ETV Bharat / bharat

ପଶ୍ଚିମବଙ୍ଗରେ 'ଲୋକୋ ସୋନାର ବଙ୍ଗଳା' ଶୁଭାରମ୍ଭ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ମତାମତ ନେବାକୁ 'ଲୋକୋ ସୋନାର ବଙ୍ଗଳା' ମନିଫେଷ୍ଟୋ କ୍ରାଉଡ୍ ସୋର୍ସିଂ ଅଭିଯାନ ଆରମ୍ଭ କରିଛନ୍ତି।

'ଲୋକୋ ସୋନାର ବଙ୍ଗଳା' ଶୁଭାରମ୍ଭ
'ଲୋକୋ ସୋନାର ବଙ୍ଗଳା' ଶୁଭାରମ୍ଭ
author img

By

Published : Feb 25, 2021, 9:59 PM IST

କୋଲକାତା: ଶୁଭାରମ୍ଭ ହେଲା 'ଲୋକୋ ସୋନାର ବଙ୍ଗଳା' । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି (ଗୁରୁବାର)ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ମତାମତ ନେବାକୁ 'ଲୋକୋ ସୋନାର ବଙ୍ଗଳା' ମନିଫେଷ୍ଟୋ କ୍ରାଉଡ୍ ସୋର୍ସିଂ ଅଭିଯାନ ଆରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଡ୍ଡା କହିଛନ୍ତି ଯେ, "ଆମେ ଲୋକଙ୍କ ଠାରୁ 2 କୋଟିରୁ ଅଧିକ ପରାମର୍ଶ ଗ୍ରହଣ କରିବୁ । ଆମେ ପ୍ରାୟ 30 ହଜାର ପରାମର୍ଶ ବାକ୍ସ ପଶ୍ଚିମବଙ୍ଗରେ ଉପଲବ୍ଧ କରାଇବୁ । ଏହାସହ ପ୍ରାୟ 100 ଟି ବାକ୍ସ 294 ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ରଖାଯିବ। ଆମର କର୍ମୀମାନେ 50 ଟି ବାକ୍ସ ନେଇ ପ୍ରତ୍ୟେକ ଘରକୁ ଘର ବୁଲିବେ । ଏହାସହ 50 ଟି ବାକ୍ସକୁ ରାଜନୈତିକ ଦ୍ବାରଦେଶ ସ୍ଥାନ ଗୁଡିକରେ ରଖାଯିବ ।

ଏହାସହ ସେ କହିଛନ୍ତି, ଆମେ ପଶ୍ଚିମବଙ୍ଗର ପ୍ରତିଷ୍ଠିତ ଇତିହାସରେ ସ୍ବାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟେର୍ଜୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଶ୍ୟାମା ପ୍ରସାଦ ମୁଖର୍ଜୀ, ଇଶ୍ବର ଚନ୍ଦ୍ର ବିଦ୍ୟାସଗରଙ୍କ ଯୋଗଦାନକୁ ସାମିଲ କରିବା ସହ 'ସୋନାର ବଙ୍ଗଳା' ନିର୍ମାଣ କରିବା ଲକ୍ଷ୍ୟରେ କାମ କରୁଛନ୍ତି।

ଏହି ଅବସରରେ ରାଜ୍ୟ ପାର୍ଟି ମୁଖ୍ୟ ଦିଲୀପ ଘୋଷ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଅଭିନେତା ପାୟଲ ସରକାର ବିଜେପିରେ ଯୋଗ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.