ETV Bharat / bharat

କେରଳ ପରେ ଦିଲ୍ଲୀ: ମାଟିରେ ମିଶିବ ବିଶାଳ ଟ୍ୱିନ୍‌ ଟାୱାର, ବ୍ଲାଷ୍ଟ କରିବେ ଭାରତୀୟ ବଂଶଦ୍ଭୋବ - ଦିଲ୍ଲୀର ବିବାଦୀୟ ଟ୍ବିନ୍‌ ଟାୱାର

୨୮ ତାରିଖରେ ମାଟିରେ ଧ୍ବସ୍ତ ହେବ ସୁପରଟେକ ଟ୍ବିନ୍‌ ଟାୱାର (Noida twin tower to demolish) । ୱାଟର କେନନ ଲଗାଯାଇ ଏହି ବିଲ୍ଡିଂ ଖସାଇବାକୁ ଯୋଜନା ରହିଛି । ଅଧିକ ପଢ଼ନ୍ତୁ

ମାଟିରେ ମିଶିବ ବିଶାଳ ଟ୍ବିନ୍‌ ଟାୱାର, ବ୍ଲାଷ୍ଟ କରିବେ ଭାରତୀୟ ବଂଶଦ୍ଭୋବ

author img

By

Published : Aug 26, 2022, 10:19 PM IST

ନୂଆଦିଲ୍ଲୀ: ଅଗଷ୍ଟ ୨୮ ତାରିଖରେ ମାଟିରେ ଧ୍ବସ୍ତ ହେବ ସୁପରଟେକ ଟ୍ବିନ୍‌ ଟାୱାର (Noida twin tower to demolish )। ୱାଟର କେନନ ପ୍ରକ୍ରିୟାରେ ଏହି ବିଲ୍ଡିଂ ଖସାଇବାକୁ ଯୋଜନା ରହିଛି । ଭାରତୀୟ ବଂଶଦ୍ଭୋବ ଚେତନ ଦତ୍ତ ନାମକ ଜନୈକ ଅଧିକାରୀ ଟ୍ବିନ୍‌ ଟାୱାର ଧ୍ବଂସ କରିବାକୁ ବଟନ ଦବାଇବେ । ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିବ ଟ୍ବିନ୍‌ ଟାୱାର ।

ୱାଟର କେନନ ପ୍ରକ୍ରିୟା ଯୋଗୁଁ ଟ୍ବିନ୍‌ ଟାୱାର ମାଟିରେ ମିଶିବା ବେଳେ ପ୍ରଦୂଷଣ ମାତ୍ରାକୁ ନିୟନ୍ତ୍ରଣ କରିହେବ । ବିଧ୍ବଂଶିକରଣ ପ୍ରକ୍ରିୟା ବେଳେ ତଦାରଖ ପାଇଁ ୬ ଜଣ ଅଧିକାରୀ ଉପସ୍ଥିତ ରହିବେ । ସେମାନଙ୍କ ମଧ୍ୟରେ ୩ ଜଣ ଆଫ୍ରିକାର ଇଞ୍ଜିନିୟର, ଚେତନ ଦତ୍ତା, ଏଡିଫିସ୍‌ କମ୍ପାନୀର ଅଧିକାରୀ ଓ ଜଣେ ପୋଲିସ ଅଧିକାରୀ ସାମିଲ ରହିଛନ୍ତି ।

ଚେତନ ଦତ୍ତା ଟ୍ବିନ୍‌ ଟାୱାର ବ୍ଲାଷ୍ଟ ନେଇ ସୂଚନା ଦେଇଛନ୍ତି । ବ୍ଲାଷ୍ଟ ପ୍ରକ୍ରିୟାକୁ ଅତି ସରଳ ରଖାଯାଇଛି । ଡାଇନୋମ ମାଧ୍ୟମରେ କରେଣ୍ଟ ଉତ୍ପନ୍ନ କରାଯାଇ ଏହି ବ୍ଳାଷ୍ଟ କରାଯିବ । ବ୍ଲାଷ୍ଟ ବଟନ ଦବାଇବା କ୍ଷଣି ବିଲ୍ଡିଂରେ ଥିବା ଡେଟୋନେଟର ତାର କମାଲ ଦେଖାଇବ । ସମସ୍ତ ଅଧିକାରୀ ଏଠାରୁ ୫୦ରୁ ୭୦ ମିଟର ଦୂରରେ ରହିବେ । ଏଥିରେ କୌଣସି ବ୍ୟକ୍ତିଙ୍କୁ କିଛି ବିପଦ ନାହିଁ ।

ଏହାକୁ ନେଇ ଚେତନ ଦତ୍ତା କହିଛନ୍ତି, "ଟ୍ବିନ୍‌ ଟାୱାର ବ୍ଲାଷ୍ଟ ବେଳେ ଏହି ଅଞ୍ଚଳର ଲୁହାର ୪ ପରସ୍ତ ବାରିକେଡ ଲଗାଯାଇଛି । ପୁରା ଘୋଡ଼ାଇ ହୋଇ ରହିଥିବାରୁ କୌଣସି ଧୂଳିଧୂଆଁ ବାହାରକୁ ଆସି ପାରିବ ନାହିଁ । ଅଗଷ୍ଟ ୨୮ ତାରିଖରେ ଦ୍ବିପ୍ରହର ୨.୩୦ଟା ବେଳେ ଏହି ବ୍ଲାଷ୍ଟିଂ କରାଯିବ ।"

ଭାରତରେ ଖସାଇଥିବା ସବୁଠାରୁ ଉଚ୍ଚତମ ଅଟ୍ଟାଳିକା ହେବ ଟ୍ବିନ୍‌ ଟାୱାର । ୯ ବର୍ଷରେ ତିଆରି ହୋଇଥିବା ଟ୍ବିନ୍‌ ଟାୱାର ମାତ୍ର ୯ ମିନିଟ ମଧ୍ୟରେ ମାଟିରେ ମିଶିବ । ବ୍ଲାଷ୍ଟିଂ ବେଳେ କମ୍ପନ କମ୍‌ କରିବାକୁ ଇମ୍ପାକ୍ଟ କୁଶନ ଡିଜାଇନ କରାଯାଇଛି । ମାତ୍ର ୯ଟି ଉଚ୍ଚ ଅଟ୍ଟଳିକା ପାଇଁ ଏହି ବିଲ୍ଡିଂ ପ୍ଲାନିଂ ହୋଇଥିଲା । ପରବର୍ତ୍ତୀ ସମୟରେ ଡିଜାଇନ୍‌ ପରିବର୍ତ୍ତନ କରାଯାଇଥିଲା । ଦୁଇ ଅଟ୍ଟାଳିକା ମଧ୍ୟରେ ସର୍ବନିମ୍ନ ଦୂରତା ନାହିଁ । ଏବାବଦରେ ଫ୍ଲାଟ ମାଲିକମାନଙ୍କୁ ମଧ୍ୟ ଅବଗତ କରାଯାଇନଥିଲା । ଏଥିପାଇଁ କୋର୍ଟ ଟ୍ବିନ୍‌ ଟାୱାର ଧ୍ବଂଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀର ନଏଡ଼ା ସେକ୍ଟରରେ ରହିଛି ଏହି ଉଚ୍ଚ ଅଟ୍ଟାଳିକା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.