ETV Bharat / bharat

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ - କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ ଭାରତ

ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଅନୁରାଗ ଠାକୁର
ଅନୁରାଗ ଠାକୁର
author img

By

Published : May 4, 2022, 10:41 PM IST

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେବାକୁ ଥିବା କାନ୍ସ ଚଳଚ୍ଚିତ୍ର ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ଭାରତ ବିଧିବଦ୍ଧ ଭାବେ ପ୍ରଥମ ସମ୍ମାନିତ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିବ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ଭାରତର ଅଂଶଗ୍ରହଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ‍ ମନ୍ତ୍ରୀ କହିଛନ୍ତି ଯେ, ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଥମ ଥର ପାଇଁ ଏକ ରାଷ୍ଟ୍ରକୁ ବିଧିବଦ୍ଧ ଭାବେ ସମ୍ମାନିତ କରାଯିବାର ପରମ୍ପରା ଆରମ୍ଭ ହୋଇଛି । ପରବର୍ତ୍ତୀ ସଂସ୍କରଣ ଗୁଡିକରେ ଭିନ୍ନ ଭିନ୍ନ ରାଷ୍ଟ୍ରକୁ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ କରାଯିବ । ମନ୍ତ୍ରୀ ଆହୁରି କହିଛନ୍ତି, ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଦ୍ବିପାକ୍ଷିକ କୂଟନୈତିକ ସମ୍ପର୍କକୁ ୭୫ ବର୍ଷ ପୂରଣ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଗସ୍ତରେ ଯାଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋଁଙ୍କୁ ସାକ୍ଷାତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତକୁ ସମ୍ମାନିତ ସଦସ୍ୟ ଭାବେ ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବରେ ସାମିଲ କରାଯିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ମନ୍ତ୍ରୀ ଠାକୁର ଆହୁରି କହିଛନ୍ତି ଯେ, ମାଜେଷ୍ଟିକ ବିଚରେ ଅନୁଷ୍ଠିତ ହେବାକୁ ଥିବା ମାର୍ସେ ଡୁ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ସମ୍ମାନିତ ସଦସ୍ୟ ଭାବେ ଭାରତ ସାମିଲ ହେବାକୁ ଯାଉଥିବାରୁ ଏହି ଅବସରରେ ଭାରତୀୟ ଚଳଚ୍ଚିତ୍ର, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବା ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଉପଲକ୍ଷେ ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକଗୀତ ଏବଂ ଆତସବାଜି ପ୍ରଦର୍ଶିତ ହେବ । ଭାରତ ଏବଂ ଫ୍ରାନ୍ସ ବ୍ୟଞ୍ଜନ ମଧ୍ୟ ଏହି ଅବସରରେ ପରିବେଷଣ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ ଯେ କାନ୍ସ ନେକ୍ସଟ କାର୍ଯ୍ୟକ୍ରମରେ ମଧ୍ୟ ଭାରତ ସମ୍ମାନିତ ରାଷ୍ଟ୍ର ଭାବେ ସାମିଲ ହେବ । ଏହା ଅଧୀନରେ ଅଡିଓ-ଭିଜୁଆଲ ଉଦ୍ୟୋଗର ୫ଟି ନୂଆ ଷ୍ଟାର୍ଟଅପକୁ ସୁଯୋଗ ଦିଆଯିବ । ଆନିମେସନ ଡେ ନେଟଓ୍ବାର୍କରେ ଦଶଜଣ ପେସାଦାର ଅଂଶଗ୍ରହଣ କରିବେ । ୭୫ ତମ କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ଆର. ମାଧବନଙ୍କ ପ୍ରଯୋଜିତ ‘ରକେଟ୍ରି’ର ଓ୍ବାର୍ଲ୍ଡ ପ୍ରିମିୟର ଅନୁଷ୍ଠିତ ହେବ । ୧୯ ମେ ୨୦୨୨ରେ ଏହି ଚଳଚ୍ଚିତ୍ରକୁ ପାଲାଏସ ଡେସ ମହୋତ୍ସବରେ ପ୍ରଦର୍ଶିତ କରାଯିବ ।

ମୁଖ୍ୟ ମଞ୍ଚରେ ଭାରତ ପାଇଁ ଏକ ସ୍ବତନ୍ତ୍ର ଇଣ୍ଡିଆ ଫୋରମ ନାମକ ଏକ ଘଣ୍ଟିଆ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ମନୋରଞ୍ଜନ ଜଗତର ନେତୃବର୍ଗ ଅଂଶଗ୍ରହଣ କରିବେ । “ଭାରତ ବିଶ୍ବର ବିଷୟବସ୍ତୁ କେନ୍ଦ୍ର (କଣ୍ଟେଣ୍ଟ ହବ)” ବିଷୟବସ୍ତକୁ ନେଇ ଏହି ଅବସରରେ ଆଲୋଚନା ହେବ । ଇଣ୍ଡିଆ ଫୋରମରେ ବହୁସଂଖ୍ୟାରେ ଅତିଥିମାନେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମ ଅନଲାଇନରେ ପ୍ରସାରଣ କରାଯିବ ।

ଇଣ୍ଡିଆ ପାଭିଲିୟନ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, “ଭାରତକୁ ବିଶ୍ବର ବିଷୟବସ୍ତୁ କେନ୍ଦ୍ର”ରେ ପରିଣତ କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଏଥିରେ ପ୍ରଚାର ପ୍ରସାର କରାଯିବ । ୧୮ ମେ, ୨୦୨୨ ରେ ଏହି ପାଭିଲିଅନକୁ ଉଦଘାଟନ କରାଯିବ । ଏଥିରେ ଦେଶର ଭାଷାଗତ, ସାଂସ୍କୃତିକ ଓ କ୍ଷେତ୍ରୀୟ ବିବିଧତା ନିର୍ବିଶେଷରେ ଭାରତୀୟ ସିନେମା ପ୍ରଦର୍ଶିତ ହେବ । ଯାହାଫଳରେ ବିଶ୍ବ ସମୁଦାୟ ନିକଟରେ ଭାରତୀୟ ଚଳଚ୍ଚିତ୍ରର ବାର୍ତ୍ତା ପହଞ୍ଚି ପାରିବ । ଚଳଚ୍ଚିତ୍ର ସୁଟିଂ, ବିତରଣ, ପ୍ରଯୋଜନା, ସ୍କ୍ରିପ୍ଟ ବିକାଶ, ପ୍ରଯୁକ୍ତି, ଚଳଚ୍ଚିତ୍ର ସେଲ୍ସ ପ୍ରୋତ୍ସାହନ ଓ ସିଣ୍ଡିକେସନ ଆଦି କ୍ଷେତ୍ରରେ ଅନ୍ତର୍ଜାତୀୟ ସହଭାଗିତା ବିକଶିତ ହୋଇପାରିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.