ବେଙ୍ଗାଲୁରୁ: କର୍ଣ୍ଣାଟକ ମହୀଶୂରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ଏହି ଘଟଣାରେ ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତେ ତାମିଲନାଡୁର ଶ୍ରମିକ ହୋଇଥିବା ଜଣାପଡିଛି। ଏହାସହ ଅଧିକ ତଦନ୍ତ ମଧ୍ୟ ଜାରି ରଖିଛି ପୋଲିସ । ଅଭିଯୁକ୍ତମାନେ ପୀଡାତାଙ୍କୁ ୩ ଲକ୍ଷ ଟଙ୍କା ମାଗିଥିବା ମଧ୍ଯ ଅଭିଯୋଗ ହୋଇଛି ।
ଗତ ୨୪ ତାରିଖ ଦିନ ମହୀଶୂର ଚାମୁଣ୍ଡି ପାହାଡ ନିକଟ ଦେଇ କଲେଜ ଛାତ୍ରୀ ଓ ତାଙ୍କ ପୁରୁଷବନ୍ଧୁ ଯାଉଥିଲେ । ଏହି ସମୟରେ ଦୁବୃର୍ତ୍ତ ମାନେ ହଠାତ ଆସି ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କରିବା ସହ ପୁରୁଷ ବନ୍ଧୁଙ୍କୁ ମଧ୍ୟ ମାଡ ମାରିଥିଲେ । ଏନେଇ ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଥାନାରେ ମଧ୍ୟ ଏକ ଅଭିଯୋଗ ହୋଇଥିଲା । ପୋଲିସ ପୀଡିତା ବନ୍ଧୁଙ୍କ ବୟାନ ଏବଂ ବୈଷୟିକ ପ୍ରମାଣକୁ ନେଇ ତଦନ୍ତକୁ ଆଗକୁ ବଢାଇଛି । ଏନେଇ ଶନିବାର ସଂନ୍ଧ୍ୟାରେ ପୋଲିସ ସାମ୍ବାଦିକ ସମ୍ମଳନୀ କରିବ ବୋଲି ଆଶା କରାଯାଉଛି।
ସେପଟେ, ଏ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ଏମ ବୋମାଇ । ସେ କହିଛନ୍ତି ଯେ ପୋଲିସ ଖୁବଶୀଘ୍ର ଏହି ମାମଲାର ତଦନ୍ତ ଶେଷ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବ। ମହୀଶୂର ମାମଲାକୁ ପୋଲିସ ଗୁରୁତର ସହ ଏ ଘଟଣାକୁ ନେଇଛି। ମୋର ବିଶ୍ୱାସ ଅଛି ଯେ, ପୋଲିସକୁ ଖୁବଶୀଘ୍ର ଏହି ମାମଲାରେ ସଫଳତା ମିଳିବ । କର୍ଣ୍ଣାଟକର ଡିଜି ଆଣ୍ଡ ଆଇଜିପି ପ୍ରବୀଣ ସୁଦଘଟଣାର ଅନୁସନ୍ଧାନ କରିବା ସହ ପାଞ୍ଚଜଣ ପୋଲିସ ଟିମ ଘଟଣାର ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ