ଚ ବା ପାହାଡିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ସୁଲଭ ମୂଲ୍ୟରେ ଔଷଧ ପହଞ୍ଚାଇବା । ଏହି ଯୋଜନା ମାଧ୍ୟମରେ ଗରିବ ମଧ୍ୟବିତ ପରିବାର ଲାଭବାନ ହୋଇଛନ୍ତି । ଏହି ଯୋଜନା ସେବା ଓ ରୋଜଗାର ମାଧ୍ୟମ ସାଜିଛି । ଦେଶରେ 1ହଜାର ଜନଔଷଧୀ କେନ୍ଦ୍ର ମହିଳାମାନଙ୍କ ଦ୍ବାରା ଚାଲୁଛି । ଏହି କେନ୍ଦ୍ର ମହିଳାମାନଙ୍କୁ ସ୍ବାବଲମ୍ବୀ କରିଛି ।

ଜନଔଷଧି କାର୍ଯ୍ୟକ୍ରମ ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ମାର୍ଚ୍ଚ 1ରୁ 7 ତାରିଖ ଯାଏଁ ଦେଶବ୍ୟାପୀ ଜନଔଷଧି ସପ୍ତାହ ଭାବରେ ପାଳନ କରାଯାଏ । ଏହାର ବିଷୟବସ୍ତୁ ରହିଛି ଜନ ଔଷଧି-ସେବା , ରୋଜଗାର । ସପ୍ତାହରେ ଶେଷ ଦିନକୁ ଜନଔଷଧି ଦିବସ ଭାବରେ ପାଳନ କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭିି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.