ETV Bharat / bharat

Agnipath scheme: ଅଗ୍ନିପଥକୁ ଯବାନଙ୍କ ବିରୋଧୀ କହିଲେ ମେଘାଳୟ ରାଜ୍ୟପାଳ - ଅଗ୍ନିପଥ ନିଯୁକ୍ତି ସତ୍ୟପାଲ ମଲ୍ଲିକ ପ୍ରତିକ୍ରିୟା

ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅଗ୍ନିପଥ ନିଯୁକ୍ତି ଯୋଜନାକୁ(Agnipath scheme) ବିରୋଧ କରିଛନ୍ତି । ସେ କହିଛନ୍ତି ଏହି ଯୋଜନା ଯବାନଙ୍କ ବିରୋଧୀ । ସେମାନଙ୍କ ଆଶା ଓ ଭରସା ସହ ଏକ ଧୋକା । 6ମାସ ତାଲିମ, 6 ମାସ ଛୁଟି ଏବଂ 3 ବର୍ଷର ଚାକିରୀ ପରେ ଯେବେ ଅଗ୍ନିବୀରମାନେ ଘରକୁ ଫେରିବେ ସେମାନଙ୍କ ବିବାହ ସୁଦ୍ଧା ହୋଇପାରିବ ନାହିଁ । ଅଧିକ ପଢ଼ନ୍ତୁ

Meghalaya governor satyapal mallik opposed the agnipath scheme
'ଅଗ୍ନିପଥ'କୁ ଯବାନଙ୍କ ବିରୋଧୀ କହିଲେ ସତ୍ୟପାଲ
author img

By

Published : Jun 27, 2022, 7:43 AM IST

ଶିଲୋଙ୍ଗ: ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଅଗ୍ନିପଥ ନିଯୁକ୍ତି(Agnipath scheme) ଯୋଜନାକୁ ବିରୋଧ କରିଛନ୍ତି । ସେ କହିଛନ୍ତି, ଏହି ଯୋଜନା ଯବାନଙ୍କ ବିରୋଧୀ । ସେମାନଙ୍କ ଆଶା ଓ ଭରସା ସହ ଏକ ଧୋକା । 6ମାସ ତାଲିମ, 6 ମାସ ଛୁଟି ଏବଂ 3 ବର୍ଷର ଚାକିରୀ ପରେ ଯେବେ ଅଗ୍ନିବୀରମାନେ ଘରକୁ ଫେରିବେ ସେମାନଙ୍କ ବିବାହ ସୁଦ୍ଧା ହୋଇପାରିବ ନାହିଁ । ତେଣୁ ସରକାର ଏଥିପ୍ରତି ପୂନର୍ବାର ବିଚାର କରିବା ଉଚିତ ବୋଲି ସତ୍ୟପାଲ କହିଛନ୍ତି ।

ସତ୍ୟପାଲ ମଲ୍ଲିକ (Meghalaya Governor Satyapal Mallik) ରବିବାର ୟୁପିର ବାଗପତସ୍ଥିତ ଖେକଡ଼ା ଗସ୍ତ କରିଥିଲେ । ବନ୍ଧୁ ଗଜେ ସିଂହ ଦହାମାଙ୍କ ଦେହାନ୍ତ ପରେ ସେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ପହଞ୍ଚିଥିଲେ । ଏହି ସମୟରେ ସତ୍ୟପାଲ ମଲ୍ଲିକ ଗଣମାଧ୍ୟମରେ ଉତ୍ତର ରଖିଛନ୍ତି ଯେ, "ପୂର୍ବରୁ ଚାଷୀଙ୍କ କଥା ରଖିଥିଲି । ବର୍ତ୍ତମାନ ଯବାନଙ୍କ କଥା ରଖୁଛି । ରାଜନୀତି କରି ନିର୍ବାଚନ ଲଢିବାକୁ ମୋର ଇଚ୍ଛା ନାହିଁ । ଚାଷୀ ଏବଂ ଯବାନଙ୍କ ପାଇଁ ସଂଘର୍ଷ କରିବି । ଅବସର ପରେ ମୁଁ ରାଜନୀତି କରିବି ନାହିଁ । ପଦମୁକ୍ତି ପରେ କାଶ୍ମୀର ଉପରେ ପୁସ୍ତକ ଲେଖିବି ।

ସୂଚନା ଥାଉକି, ଅଗ୍ନିପଥ ନିଯୁକ୍ତି ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ଚାଲିଛି । କେତେକ ରାଜ୍ୟରେ ହିଂସା ଓ ପ୍ରତିବାଦର ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ଅନ୍ୟପଟେ ସ୍ଥଳସେନା ଓ ବାୟୁସେନାରେ ଅଗ୍ନିପଥ ନିଯୁକ୍ତି ପଞ୍ଜୀକରଣ ଆରମ୍ଭ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.