ମୁମ୍ବାଇ: ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦାବିରେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ମହାରାଷ୍ଟ୍ର ବିଜେପି । ଅର୍ଥ ହେରଫେର ମାମଲାରେ ନଓ୍ବାବ ମଲ୍ଲିକଙ୍କୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦିଆଯାଇଛି । ଏନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନଓ୍ବାବ ଅଣ୍ଡରୱାର୍ଲ୍ଡ ସହାୟତାରେ କୋଟି କୋଟି ଟଙ୍କା ଜମି କିଣିଛନ୍ତି ।
ଏ ବାବଦରେ ତଦନ୍ତ ପରେ ଇଡି କୋର୍ଟ ତାଙ୍କୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ଇଡି ହେପାଜତରେ ଦଣ୍ଡିତ କରିଛନ୍ତି । ଯଦି ରାଜନେତାମାନେ ଅଣ୍ଡରୱାର୍ଲ୍ଡ ସହିତ ସିଧାସଳଖ ଯୋଗାଯୋଗରେ ରହିବେ ତେବେ ଇଡିକୁ ଏପରି ଅନୁସନ୍ଧାନ କରିବାକୁ ପଡିବ । ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ କରନ୍ତୁ ବୋଲି କହିଛନ୍ତି ବିଜେପି ନେତା । ।
ସୂଚନା ଥାଉକି, ମୁମ୍ବାଇର ସ୍ୱତନ୍ତ୍ର PMLA କୋର୍ଟ ବୁଧବାର ଦିନ ନଓ୍ବାବ ମଲ୍ଲିକଙ୍କୁ ଅଣ୍ତରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସହ ସମ୍ପର୍କ ତଥା ମନି ଲଣ୍ଡରିଂ ମାମଲାରେ ଘଣ୍ଟାଧିକ କାଳ ଜେରା କରିଥିଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ଅଧିକାରୀ । ତେବେ କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ମଙ୍ଗଳବାର ଦିନ ଇଡି ମୁମ୍ବାଇରେ ଅଣ୍ଡର ଓ୍ବାର୍ଲଡ ସହ ଜଡିତ ଲୋକଙ୍କ ଠିକଣା ଉପରେ ଚଢାଉ କରିଥିଲା । ପ୍ରାୟ ୧୦ଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ED ।
@ANI