ETV Bharat / bharat

ପୁଣି ସିଦ୍ଧୁଙ୍କ Pakistan ପ୍ରେମ, କହିଲେ Imran Khan ମୋ ବଡ ଭାଇ

author img

By

Published : Nov 20, 2021, 5:19 PM IST

Updated : Nov 20, 2021, 5:33 PM IST

ପୁଣି ପାକିସ୍ତାନ ପ୍ରେମୀ ବୟାନ ପାଇଁ ବିବାଦରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ । ପାକିସ୍ତାନ ଗସ୍ତରେ ଥିବା ସିଦ୍ଧୁ କହିଲେ ଇମ୍ରାନ ଖାନ ମୋ ବଡ ଭାଇ । ବିଭିନ୍ନ ମହଲରୁ ସମାଲୋଚନା । ଅଧିକ ପଢନ୍ତୁ

ପୁଣି ସିଦ୍ଧୁଙ୍କ Pakistan ପ୍ରେମ, କହିଲେ Imran Khan ମୋ ବାଡ ଭାଇ
ପାକିସ୍ତାନ ପ୍ରେମ ପାଇଁ ପୁଣି ବିବାଦରେ ସିଦ୍ଧୁ, କହିଲେ ଇମ୍ରାନ ଖାନ ମୋ ବାଡ ଭାଇ

ଚଣ୍ଡିଗଡ: ପାକିସ୍ତାନ (Pakistan) ପ୍ରେମ ପାଇଁ ଏକଧିକ ଥର ବିବାଦ ଘେରକୁ ଆସିସାରିଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ପୁଣି ଥରେ ନିଜ ବୟାନ ପାଇଁ ବିବାଦକୁ ଆସିଛନ୍ତି । ଗୁରୁ ନାନକ ଦେବ ଜୟନ୍ତୀ ଅବସରରେ ପାକିସ୍ତାନର କରତାରପୁର (kartarpur corridor) ଗସ୍ତ କରିଥିବା ସିଦ୍ଧୁ ଏଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Imran Khan)ଙ୍କୁ ନିଜ ବଡ ଭାଇ ବୋଲି ସମ୍ବୋଧାନ କରି ପୁଣି ବିବାଦ ପରିସରକୁ ଆସିଥିବା ଦେଖିବାକୁ ମିଳିଛି ।

ତେବେ ସିଦ୍ଧୁଙ୍କ ଏପରି ମନ୍ତବ୍ୟ ପରେ ବିବାଦ ବଢିବା ସହ ତାଙ୍କୁ ସମାଲୋଚନା ମଧ୍ୟ ଆରମ୍ଭ ହୋଇଯାଇଛି । BJP IT CELL ମୁଖ୍ୟ ଅମିତ ମାଲବ୍ୟ ଘଟଣାରେ ପ୍ରତିକ୍ରିୟା ରଖି, ସିଧାସଳଖ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ଅମିତ କହିଛନ୍ତି ରାହୁଲଙ୍କ ପ୍ରିୟ ହେଉଛନ୍ତି ସିଦ୍ଧୁ, କିନ୍ତୁ ସେ ଯାଇ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ନିଜ ବଡ ଭାଇ ବୋଲି ସମ୍ବୋଧନ କରୁଛନ୍ତି ।

ଆହୁରି ମଧ୍ୟ ଅମିତ କହିଛନ୍ତି, ସିଦ୍ଧୁଙ୍କ ଏପରି ବ୍ୟବହାର କିଛି ନୂଆ କଥା ନୁହେଁ । ଗତଥର ସେ ପାକିସ୍ତାନ ଗସ୍ତ କରିଥିବା ସୟମୟରେ ପାକିସ୍ତାନ ସେନାମୁଖ୍ୟ ଜେନରାଲ ବାଜୱାଙ୍କୁ ଆଲିଙ୍ଗନ କରିବା ସହ ପ୍ରଶଂସା କରିଥିଲେ। ତେବେ କଂଗ୍ରେସ ହାଇକମାଣ୍ଡ ପଞ୍ଜାବ ପ୍ରଦେଶର ନେତୃତ୍ବ କ୍ୟାପଟେନ ଅମରିନ୍ଦର ସିଂଙ୍କ ହାତରୁ କାଢିନେଇ ଜଣେ ପାକିସ୍ତାନ ପ୍ରେମୀଙ୍କ ହାତରେ ଟେକି ଦେଇଥିବା କହି ତାତ୍ସଲ୍ୟ କରିଛନ୍ତି ଅମିତ ।

ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ଶେଷ ବିଶ୍ରାମ ସ୍ଥାନ ପାକିସ୍ତାନର ଗୁରୁଦ୍ୱାର ଦରବାର ସାହିବକୁ ପଞ୍ଜାବର ଗୁରୁଦାସପୁର ସହିତ ସଂଯୋଗ କରୁଥିବା କାରତାରପୁର କରିଡର ଗତ ବୁଧବାର ଦିନ ପୁନଃ ଖୋଲାଯାଇଛି । ନଭେମ୍ବର 17 ରେ କରତାପୁର କରିଡର ପୁନଃ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଯାହାକି କୋଭିଡ ସଂକ୍ରମଣ କାରଣରୁ ବନ୍ଦ ରହିଥିଲା ।

ଭିସା ମୁକ୍ତ 4.7 କିଲୋମିଟର ଲମ୍ବା କରିଡର ଭାରତୀୟ ସୀମାରୁ ପାକିସ୍ଥାନର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି, ଯାହା 2019 ରେ କାର୍ଯ୍ୟକ୍ଷମ ହୋଇଥିଲା । ସେତେବେଳେ ଏହି ନିଷ୍ପତ୍ତି ପାଇଁ ପାକିସ୍ତାନର ଇମ୍ରାନ ଖାନ ସରକାର କ୍ରିକେଟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁଙ୍କ ତାଙ୍କ ଭୂମିକା ପାଇଁ ପ୍ରଶଂସା କରିଥିଲେ ।

  • Rahul Gandhi’s favourite Navjot Singh Sidhu calls Pakistan Prime Minister Imran Khan his “bada bhai”. Last time he had hugged Gen Bajwa, Pakistan Army’s Chief, heaped praises.

    Is it any surprise that the Gandhi siblings chose a Pakistan loving Sidhu over veteran Amarinder Singh? pic.twitter.com/zTLHEZT3bC

    — Amit Malviya (@amitmalviya) November 20, 2021 " class="align-text-top noRightClick twitterSection" data=" ">

2018 ରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପରେ ଇମ୍ରାନ ଖାନ ଏବଂ ସିଦ୍ଧୁଙ୍କ ସମ୍ପର୍କ ଲାଇମଲାଇଟକୁ ଆସିଥିଲା । ଯାହାକୁ ନେଇ ଭାରତରେ ବିଭିନ୍ନ ରାଜନୈତିକ ଦଳ ସିଦ୍ଧୁଙ୍କୁ ସମାଲୋଚନା ମଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 20, 2021, 5:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.