ଲକ୍ଷ୍ନୌ: ସାକ୍ଷୀ ଦେଲା ଶୁଆ । କୋର୍ଟରେ ସାକ୍ଷୀ ଦେବାକୁ ପହଞ୍ଚିଲା ଶୁଆ । ଜଜଙ୍କୁ ମାଲିକର ହତ୍ୟାକାରୀ ନାମ ସହ ପ୍ରମାଣ ଦେଲା ଶୁଆ । ଶୁଆ ସାକ୍ଷୀ ଦେବାରୁ ଜଣେ ଦୋଷୀକୁ ଜେଲ ଦଣ୍ଡାଦେଶ ହୋଇଛି । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ମାତ୍ର ଏହା ସତ । ଶୁଆର ସାକ୍ଷୀରେ 2014 ମସିହାର ଏକ ହତ୍ୟା ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଉତ୍ତରପ୍ରଦେଶର ଆଗ୍ରାରେ ଏହି ଘଟଣା ସାମ୍ନାକୁ ଆସିଛି ।
ଦୀର୍ଘ 9 ବର୍ଷ ପୁରୁଣା ହତ୍ୟା ଘଟଣାରେ ଏପରି କିଛି ଘଟିଛି । ଉତ୍ତରପ୍ରଦେଶ ଆଗ୍ରାରେ ଏକ ହତ୍ୟା ମାମଲାରେ ପୋଷା ଶୁଆ ସାକ୍ଷୀ ଆଧାରରେ କୋର୍ଟ ଦୁଇଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଯାହା କେବଳ ଉତ୍ତରପ୍ରଦେଶ ନୁହେଁ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ଏକ ପକ୍ଷୀ କିପରି ତାର ମାଲିକ ହତ୍ୟାକାଣ୍ଡର ପ୍ରମାଣ ଦେଲା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।
କଣ ପୁରା ମାମଲା:
2024 ଫେବ୍ରୁଆରୀ 20 ତାରିଖରେ ଉତ୍ତରପ୍ରଦେଶ ଆଗ୍ରାରେ ଏକ ହତ୍ୟାକାଣ୍ଡ ଘଟିଥିଲା । ଆଗ୍ରାର ଏକ ଖବରକାଗଜ ମୁଖ୍ୟ ସମ୍ପାଦକ ବିଜୟ ଶର୍ମାଙ୍କ ପତ୍ନୀ ନୀଲମ ଶର୍ମା ଏହି ହତ୍ୟାକାଣ୍ଡର ଶିକାର ହୋଇଥିଲେ । ଘଟଣା ଦିନ ବିଜୟ ଶର୍ମା ତାଙ୍କ ପୁଅ ଝିଅଙ୍କ ସହ ଏକ ବିବାହ ଉତ୍ସବକୁ ଯାଇଥିଲେ । ନୀଲମ ଘରେ ଏକା ଥିଲେ । ବିବାହ ଉତ୍ସବରୁ ଘରକୁ ଫେରିବା ପରେ ଘରେ ନୀଲମଙ୍କ ରକ୍ତାକ୍ତ ମୃତଦେହ ଘରେ ପଡିଥିବା ଦେଖିବାକୁ ପାଇଥିଲେ ବିଜୟ । ଏକ ଧାରୁଆ ଅସ୍ତ୍ରରେ ନୀଲମଙ୍କୁ ଆକ୍ରମଣ ହୋଇଥିଲା । ବିଜୟଙ୍କ ପୋଷା କୁକୁରକୁ ମଧ୍ୟ ହତ୍ୟା କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପ୍ରଥମରୁ ଡକାୟତି ଉଦ୍ଦେଶ୍ୟରେ ଏହା ହୋଇଥିଲା ଅନୁମାନ କରାଯାଇଥିବା ମାତ୍ର ପରବର୍ତ୍ତୀ ସମୟରେ ହତ୍ୟା ଘଟଣାରେ ଯାହା ନାମ ଆସିଥିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା ।
ହତ୍ୟା ଘଟଣା ପରେ ନୀଲମଙ୍କ ପୋଷା ଶୁଆ ଖାଇବା ପିଇବା ଛାଡି ଦେଇଥିଲେ । ହତ୍ୟାକାରୀ କିଏ କେବଳ ଶୁଆ ଜାଣିଛି ବୋଲି ବିଜୟ ଅନୁମାନ କରିଥିଲେ । ତେଣୁ କିଛି ଲୋକଙ୍କ ନାମର ଶୁଆ ଆଗରେ କହିଥିଲେ ବିଜୟ । ଯେତେବେଳେ ତାଙ୍କ ପୁତୁରା ଆଶୁ ନାମ ନେଇଥିଲେ ଶୁଆ ହଁ ହଁ କହି ଚିତ୍କାର କରିଥିଲା । ଏହା ପରେ ପୋଲିସକୁ ଜଣାଇଥିଲେ ବିଜୟ । ପୋଲିସ ବିଜୟଙ୍କ ପୁତୁରାକୁ ଆଣି ପଚରାଉଚରା କରିଥିଲା । ଏହା ପରେ ଆଶୁ ତାର ବନ୍ଦୁ ସହ ରୋନୀ ମେସି ସହ ମିଶି ନୀଲମଙ୍କୁ ମାରିଥିବା ସ୍ବୀକାର କରିଥିଲା ।
ଏହା ବି ପଢନ୍ତୁ...Ayodhya Ram Mandir: ଭଗବାନ ରାମଲାଲାଙ୍କ ପ୍ରତିମା ପାଇଁ ଓଡିଶାରୁ ଆସିଲା ପଥର
ଘଟଣାର 9 ବର୍ଷ ପରେ ଦୁଇ ଅଭିଯୁକ୍ତ ଆଶୁ ଓ ରୋନୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହା ସହ ତାଙ୍କୁ 72 ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ନୀଲମଙ୍କ ମୃତ୍ୟୁର 6 ମାସ ପରେ ଶୁଆଟିର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ନୀଲମଙ୍କ ଝିଅ ନିବେଦିତା । 2020 ନଭେମ୍ବର 14ରେ ବିଜୟ ଶର୍ମା କୋରୋନାରେ ଆଖି ବୁଜିଥିଲେ ।