ETV Bharat / bharat

ଆଜି ପାଳନ ହେବ ବିଶ୍ବ ମହୁମାଛି ଦିବସ, ସାମିଲ ହେବେ କେନ୍ଦ୍ର କୃଷି ମନ୍ତ୍ରୀ

ମାନବ ଜାତିର ଏବଂ ପୃଥିବୀ ଗ୍ରହକୁ ସୁସ୍ଥ ରଖିବା ପାଇଁ ଏବଂ ଏହା ସମ୍ପର୍କିତ କିଛି ସମସ୍ୟାର ସମାଧାନ ପାଇଁ ମହୁମାଛି ମାନଙ୍କୁ ଓ ଅନ୍ୟ ପରାଗ ଗଣଙ୍କର ମହତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ସାଧାରଣ ପରିଷଦ ୨୦ ମେ’କୁ ବିଶ୍ବ ମହୁମାଛି ଦିବସ ରୂପରେ ଘୋଷିତ କରିଛି । ଅଧିକ ପଢନ୍ତୁ

ଆସନ୍ତାକାଲି ପାଳିତ ହେବ ବିଶ୍ବ ମହୁମାଛି ଦିବସଆସନ୍ତାକାଲି ପାଳିତ ହେବ ବିଶ୍ବ ମହୁମାଛି ଦିବସ
ଆସନ୍ତାକାଲି ପାଳିତ ହେବ ବିଶ୍ବ ମହୁମାଛି ଦିବସ
author img

By

Published : May 20, 2022, 7:19 AM IST

ନୂଆଦିଲ୍ଲୀ: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଆଜି ଗୁଜରାଟର ଟେଣ୍ଟ ସିଟି – ଟୁ ଏକତା ନଗର, ନର୍ମଦା ଠାରେ ମହୁମାଛି ଦିବସ ପାଳନ କରିବ । ବିଶ୍ବ ମହୁମାଛି ଦିବସ ସମାରୋହ ଅବସରରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସାମିଲ ହେବେ । ଏମଓଏ ଆଣ୍ଡ ଏଫଡବ୍ଲ୍ୟୁ ଦେଶର କ୍ଷୁଦ୍ର କୃଷକମାନଙ୍କ ହିତ ପାଇଁ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହି ମହତ୍ବପୂର୍ଣ୍ଣ ଦିବସକୁ ପାଳନ କରୁଛି ।

ମାନବ ଜାତିର ଏବଂ ପୃଥିବୀ ଗ୍ରହକୁ ସୁସ୍ଥ ରଖିବା ପାଇଁ ଏବଂ ଏହା ସମ୍ପର୍କିତ କିଛି ସମସ୍ୟାର ସମାଧାନ ପାଇଁ ମହୁମାଛିମାନଙ୍କୁ ଓ ଅନ୍ୟ ପରାଗ ଗଣଙ୍କର ମହତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜାତିସଂଘ ସାଧାରଣ ପରିଷଦ ୨୦ ମେ’କୁ ବିଶ୍ବ ମହୁମାଛି ଦିବସ ରୂପରେ ଘୋଷିତ କରିଛି ।

ଏହି କାର୍ଯ୍ୟକ୍ରମରେ ମହୁମାଛି ପାଳନ କ୍ଷେତ୍ରରେ ବିଭିନ୍ନ ପ୍ରକାରର ମହୁମାଛି ଏବଂ ବିଭିନ୍ନ ଉତ୍ପାଦ ଗୁଡିକକୁ ପ୍ରଦର୍ଶିତ କରିବା ନିମନ୍ତେ ପ୍ରଦର୍ଶନୀରେ ମହୁମାଛି ପାଳନକାରୀ, ପ୍ରକ୍ରିୟାକରଣକାରୀ ଏବଂ ମହୁମାଛି ପାଳନ କ୍ଷେତ୍ରର ବିଭିନ୍ନ ହିତାଧିକାରୀ ମାନଙ୍କ ଦ୍ବାରା ଅନେକ ଷ୍ଟଲ ଲଗାଯିବ । ଏହି ଆୟୋଜନ ଅବସରରେ ପୋର୍ଟାଲରେ ମହୁମାଛି ପାଳକ ମାନଙ୍କୁ ଲାଇଭ ପଞ୍ଜୀକରଣ କରିବା ନିମନ୍ତେ ‘ମଧୁକ୍ରାନ୍ତି’ ପୋର୍ଟାଲର କାର୍ଯ୍ୟନ୍ବୟନ ଏଜେନ୍ସି ଦ୍ବାରା ଏକ ଷ୍ଟଲ ମଧ୍ୟ ଲଗାଯିବ ।

କୃଷକ ତଥା ମହୁମାଛି ପାଳନକର୍ତା ମାନଙ୍କ ମଧ୍ୟରେ ମହୁମାଛି ପାଳନର ବୈଜ୍ଞାନିକ ଜ୍ଞାନକୁ ଉନ୍ନତ କରିବା ନିମନ୍ତେ “ଉତ୍ପାଦନ ପ୍ରଯୁକ୍ତି ଏବଂ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନ ସମ୍ପର୍କରେ ଗବେଷଣା ଏବଂ ବିକାଶର ଅନୁଭୂତି ଏବଂ ଆହ୍ବାନକୁ ବାଣ୍ଟିବା ଏବଂ ବିତରଣ ସମ୍ପର୍କିତ ଆହ୍ବାନ ଉପରେ ବୈଷୟିକ ଆଲୋଚନା କରାଯିବ ।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଭାରତକୁ ଆତ୍ମନିର୍ଭର ଭାରତ ଭାବେ ଗଢିବା କ୍ଷେତ୍ରରେ ମହୁମାଛି ପାଳନକୁ ପ୍ରୋତ୍ସାହିତ କରିବା ଏବଂ ସରକାରଙ୍କ ଜାତୀୟ ମହୁମାଛି ପାଳନ ଏବଂ ମହୁ ମିଶନକୁ ଲୋକପ୍ରିୟ କରିବା । କାର୍ଯ୍ୟକ୍ରମରେ କୃଷି ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ) କୈଳାଶ ଚୌଧରୀ କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ, ସୁଶ୍ରୀ ଶୋଭା କରନ୍ଦଲାଜେ, ଗୁଜରାଟ ସରକାରଙ୍କ ମନ୍ତ୍ରୀ ଗଣ ସ୍ଲୋଭେନିଆର ରାଷ୍ଟ୍ରଦୂତ ଓ ହିତାଧିକାରୀମାନେ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.